ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରିବା ବିଜୟଙ୍କ ପୁରୁଣା ଅଭ୍ୟାସ: ବିଜେଡି

ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରିବା ବିଜୟଙ୍କ ପୁରୁଣା ଅଭ୍ୟାସ: ବିଜେଡି
ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରିବା ବିଜୟଙ୍କ ପୁରୁଣା ଅଭ୍ୟାସ: ବିଜେଡି

ଭୁବନେଶ୍ୱର: ଜଗନ୍ନାଥ ମନ୍ଦିର ସହ ଜଡିତ ପ୍ରସଙ୍ଗକୁ ନେଇ ରାଜନୀତି କରିବା ବିଜେପି ନେତା ବିଜୟ ମହାପାତ୍ରଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁବାସ ସିଂହ । ୟେସ ବ୍ୟାଙ୍କ୍‍ରେ ଶ୍ରୀମନ୍ଦିର ଅର୍ଥ ଜମା ନେଇ ବିଜୟ ଦେଇଥିବା ମନ୍ତବ୍ୟର ଜବାବ ଦେଇ ଶ୍ରୀ ସିଂହ କହିଛନ୍ତି ଯେ, ୟେସ୍‍ ବ୍ୟାଙ୍କ୍‍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ କରୁଥିବାବେଳେ ରିଜର୍ଭ ବ୍ୟାଙ୍କ୍‍ ରହିଛି ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ଅଧିନରେ ।

ଉଭୟ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଓ କେନ୍ଦ୍ର ସରକାର ବାରମ୍ବାର କହି ଆସୁଛନ୍ତି ଯେ ୟେସ୍‍ ବ୍ୟାଙ୍କ୍‍ରେ ଥିବା ସମସ୍ତ ଅର୍ଥ ସୁରକ୍ଷିତ ଅଛି । ତେଣୁ ବିଜେପି କିଭଳି କହୁଛି ଯେ ୟେସ୍‍ ବ୍ୟାଙ୍କ୍‍ରେ ଗଚ୍ଛିତ ଥିବା ଅର୍ଥ ଅସୁରକ୍ଷିତ ବୋଲି ଶ୍ରୀ ସିଂହ ପ୍ରଶ୍ନ କରିଛନ୍ତି ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, କେନ୍ଦ୍ର ବିଜେପି କିମ୍ବା ରାଜ୍ୟ ବିଜେପି କେହି ହେଲେ ଜଣେ ମିଛ କହୁଛି । ତେଣୁ ଏଭଳି ବିବୃତ୍ତି ରଖିବା ପୂର୍ବରୁ ରାଜ୍ୟ ବିଜେପି ନେତାମାନେ କେନ୍ଦ୍ର ବିଜେପି ସହିତ ଯୋଗାଯୋଗ କରି କିଏ ମିଛ କହୁଛି ତାହା ଅବଗତ ହେବାକୁ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି ।

Share this story