ବାଲେଶ୍ୱର ସାଂସଦଙ୍କୁ ନେଇ ତମ୍ବି ତୋଫାନ

ବାଲେଶ୍ୱର ସାଂସଦଙ୍କୁ ନେଇ ତମ୍ବି ତୋଫାନ
ବାଲେଶ୍ୱର ସାଂସଦଙ୍କୁ ନେଇ ତମ୍ବି ତୋଫାନ

ଓଡ଼ିଆ ଗସିପ୍ ବ୍ୟୁରୋ: ନନା ନିଖୋଜ! କଣ କହିଲେ କିଛି ବୁଝିପାରୁନାହାନ୍ତି ? ଆମେ କହୁନୁ ଫେସବୁକ୍ ରେ ଏମିତି ଏକ ପୋଷ୍ଟ ଘୁରି ବୁଲୁଛି ଯେଉଁଥିରେ ଏହି ଦାବି କରାଯାଉଛି । ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଖୋଜ ବା ମିସିଙ୍ଗ ନେଇ ସହରର ଗଳିକନ୍ଦିରେ ପୋଷ୍ଟର ମରାଯାଇଛି । ଆଉ ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପ୍ରକୃତରେ କରୋନା ମହାମାରୀ ଓ ତା ପରେ ବାତ୍ୟା ଅମ୍ପାନ ପରେ ବି ନିଜ ନିର୍ବାଚନ ମଣ୍ଡଳୀରେ ସାଂସଦଙ୍କ ଦେଖା ନମିଳିବାରୁ ଏଭଳି ଭାବେ ଜନତା ପ୍ରତିବାଦ ସ୍ୱରୂପ କରିଥିବା କୁହାଯାଉଛି ।

ଆପଣ ତ ଜାଣନ୍ତି ପ୍ରଥମେ କେନ୍ଦ୍ରାପଡ଼ା ସାଂସଦ ତଥା ଫିଲ୍ମ ଅଭିନେତା ଅନୁଭବ ମହାନ୍ତି ଆଉ ଏବେ ବାଲେଶ୍ୱର ସାଂସଦ । ସାଂସଦଙ୍କ ନିଖୋଜ ସମ୍ପର୍କିତ ଲିଫଲେଟ୍, ପୋଷ୍ଟର ତାହା ପୁଣି ଖୋଦ୍ ବାଲେଶ୍ୱର ଅଞ୍ଚଳରେ ମରାଯାଇଛି ବୋଲି ଖବର ଆସୁଛି । ଆଉ ଏହା ପରେ ସୋସିଆଲ ମିଡିଆରେ ନେଟିଜେନ୍ ଙ୍କ ଜବରଦସ୍ତ ରେସ୍ପନ୍ସ । ଚକ୍ରାନ୍ତକାରୀଙ୍କ ଯୋଜନାକୁ ଯେତିକି ଘୃଣା କରାଯାଉଛି ତା ଠାରୁ ଅଧିକ ବିରୋଧୀ ସାଂସଦଙ୍କ ନିଖୋଜକୁ ନେଇ ଭିନ୍ନ ଭନ୍ନ ମତ ରଖିଛନ୍ତି ।

ନନାଙ୍କ ନିଖୋଜ ଖବର ଏବେ ସୋସିଆଲ ମିଡିଆରୁ ଯାଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ ହେଲାଣି । ଏବେ ଜାଣନ୍ତୁ ସେହି ପୋଷ୍ଟରରେ କଣ ଲେଖା ହୋଇଛି । “ଆମର ସାଂସଦ ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବାରେ ଦୟାକରି ଆମକୁ ସାହାଯ୍ୟ କରନ୍ତୁ ବାଲେଶ୍ୱର ଲୋକ ”, ଅନ୍ୟ ଜଣେ ସର୍ବସାଧାରଣ ଆବେଦନ କରିଥିଲେ,“ ସେ ଦୀର୍ଘ ଦିନରୁ ବାଲେଶ୍ୱରରେ ଦେଖା ଯାଉନାହାନ୍ତି । ତାଙ୍କୁ ଖୋଜିବାରେ ଆମକୁ ସାହାଯ୍ୟ କର ”।

2019 ରେ ବିଜେଡିର ଶକ୍ତିଶାଳୀ ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କୁ ଏକ ଅଳ୍ପ ବ୍ୟବଧାନରେ ପରାସ୍ତ କରିବା ପରେ ଏମଏସଏମଇ ମନ୍ତ୍ରୀ ପ୍ରତାପ ସାରଙ୍ଗୀ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ନମ୍ର ପୃଷ୍ଠଭୂମି ଏବଂ ଫଳପ୍ରଦ ଜୀବନଯାପନ ହେତୁ ସାରଙ୍ଗୀଙ୍କୁ ‘ଓଡିଶାର ମୋଦୀ’ ଭାବରେ ସମ୍ମାନିତ କରାଯାଇଥିଲା ।

Share this story