ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ଆସିଲା ସିଭିଜିଲ୍‌ ଆପ୍‌

ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ଆସିଲା ସିଭିଜିଲ୍‌ ଆପ୍‌
ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ଆସିଲା ସିଭିଜିଲ୍‌ ଆପ୍‌

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ଆସିଲା ସିଭିଜିଲ୍‌ ଆପ୍‌ । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଆପ୍‌ର ଆରମ୍ଭ କରାଯାଇଛି । ଏହି ଆପ୍‌ ଜରିଆରେ ସାଧାରଣ ଭୋଟରଙ୍କୁ ଆହୁରି ସଶକ୍ତ କରାଯାଇଛି ।

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ସାଧାରଣ ଭୋଟର ଦେଖିଲେ ସେମାନେ ତତ୍କାଳ ନର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିପାରିବେ । ଭୋଟର ସେମାନଙ୍କ ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍‌ରେ ଭିଡିଓ ରେକର୍ଡ କରି ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟକୁ ପଠାଇପାରିବେ ।

ପ୍ରତି ଜିଲ୍ଲାରେ ଥିବା କଣ୍ଟ୍ରୋଲ ରୁମ୍‌ରୁ ଫ୍ଲାଇଂ ସ୍କ୍ଵାଡ୍‌କୁ ଆଚରଣବିଧି ଉଲ୍ଲଂଘନ ନେଇ ସୂଚନା ଦିଆଯିବ । ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ଆବେଦନ ହେବାର ୧୦୦ ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଆବେଦନ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ନିକଟକୁ ନଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଏଥିରେ ଆବେଦନକାରୀ ଚାହିଁଲେ ତାଙ୍କ ନାଁ ଗୁପ୍ତ ରଖାଯିବ ।

Share this story