କଂଗ୍ରେସ କନ୍ଦଳ ନେଇ ‘ସୂର’ ବାଣୀ: ନୂଆ ହୁଅନ୍ତୁ ହିରୋ, ପୁରୁଣା ଡାଇରେକ୍ଟର

କଂଗ୍ରେସ କନ୍ଦଳ ନେଇ ‘ସୂର’ ବାଣୀ: ନୂଆ ହୁଅନ୍ତୁ ହିରୋ, ପୁରୁଣା ଡାଇରେକ୍ଟର
କଂଗ୍ରେସ କନ୍ଦଳ ନେଇ ‘ସୂର’ ବାଣୀ: ନୂଆ ହୁଅନ୍ତୁ ହିରୋ, ପୁରୁଣା ଡାଇରେକ୍ଟର

ଭୁବନେଶ୍ୱର: ବର୍ତ୍ତମାନ ସମୟ ଆସିଛି, କଂଗ୍ରେସର ଯୁବ ନେତୃବୃନ୍ଦଙ୍କୁ ହିରୋ ବନାଇବାର । ସେମାନଙ୍କୁ ହିରୋ କରି ବାଟରେ ଛାଡ଼ନ୍ତୁ । ଯେଉଁମାନେ ପୁରୁଣା ନେତା ଅଛନ୍ତି ସେମାନେ ନିର୍ଦ୍ଦେଶକ ଦାୟିତ୍ୱ ନିର୍ବାହ କରନ୍ତୁ । କଂଗ୍ରେସ 140 ବର୍ଷର ଦଳ, ସଂଗଠନ ସୁଦୃଢ଼ ଅଛି । କଂଗ୍ରେସ ଭବନରେ କିଏ ଆସି ଗୁଣ୍ଡାରାଜ କରିବ ଆମେ ସହିବୁ ନାହିଁ, ଆମେ ଡାକିଦେଲେ ହଜାରେ ଲୋକ ଆସିଯିବେ । ଏମିତି କିଛି କହି ରାଜ୍ୟ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନିଆଁରେ ଘିଅ ଢାଳିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୂର ରାଉତରାୟ ।

ସୂଚନା ଥାଉକି, ବର୍ତ୍ତମାନ ଓଡ଼ିଶାରେ କଂଗ୍ରେସ, କନ୍ଦଳ ଓ ବାଉନସର ରାଜନୀତିକୁ ନେଇ ଚର୍ଚ୍ଚା ଲାଗି ରହିଛି । ଗତକାଲି କଂଗ୍ରେସ ଭବନରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । କଂଗ୍ରେସ ଭବନ ଭିତରେ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ଆଉ ବାହାରେ ବୁଲୁଥିଲେ ବାଉନସର । ଯାହା ମେନ୍ ଷ୍ଟ୍ରିମ୍ ମିଡିଆ ପାଇଁ ଶିରୋନାମା ପାଇଁ ଖୋରାକ ଯୋଗାଇଥିଲା ବେଳେ ସୋସିଆଲ ମିଡିଆରେ ଏହି ଖବରକୁ ଭାଇରାଲ କରିବା ପାଇଁ ଜୋକ । ହଁ ଏମିତି ହିଁ କିଛି ଚର୍ଚ୍ଚା କଂଗ୍ରେସ ଦଳ ଓ ଏହାର ନେତାମାନଙ୍କ କାର୍ଯ୍ୟକଳାକୁ ନେଇ ।

ଗତକାଲି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କଂଗ୍ରେସ ଭବନ ଭିତରେ ଉପକୂଳ ନେତାଙ୍କ ସହିତ ଆଲୋଚନା କରୁଥିବା ବେଳେ କଂଗ୍ରେସ ଭବନ ବାହାରେ ନିଲମ୍ବିତ ଛାତ୍ର ନେତାଙ୍କ ଚାଲିଥିଲା ଜୋରଦାର ଆନ୍ଦୋଳନ । ଆଉ ଏହି ପ୍ରତିବାଦ ଥିଲା ତାଙ୍କ ଉପରୁ ନିଲମ୍ବନ ଉଠାଇବା ପାଇଁ । ହୋ-ହଲ୍ଲା ପାଟିତୁଣ୍ଡ ଚାଲିଥିବା ବେଳେ ପ୍ରଥମ ଥର ପାଇଁ କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲା ବାଉଁଶରମାନଙ୍କୁ । ଦିନ ତମାମ ବିବାଦ, କନ୍ଦଳ, ଆନ୍ଦୋଳନ ଆଉ ଉତେଜନା ରେ କଂଗ୍ରେସ ଭବନ ଉଠୁଥିଲା ପଡୁଥିଲା ।

କଂଗ୍ରେସ ଭବନ ଭିତରେ କଟକ, କଟକ ସଦର, ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ନେତାଙ୍କ ସହ ଚାଲିଥିଲା ବୈଠକ । ଆଉ ଠିକ ସେତିକି ବେଳେ ବାହାରେ ଧାରଣାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯୁବ କଂଗ୍ରେସରୁ ନିଲମ୍ବିତ ଛାତ୍ର ନେତା ଶହ ଶହ କର୍ମୀଙ୍କ ସହିତ କଂଗ୍ରେସ ଭବନ ଆଗରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ନିଲମ୍ବନ ଉଠାଇବା ପାଇଁ ଚାଲାଇଥିଲେ ପିସିସି ବିରୋଧି ନାରାବାଜି ।

ଜିତେନ୍ଦ୍ର ସିଂହଙ୍କ ବୈଠକ ଚାଲିଥିବା ସମୟରେ ଆଉ ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ମହମ୍ମଦ ମୋକିମଙ୍କୁ ସଭାପତି କରିବା ପାଇଁ କଟକର କିଛି କଂଗ୍ରେସ କର୍ମୀ ପ୍ରଭାରୀଙ୍କ ନିକଟରେ ଦାବି କରିଥିଲେ । ବେଶ କିଛି ସମୟ ଧରି ଏହାକୁ ନେଇ ସରଗରମ ପରିସ୍ଥିତି ଲାଗିରହିଲା ।

Share this story