ବଢୁଛି କି ପାଣ୍ଡିଆନଙ୍କ ପ୍ରଭାବ? ସତ୍ୟ କହିଲେ କି ନାୟକ; ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ କଲେ ଏମିତି ଆକଳନ…

ବଢୁଛି କି ପାଣ୍ଡିଆନଙ୍କ ପ୍ରଭାବ? ସତ୍ୟ କହିଲେ କି ନାୟକ; ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ କଲେ ଏମିତି ଆକଳନ…
ବଢୁଛି କି ପାଣ୍ଡିଆନଙ୍କ ପ୍ରଭାବ? ସତ୍ୟ କହିଲେ କି ନାୟକ; ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ କଲେ ଏମିତି ଆକଳନ…

ଭୁବନେଶ୍ୱର: ଓଡ଼ିଶା ପୁଣି ଦେଖିବ କି ‘ନବୀନ’ କରିସ୍ମା ! ନା ଆଉ କିଏ ହେବ ନବୀନଙ୍କ ଉତ୍ତରାଦାୟାଦ? ପରିବାରରୁ କିଏ ରାଜନୀର ପଶାପାଲିକୁ ଆସିବେ ନା କେହି ଜଣେ ବିଶ୍ୱସ୍ଥ ନବୀନଙ୍କ ଦାୟିତ୍ୱ ସମ୍ଭାଳିବେ ? ଇଙ୍ଗିତ ଯେ ସିଧାସଳଖ ଚର୍ଚ୍ଚିତ ପ୍ରଶାସନିକ ଅଧିକାରୀ ଭିକେ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଏଥିରେ ଆଉ ଦ୍ୱିମତ ନାହିଁ । କାହିକିନା ସାରା ଓଡ଼ିଶାବାସୀ ମଧ୍ୟ ନବୀନ ଓ ପାଣ୍ଡିଆନଙ୍କ ରାଜନୈତିକ, ପ୍ରଶାସନିକ ଓ ବ୍ୟକ୍ତିଗତ ସମ୍ପର୍କରେ ବିଶେଷ ଭଲ ଭାବେ ଜ୍ଞାତ ଅଛନ୍ତି ।

ଆଉ ଏଭଳି ସମୟରେ ଏକ ଚର୍ଚ୍ଚିତ ନ୍ୟୁଜ୍ ପୋର୍ଟାଲରେ ଯେଉଁଭଳି ଭାବେ ପାଣ୍ଡିଆନଙ୍କୁ ନେଇ ପୂର୍ବାନୁମାନ କରାଯାଉଛି ତାହା ସିଧାସଳଖ ପ୍ରମାଣିତ କରୁଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଯଦି କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାବିଦାର ରୁହନ୍ତୁ ତେବେ ସେ ହେଉଛନ୍ତି ପାଣ୍ଡିଆନ । ହୁଏତ ଏହା ବିଜେଡି ବି ଚାହୁଁଥାଇପାରେ, ଏମିତି ବି ହୋଇପାରେ ଯେ, ଏବେଠୁ ବିଜେଡିର ବଡ଼ ମୁଣ୍ଡମାନେ ପାଣ୍ଡିଆନଙ୍କୁ ଢାଲ କରି ଏବେଠୁ ନିଜ ନିଜ ପାଇଁ ପଥ ପରିସ୍କାର କରୁଛନ୍ତି ।

ସେ ଯାହା ହେଉନା କାହିଁକି ପରଦା ପଛରେ ରହି ପ୍ରତିଟି କରିସ୍ମାକୁ ରୂପ ଦେଉଥିବା ପାଣ୍ଡିଆନ ଏବେ ରାଜନୀତି ମଇଦାନର ସବୁଠାରୁ ବଡ଼ ସେନାପତୀ । ସେ ଚଲାଉଥିବା ଗୋଟିଏ ପରେ ଗୋଟିଏ ଗୋଟି ବ୍ରହ୍ଣାସ୍ତ୍ର ଭଳି କାମ କରୁଛି । ନବୀନ ସରକାର ଯେତେ ଯେତେ ଲୋକପ୍ରିୟ ହେଉଛି ବିରୋଧୀ ଶୀବିରରେ ସେତିକି ସେତିକି ଭୂକମ୍ପନ ସୃଷ୍ଟି ହେଉଛି । ଜଉ ଘରେ ନିଆଁ ଲାଗିଲା ଭଳି ବିରୋଧୀ କଂଗ୍ରେସ ଓ ବିଜେପି ଶିବିରରେ ତ ଏକ ପ୍ରକାର ଛନକା ପଶିଗଲାଣି ଯେ, ଯଦି ପାଣ୍ଡିଆନ ହୁଅନ୍ତି ସିଏମ୍ ତେବେ କଣ ରହିବ ତା ପରର ରାଜନୈତିକ ଚିତ୍ର ?

ନେପଥ୍ୟରେ ରହି ନାୟକ ଦାୟିତ୍ୱ ତୁଲାଉଥିବା ଏହି ଅଭିଜ୍ଞ ଓ ଚତୁର ଦକ୍ଷିଣୀ ପ୍ରଶାସନିକ ଅଧିକାରୀ ଜଣଙ୍କ ନିଜେ କଣ ଚାହୁଁଛନ୍ତି ତାହା ଏପର୍ଯ୍ୟନ୍ତ କୌଣସି ସତ୍ୟ ସାମ୍ନାକୁ ଆସିପାରିନାହିଁ । ଏଭଳି ସମୟରେ ଯେଉଁ ସବୁ କାରଣ ଦର୍ଶାଇ ସଂପୃକ୍ତ ନ୍ୟୁଜ୍ ପୋର୍ଟାଲ ସତ୍ୟପାଠ ଏହି ଖବର ପ୍ରକାଶିତ କରିଛି ତାକୁ ମଧ୍ୟ ଗୁରୁତ୍ୱର ସହ ବିଚାରକୁ ନିଆଯାଇପାରେ । ପବ୍ଲିକ ଷ୍ଟଣ୍ଟ ହେଉ ଅବା ଅନ୍ୟ କିଛି ନିଜ ପ୍ରଭାବ ଉଭୟ ପ୍ରଶାସନିକ ଏବଂ ରାଜନୈତିକ କ୍ଷେତ୍ରରେ ଯେ ପ୍ରଭାବ ବିସ୍ତାର କରୁଛନ୍ତି ପାଣ୍ଡିଆନ ଏଥିରେ ଦ୍ୱିମତ ନାହିଁ ।

ପାଣ୍ଡିଆନକୁ ନେଇ 5ଟି କଥା କହିଥିବା ସତ୍ୟପାଠକୁ ନେଇ  ମଧ୍ୟ ପାଠକଙ୍କୁ ଏହି ପ୍ରଶ୍ନ ବାରମ୍ବାର ଆନ୍ଦୋଳିତ କରିବ ଯେ, ସତରେ କଣ ସତ ହେବ ସତ୍ୟଙ୍କ ଆକଳନ ? ଯେଉଁ ଆଧାରରେ ସତ୍ୟପାଠ ନିଜ ପାଠକଙ୍କୁ ପାଣ୍ଡିଆନଙ୍କ ସମ୍ପର୍କରେ ଏତେ ଦୀର୍ଘ ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି ତାହା କଣ ନବୀନଙ୍କ ପରେ ସତ ହେବ ।

2024 ନିର୍ବାଚନ ପୂର୍ବରୁ ଗଣିତ ଆକଳନ କରିବା ଠିକ୍ ହେବନି ଏକଥାରେ ସମସ୍ତେ ସହମତି ହେବେ ନିଶ୍ଚୟ କିନ୍ତୁ ଏହା ବି ବାସ୍ତବିକ୍ ତଥ୍ୟ ଓ ଉପରେ ଆଧାରିତ ଯେ, ପାଣ୍ଡିଆନ କେତେ ଗ୍ରହଣୀୟ ହେବେ ? ହୁଏତ ଆଉ କେହି ସର୍ବଶକ୍ତିମାନ ନେତା କି ପ୍ରଶାସନିକ ଅଧିକାରୀ ସେହି ସ୍ଥାନରେ ନିଜର ପ୍ରଭାବ ବିସ୍ତାର କରିବାକୁ ରାଜନୈତିକ ଓ କୂଟନୈତିକ ଚାଲ୍ ଚଲାଇ ସଫଳ ହୋଇପାରନ୍ତି । ବିରୋଧୀ କଂଗ୍ରେସ ଏବଂ ବିଜେପି ବଡ଼ ଧରଣର ରାଜନୈତିକ ଚାଲ୍ ବି ଚଲାଇପାରନ୍ତି । ତେଣୁ କିଛି ବି ସମ୍ଭବ ଭଳି ମନେ ହେଉଥିବା ନବୀନ ପରର ଓଡ଼ିଶାକୁ ନେଇ କୌଣସି ଆକଳନ କରିବା ହୁଏତ କାଠିକର ପାଠ କିନ୍ତୁ ସତ୍ୟଙ୍କ ଆଲେଖ୍ୟକୁ ବି ଅଗ୍ରାହ୍ୟ କରିହେବନାହିଁ ।

Share this story