ସ୍କୁଲ ଘର କ୍ୱାରେଂଟାଇନ ସେଣ୍ଟର ରେ ରହିବେ ଅନୁଭବ!

ସ୍କୁଲ ଘର କ୍ୱାରେଂଟାଇନ ସେଣ୍ଟର ରେ ରହିବେ ଅନୁଭବ!
ସ୍କୁଲ ଘର କ୍ୱାରେଂଟାଇନ ସେଣ୍ଟର ରେ ରହିବେ ଅନୁଭବ!

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିଠୁ ଘରୋଇ ବିମାନ ଉଡ଼ାଣ ସ୍ୱାଭାବିକ ହୋଇଛି । ଆଜି ସକାଳ 6ଟା 50 ଦିଲ୍ଲୀ –ଭୁବନେଶ୍ୱର ଭିସ୍ତାରା ବିମାନରେ ଓଡ଼ିଶା ଫେରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କ ଓଡ଼ିଶା ଆଗମନ ସହ ସୋସିଆଲ ମିଡିଆରେ ତାଙ୍କୁ ନେଇ ପ୍ରବଳ ଟ୍ରୋଲ୍ ମଧ୍ୟ ଆରମ୍ଭ ହୋଇଯାଇଛି ।

ଫିଲ୍ମ ଅଭିନେତା ତଥା କେନ୍ଦ୍ରାପଡ଼ାର ବିଜେଡି ସାଂସଦ ଚାହିଁଥିଲେ ଓଡ଼ିଶା ଆସି ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ସମ୍ପର୍କରେ ଅବଗତ ହୋଇ ସାହାଯ୍ୟ ସହଯୋଗ କରିଥାନ୍ତେ କିନ୍ତୁ ସେ ଲକଡାଉନ ବାହାନା ନେଇ ଦିଲ୍ଲୀରେ ରହିବା କୁ ସାଧାରଣରେ ଗ୍ରହଣ କରାଯାଇପାରୁନାହିଁ । ଆଉ ଏବେ ସେ ଯେତେବେଳେ ଓଡ଼ିଶା ଆସିଛନ୍ତି ତାଙ୍କୁ ନେଇ ଅନେକ ଟାହି ଟାପରା ଓ ଗସିପ ଆରମ୍ଭ ହୋଇଯାଇଛି ।

ରାଜକୁମାର ସାହୁ ନାମକ ଜଣେ ଫେସବୁକ ୟୁଜର୍ସ ଲେଖିଛନ୍ତି ଯେ, ‘ଦିଲ୍ଲୀ ଫେରନ୍ତା ଅନୁଭବ ମହାନ୍ତି କୁ 14 ଦିନ କ୍ୱାରେଣ୍ଟିନରେ ରଖାଯାଉ । ଯଦି ସାଧାରଣ ମଣିଷ ବାହାରୁ ଆସି ଦୁଖେ କଷ୍ଟେ କ୍ୱାରେଣ୍ଟିନରେ ରହିପାରୁଚି, ତେବେ ଇଏ କଳିଙ୍ଗ ଷଣ୍ଡ କାହିଁ ରହିପାରିବନି?

ସୁମନ୍ତ ରାଉତ ନାମକ ଆଉ ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ଯେ, ଖାଲି ମିଛ ବାହାନା ମାରି ଖସି ଯିବାକୁ ଭାବିଛନ୍ତି । ଭୁଲ ତାଙ୍କର ନୁହେଁ, ଭୁଲ କେନ୍ଦ୍ରାପଡା ଲୋକଙ୍କର । ବୈଜୟନ୍ତ ପଣ୍ଡାଙ୍କୁ ହରାଇଵାର ଟେଷ୍ଟ ନେବେନୀ କେନ୍ଦ୍ରାପଡା ବାସୀ । ଚୋର ମା ଆଖି ନ ଖୋଲି କାନ୍ଦେ, ଆଖି ମଳି ମଳି କାନ୍ଦେ ।

ସେହିଭଳି ସରୋଜ କୁମାର କୁହନ୍ତୁ’ ମାନ୍ୟବର ସାଂସଦ କେନ୍ଦ୍ରାପଡ଼ା, ଆପଣ କିପରି ଚେଷ୍ଟା କରିଛନ୍ତି , ଅସମୟରେ କେନ୍ଦ୍ରାପଡ଼ାବାସୀଙ୍କ ପାଖରେ ପହଁଚିବା ପାଇଁ ତାହା ଆପଣ ସଠିକ ଭାବରେ ଜାଣିଛନ୍ତି, ବର୍ତମାନ ସମୟରେ କେନ୍ଦ୍ରାପଡ଼ାବାସୀ ଅନେକ ଅସୁବିଧାର ସମ୍ମୁଖୀନ, ତେଣୁ ଯଥାସମ୍ଭବ ସେମାନଙ୍କ ପାଖରେ ପହଁଚି, ସେମାନଙ୍କର ଦୁଃଖ ଦୃଦଶା ଦୂର କରିବାକୁ ଚେଷ୍ଟା କରନ୍ତୁ ।

ପ୍ରଭାତ ବାଜୋ ନିଜ କମେଣ୍ଟ ଦେଇ ଲେଖିଛନ୍ତି ଯେ, ‘ଆରେ ଭାଇ ଜଣେ ବାଇକରେ ବୁଲିବାର ଦେଖ ଦେଲା, ଲୋକଙ୍କ ସବୁ ଅସୁବିଧାରେ ପଡ଼ିଥିବା ସମୟରେ ସିଏ ଦିଲ୍ଲୀ ମଜା ନେଉଥିଲା, ଏବେ କହୁଛି କେନ୍ଦ୍ରାପଡ଼ା ବାସିଙ୍କ ସବୁ ଦୁଃଖ ବୁଝୁଥିଲୁ । ଏବେ ଆସିଲା ପାଲତୁ ଭାଷଣ ମାରିବ । ନବୀନବାବୁ ଆପଣତ ବହୁତ କଷ୍ଟ ପଡୁଛନ୍ତି କିନ୍ତୁ କେତେଟା ନେତା ମଜା ନେଉଛନ୍ତି ଏ ସବୁ ଦେଖନ୍ତୁ’ ।

ଅମରେଶ କହିଛନ୍ତି ଯେ, ସମସ୍ତଙ୍କ ପାଇଁ ସମାନ ନିୟମ ହେବା ଦରକାର । ଯଦି ବାହାରେ ରହୁଥିବା ବ୍ୟକ୍ତି ଆସିଲେ ସଙ୍ଗରୋଧ ଗୃହରେ ରହିବେ ତାହେଲେ ଯେଉଁ ବ୍ୟକ୍ତି ଯେତେ ପଦାଧିକାରୀ ହେଲେ ମଧ୍ୟ ସେମାନେ ସଙ୍ଗରୋଧ ଗୃହରେ ରହିବାକୁ ହେବ ।

ଗୌରବ ସମସ୍ତଙ୍କଠୁ ଉର୍ଦ୍ଧ୍ୱକୁ ଯାଇ ଲେଖିଛନ୍ତି ଯେ, ଆସିଗଲା ଗାଲୁଆ ଗପ ମାରିବାକୁ ଅନୁଭବ ଯଦି ପ୍ରଧାନମନ୍ତ୍ରୀଙ୍କ କଥା ଏତେ ମାନୁଛ ଆଗେ 14ଦିନ ସରକାର ତିଆରି କରିଥିବା କ୍ୱାରଣ୍ଟିଂଘରେ ରୁହ ତାପରେ କେନ୍ଦ୍ରାପଡ଼ାବାସୀଙ୍କ କଥା ଭାବିବ । ଲୋକେ ବୁଝିଗଲେଣି କିଏ କଣ ତମର ଆଉ ବୁଝେଇବା କିଛି ଆବଶ୍ୟକ ନାହିଁ ।

ପ୍ରକୃତରେ କଥା କଣ କି ଆଜି ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ପରେ କେନ୍ଦ୍ରାପଡ଼ାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିଥିଲେ ଅନୁଭବ ମହାନ୍ତି । 

Share this story