ଆସନ୍ତାକାଲି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭାରିବେ ନବୀନ ପଟ୍ଟନାୟକ

ଆସନ୍ତାକାଲି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭାରିବେ ନବୀନ ପଟ୍ଟନାୟକ
ଆସନ୍ତାକାଲି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭାରିବେ ନବୀନ ପଟ୍ଟନାୟକ

ଆସନ୍ତାକାଲି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ମୁଖ୍ୟାଳୟରେ ସକାଳ ୯ ଟା ୩୦ ମିନିଟ ସମୟରେ ପ୍ରାଥିପତ୍ର ବିଜେଡ଼ି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବାର ସମୟ ନିର୍ଘଣ୍ଟ ହୋଇଥିବା ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟମାନେ ମଧ୍ୟ ସମାନ ସମୟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିବେ ।

ଏହା ପୂର୍ବରୁ ଦିନକ ତଳେ ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା କରାଯାଇସାରିଛି। ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ଘୋଷଣା କରାଯାଇଥିବା ଏହି ତାଲିକାରେ ୧୪ଟି ପୁରୁଣା ମୁହିଁ ଥିବା ବେଳେ ୧୯ଟି ନୂଆ ମୁହଁ ରହିଛି । ଭୁବନେଶ୍ୱରରେ ଅନନ୍ତ ନାରାୟଣ ଜେନାଙ୍କୁ ଜିଲ୍ଲା ସଭାପତି କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପାଇଁ ବିଭୂତି ବଳବନ୍ତରାୟ ନାଁ ଘୋଷଣା କରାଯାଇଛି । ସେହିପରି ବଲାଙ୍ଗିର ଜିଲ୍ଲା ପାଇଁ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ନଜର ପକାନ୍ତୁ କେଉଁ ଜିଲ୍ଲା ପାଇଁ କିଏ ସଭାପତି ହୋଇଛନ୍ତି..

ବିଜେଡି ଜିଲ୍ଲା ସଭାପତିଙ୍କ ପୂରା ତାଲିକା:

ଅନୁଗୋଳ- ମହେନ୍ଦ୍ର ବସ୍ତିଆ

ବାଲେଶ୍ୱର- ରବୀନ୍ଦ୍ର ଜେନା

ବରଗଡ଼- ବିଜୟ ରଂଜନ ସିଂହ ବରିହା

ଭଦ୍ରକ- ଜଗନ୍ନାଥ ସ୍ୱାଇଁ

ବଲାଙ୍ଗିର- ଟୁକୁନି ସାହୁ

ବୌଦ୍ଧ- ମହିଧର ରଣା

କଟକ- ଦେବାଶିଷ ସାମନ୍ତରାୟ

ଦେବଗଡ଼- ରୋମାଞ୍ଚ ରଂଜନ ବିଶ୍ୱାଳ

ଢେଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ

ଗଜପତି- ପ୍ରଦୀପ ନାୟକ

ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି

ଯାଜପୁର- ସରୋଜ ମହାପାତ୍ର

ଝାରସୁଗୁଡ଼ା- କିଶୋର ମହାନ୍ତି

କଳାହାଣ୍ଡି- ପୁଷ୍ପେନ୍ଦ୍ର ସିଂହଦେଓ

କନ୍ଧମାଳ- ସରୋଜ କର୍ଣ୍ଣ

କେନ୍ଦ୍ରାପଡ଼ା- ଉତ୍କଳ କେଶରୀ ପରିଡ଼ା

କେନ୍ଦୁଝର- ମାଧବ ସର୍ଦ୍ଦାର

କୋରାପୁଟ- ଈଶ୍ୱର ପାଣିଗ୍ରାହୀ

ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା

ପୁରୀ- ମହେଶ୍ୱର ମହାନ୍ତି

ମୟୂରଭଞ୍ଜ- କାଶୀନାଥ ହେମ୍ବ୍ରମ

ମୟୂରଭଞ୍ଜ ସଦର- ସୁଦାମ ମାରାଣ୍ଡି

ନବରଙ୍ଗପୁର- ରମେଶ ମାଝୀ

ନୟାଗଡ଼- ରମେଶ ବେହେରା

ନୂଆପଡ଼ା- ମନୋଜ ମିଶ୍ର

ରାୟଗଡ଼ା- ସୁଧୀର ଦାସ

ରାଉରକେଲା- ସାରଦା ନାୟକ

ସମ୍ବଲପୁର- ସିଦ୍ଧାର୍ଥ ଦାସ

ସୁବର୍ଣ୍ଣପୁର- ସରୋଜ କମ୍ପ

ସୁନ୍ଦରଗଡ଼- ବିନୟ ଟପ୍ପୋ

Share this story