୨୦୩୦ ବେଳକୁ ସବୁଠି ଶୁଭିବ 'ଭାରତ ଭାରତ ଆଉ ଭାରତ' ବୋଲ ଭାରତ ମାତା କି, ଜୟ

Bharat ମାତା କି ଜୟ
 

ଓଡ଼ିଆ ଗସିପ ବ୍ୟୁରୋ: ବୋଧ ହୁଏ ଆଗାମୀ ଦିନରେ ବିଶ୍ୱର ସବୁ କ୍ଷେତ୍ରରେ ନେତୃତ୍ୱ ନେଉଥିବ ଭାରତ । ବିଶ୍ୱର ଦୁଇ ବୃହତ୍ତ ଗଣତନ୍ତ୍ର ଆଗାମୀ ଦିନରେ ଏକାଠି ହୋଇ ଅନେକ କିଛି କରିପାରନ୍ତି । ଏହା କହିଛନ୍ତି ଆମେରିକାର ପୂର୍ବତନ ଶୀର୍ଷ କୂଟନୀତିଜ୍ଞ ରିଚାର୍ଡ ବର୍ମା ।

ସେ କହିଛନ୍ତି ଯେ ଯଦି ଆମେ ୨୦୩୦ର କଥା କହିବା ତେବେ ସେତେବେଳକୁ ଭାରତ ପ୍ରାୟ କ୍ଷେତ୍ରରେ ନେତୃତ୍ୱ ନେଉଥିବା ଭଳି ମୋତେ ପ୍ରତୀତ ହେଉଛି । ଏକ ଘରୋଇ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ ଏହି ଆଶାବ୍ୟକ୍ତ କରିଛନ୍ତି ।

ଅତୀତରେ ରିଚାର୍ଡ ବର୍ମା ଭାରତରେ ଆମେରିକାର ରାଷ୍ଟ୍ରଦୂତ ଥିଲେ । ସେ କହିଛନ୍ତି ଯେ ଭାରତ ଏକ ଜନବହୁଳ ଦେଶ । ଯେଉଁଠି ସ୍ନାତକ ଡିଗ୍ରି ଧାରୀ ଲୋକଙ୍କ ସଂଖ୍ୟା ଢେର ଅଧିକ । ଏହା ଛଡା ଦେଶରେ ମଧ୍ୟମ ବର୍ଗର ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ ହୋଇଥିବା ବେଳେ ଏଠାରେ ମୋବାଇଲ ଫୋନ ଓ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଅଧିକ ।

ସେହିପରି ବିଶ୍ୱର ତୃତୀୟ ବୃହତ୍ତ ସେନା, ତୃତୀୟ ବଡ଼ ଅର୍ଥ ବ୍ୟବସ୍ଥା ସହ ୨୫ ବର୍ଷରୁ କମ ବୟସ୍କଙ୍କ ୬୦କୋଟି ଲୋକଙ୍କ ସହ ସର୍ବ ବୃହତ୍ତ ଗଣତନ୍ତ୍ରରେ ସମସ୍ତେ ମିଳିମିଶି ରହୁଛନ୍ତି । ଯାହା ଭାରତକୁ ବିଶ୍ୱରେ ଅନନ୍ୟ କରି ଗଢି ତୋଳିଛି ବୋଲି କହିଛନ୍ତି ରିଚାର୍ଡ ।

ଭାରତର ବିକାଶ କାର୍ଯ୍ୟକ୍ରମ ଏବେ ଜୋରଦାର ଚାଲିଛି । ଭିତ୍ତିଭୂମି ବିକାଶ ଲାଗି ଆଗାମୀ ଏକ ଦଶକରେ ଅନୁନ୍ୟ ୨ ହଜାର ବିଲିୟନ ଡଲାର ନିବେଶ ହେବ । ୨୦୩୦ ଲାଗି ଏବେବି ଅନେକ ଭିତ୍ତିଭୂମିର ନିର୍ମାଣ ବାକି ଅଛି । ଖାସ ଏହି କାରଣରୁ ଦେଶରେ ୧୦୦ଟି ନୂଆ ବିମାନ ବନ୍ଦର ନିର୍ମାଣ ଚାଲିଛି ଅଥବା ଏଥି ଲାଗି ଯୋଜନା ହେଉଛି । ନିକଟରେ ଆମେରିକା ସେକ୍ରେଟାରୀ ଫର ଷ୍ଟେଟ୍‌ ଏଣ୍ଟୋନି ବ୍ଲିଙ୍କେନ୍‌ ଭାରତ ଗସ୍ତରେ ଆସିଥିଲେ । ଯେଉଁଥିରେ ଭାରତ ଓ ଆମେରିକାର ଦ୍ୱିପାକ୍ଷିୟ ହୀତ ନେଇ ଆଲୋଚନା କରିଥିବା ସେ କହିଛନ୍ତି।

Share this story