ଭୁବନେଶ୍ୱରରେ ପହଁଞ୍ଚିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା

ଭୁବନେଶ୍ୱରରେ ପହଁଞ୍ଚିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା
ଭୁବନେଶ୍ୱରରେ ପହଁଞ୍ଚିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ପହଂଚିଛନ୍ତି ଅମିତ୍ ଶାହା । ଆଜି ସକାଳେ ଭୁବନେଶ୍ୱରରେ ପହଁଞ୍ଚିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା । ବିମାନବନ୍ଦରରେ ରାଜ୍ୟ ସରକାର ଓ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନିର୍ଦ୍ଧାରିତ ସମୟର କିଛି ସମୟ ବିଳମ୍ବରେ ଆସି ପହଁଞ୍ଚିଲେ ଅମିତ ।

ଜେଡ୍ ପ୍ଲସ୍ ସୁରକ୍ଷାରେ ଥିବା ଅମିତଙ୍କ ଓଡିଶା ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ପ୍ରମୁଖ ତାଙ୍କୁ ସ୍ଵାଗତ କରିଛନ୍ତି ।

ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ସପକ୍ଷ ସମାବେଶରେ ସାମିଲ ହେବାକୁ ସେ ଓଡ଼ିଶା ଆସିଛନ୍ତି । ଓଡ଼ିଶା ଗସ୍ତ ଅବସରରେ ଅମିତ ଶାହ ଭୁବନେଶ୍ୱରରେ ରାତ୍ର ଯାପନ କରିବେ । ଆସନ୍ତାକାଲି ଅର୍ଥାତ ୨୯ ତାରିଖ ସକାଳେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । ପରେ ଶ୍ରୀକ୍ଷେତ୍ର ପୁରୀକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବେ । ତା’ପରେ ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ସିଏଏ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଜାନୁଆରୀ ୫ ତାରିଖରେ ସମଗ୍ର ଦେଶରେ ବିଜେପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ସେହି ଦୃଷ୍ଟିରୁ ଓଡ଼ିଶାରେ ମଧ୍ୟ ୫ଟି ଜିଲ୍ଲାରେ ବିଶାଳ ସମାବେଶ ଓ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ବ୍ରହ୍ମପୁରରେ ବାବୁଲ୍‌ ସୁପ୍ରିୟୋ, ସମ୍ୱଲପୁରରେ ଗିରିରାଜ ସିଂହ ଓ କୋରାପୁଟର ଜୟପୁରରେ ରୁପା ଗାଙ୍ଗୁଲି ଯୋଗ ଦେଇଥିଲେ ।

ଏହାଛଡ଼ା ୨୫ଟି ରାଜସ୍ୱ ଜିଲ୍ଲା କେନ୍ଦ୍ରମାନଙ୍କରେ ମଧ୍ୟ ସିଏଏ ସପକ୍ଷରେ ପଦଯାତ୍ରା ଓ ଜନସଭା କରାଯାଇଥିଲା । ଯେଉଁଥିରେ ବିପୁଳ ଜନ ସମର୍ଥନ ମିଳିଥିଲା । ଏହି କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟ ଆଜି ଭୁବନେଶ୍ୱରରେ ଆୟୋଜନ ହେବ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗଦେବେ ।

Share this story