ଘୋଷଣା ହେଲା ବିଜେଡିର ରାଜ୍ୟସଭା ପ୍ରାର୍ଥୀ

ଘୋଷଣା ହେଲା ବିଜେଡିର ରାଜ୍ୟସଭା ପ୍ରାର୍ଥୀ
ଘୋଷଣା ହେଲା ବିଜେଡିର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ଘୋଷଣା ହେଲା ବିଜେଡିର ରାଜ୍ୟସଭା ପ୍ରାର୍ଥୀ । ଖାଳିଥିବା ୪ରୁ ଚାରି ଆସନରେ ଲଢିବ ବିଜେଡି । ଆଜି ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନା ଘୋଷଣା କରିଛନ୍ତି । ସୁବାଷ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମାହନ୍ତଙ୍କ ଦଳ ପ୍ରାର୍ଥୀ କରିଛି ।

ତେବେ ହାରିଥିବା ହେବିେଓ୍ୱଟ୍ ନେତାଙ୍କୁ ରାଜ୍ୟସଭାରେ ସୁଯୋଗ ମିଲିନଥିବାବେଳେ ନିର୍ବାଚନବେଳେ କାମ କରିଥିବା ଓ ବଶେଷ ଆନୁଗତ୍ୟ ଥିବା ନେତାଙ୍କୁ ସୁଯୋଗ ଦିଆଯାଇଛି । ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡିଶା ସହ ଶ୍ରମିକ ନେତା, ସଂଖ୍ୟାଲଘୁ, ପଲିଟିକାଲ ଷ୍ଟ୍ରେଟେଜିଷ୍ଟ  ଓ ମହିଳାଙ୍କୁ ମିଳିଛି ଗରୁତ୍ୱ ।

ସେପଟେ ଏଥର ରାଜ୍ୟସଭା ନିର୍ବାଚନରେ ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡିଶାରୁ କରାଯାଇଛି ପ୍ରାର୍ଥୀ । ତାହା ସହ ଶ୍ରମିକ ନେତା, ସଂଖ୍ୟାଲଘୁ, ପଲିଟିକାଲ ଷ୍ଟ୍ରେଟେଜିଷ୍ଟ ଓ ମହିଳାଙ୍କୁ ମିଳିଛି ଗରୁତ୍ୱ । ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପଦରେ ଥିବା ସୁବାଷ ସିଂ ୧୯ ନିର୍ବାଚନରେ ଶ୍ରମିକ ଭୋଟ ହାତେଇବାରୁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହଯାଉଛି । ଶ୍ରମିକମାନଙ୍କ ପାଇଁ କାମ କରୁଥିଲେ ଉପକୂଳ ଓଡିଶାର ଏହି ନେତା ।

ଦକ୍ଷିଣ ଓଡିଶା ତଥା ନବରଙ୍ଗପୁର ଜିଲ୍ଲାର ସଂଖ୍ୟାଳଘୁ ନେତା ଓ ଏବେ ଅନୁସଚିତ ଜାତି ଜନଜାତି ବିଭାଗ ଉପଦେଷ୍ଟ ଥିବା ମୁନା ଖାଁଙ୍କ ଉପରେ ଭରସା କରିଛି ଦଳ । କାରଣ ନାଗରିକତ୍ୱ ସଂଶୋଧନ ଆଇନକୁ ସମର୍ଥନ କରି ବିଜେଡିର ଅଡୁଆରେ ପଡିଥିବାରୁ ସଂଖ୍ୟାଲଘୁଙ୍କୁ ଖୁସ୍ କରିବା ପାଇଁ ମୁନାଙ୍କୁ ପ୍ରାର୍ଥୀ କରଗଲା । ତେବେ ପଶ୍ଚିମ ଓଡିଶା କଳାହଣ୍ଡିର ଜିଲ୍ଲାର ସୁଜିତ କୁମାର । ଯେକି ସ୍ପେସାଲ ଟ୍ରାଇବାଲ କାଉନସିଲ୍ ର ଉପଦେଷ୍ଟ ଥିଲେ ।

୧୪, ୧୯ ନିର୍ବାଚନରେ ବିଜେଡି ପାଇଁ ପଲିଟିକାଲ ଷ୍ଟ୍ରାଟେଜୀ କରିଥିଲେ ସୁଜିତ । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦଳକୁ ମଜଭୁତ କରିବା ପାଇଁ କାମ କରିଥିଲେ । ସେପଟେ ଚତୁର୍ଥ ଆସନରେ ପ୍ରାର୍ଥୀ ହୋଇଥିବା ମମତା ମହନ୍ତ ଉତ୍ତର ଓଡିଶାର ମୟୁରଭଂଜ ଜିଲ୍ଲାର । କୁର୍ମି ସଂପ୍ରଦାୟ ସହ ପଛୁଆ ବର୍ଗରୁ ହୋଇଥିବାରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି ।

ସେପଟେ କଳିକେଶ, ନଳୀନି ପ୍ରଧାନ, ମହେଶ୍ୱର ମହାନ୍ତି ଭଳି ହେବିେଓ୍ୱଟ୍ ନେତାଙ୍କୁ ବାଦ୍ ଦେଇ ଦଳର ପ୍ରତି ଆନୁଗତ୍ୟ ଥିବା ନେତା ଓ ବର୍ତ୍ତମାନର କ୍ଷମତା କେନ୍ଦ୍ର କୁହଯାଉଥିବା ବ୍ୟକ୍ତିବିଶେଷଙ୍କ କଥାରେ ଯେଉଁମାନେ ହଁ ଭରିବେ ସେମାନଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ଚର୍ଚ୍ଚା ହେଉଛି ।

ଚତୁର୍ଥ ଆସନକୁ ନେଇ ଲାଗି ରହିଥିଲା ସସ୍ପେନସ୍ । ଗତଥର ଭଳି ଏଥର ଗୋଟିଏ ଆସନ ବିଜେପିକୁ ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ବିଜେଡି ସେଥିରେ ପ୍ରାର୍ଥୀ ଦେଇଛି । ତେଣୁ କିଭଳି ସଂଖ୍ୟାଯୋଗାଡ କରିବ ତା ଉପରେ ନଜର ରହିଛି ।

Share this story