ହିନ୍ଦି ହାର୍ଟଲାଣ୍ଡର ମିଡିଲ୍ ସ୍କୋୟାର କବଜା କଲେ ଶିବରାଜ

ହିନ୍ଦି ହାର୍ଟଲାଣ୍ଡର ମିଡିଲ୍ ସ୍କୋୟାର କବଜା କଲେ ଶିବରାଜ
ହିନ୍ଦି ହାର୍ଟଲାଣ୍ଡର ମିଡିଲ୍ ସ୍କୋୟାର କବଜା କଲେ ଶିବରାଜ

ମଧ୍ୟପ୍ରଦେଶ: ଶେଷ ହେଲା ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୀତିର ହାଇ ଡ୍ରାମା । ଶିବରାଜ ସିଂ ଚୌହାନ୍ ତାଜପେଶୀ ପରେ ସବୁ ସସପେନ୍ସ ଦୂର ହୋଇଛି ଏବଂ ମୁଖିଆ ଭାବେ ଟାଇଟଲ ଜିଣିଛନ୍ତି ଶିବରାଜ ସିଂହ ଚୌହାନ । ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ ସିଂ ଚୌହାନ୍ । କମଳନାଥ ସରକାରର ପତନ ପରେ ଏମ୍ପିରେ ସରକାର ଗଢିଛି ବିଜେପି ।

୨୨ ବିଧାୟକଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶରେ ଜାରି ରହିଥିଲା ରାଜନୈତିକ ସଙ୍କଟ । ନିଜ ନିଜ ବିଧାୟକଙ୍କୁ ବଞ୍ଚାଇବାକୁ ଲାଗି ପଡ଼ିଥିଲେ ଉଭୟ କଂଗ୍ରେସ ଓ ବିଜେପି । ଶେଷରେ ବିଜେପି ହିଁ ଖେଳ ଖତମ କଲା ।

ଆଉ ଚର୍ଚ୍ଚା ଯେ, ସାରା ଦେଶ ଯେତେବେଳେ କରୋନା ଲଢ଼େଇରେ ସାମିଲ ହୋଉଛନ୍ତି ଠିକ୍ ସେତିକି ବେଳେ ମଧ୍ୟପ୍ରଦେଶ ରାଜନୀତିରେ କ୍ଷମତା ଲଢ଼େଇରେ ପାସ୍ ହୋଇ ସିଏମ୍ ହୋଇଛନ୍ତି ଶିବରାଜ ସିଂହ ।

ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ପରେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ସରକାର ଗଠନ କରିଛନ୍ତି । ଆଜି ରାତି 9 ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ । ସେ ହେଉଛନ୍ତି ତିନି ତିନି ଥରର ସଫଳ ମୁଖ୍ୟମନ୍ତ୍ରୀ । ଶେଷ ନିର୍ବାଚନରେ ଜିତୁ ଜିତୁ ହାରିଲେ, କ୍ଷମତା ଲଢ଼େଇରେ ପରାସ୍ତ ହେଲେ । ବ୍ୟବଧାନ ବଡ଼ ନଥିଲା ଚତୁର୍ଥ ଥର ଲାଗି କ୍ଷମତା ଦଖଲ କରିବା ଲାଗି, ଶେଷରେ ସେୟା ହେଲା ଯାହା ଶିବରାଜ ଚାହିଁଲେ ।

ସିଏମ ଭାବେ ଶପଥ ଗ୍ରହଣ କରିବା ପରେ ଶିବରାଜ ସିଂ ଚୌହାନ ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଥମେ 29 ନଭେମ୍ବର 2005 ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ, 12 ଡିସେମ୍ବର 2008 ରେ ଶିବରାଜ ସିଂ ଚୌହାନ ଦ୍ୱିତୀୟ ଥର ପାଇଁ ସିଏମ୍ ହୋଇଥିଲେ । ଡିସେମ୍ବର 2013 ରେ ତୃତୀୟ ଥର ପାଇଁ ସିଏମ୍ ଭାବରେ ଶପଥ ଗ୍ରହଣ କରିଥିଲେ ଶିବରାଜ ।

Share this story