କରୋନାକୁ ଭଗେଇବାକୁ ବାହାରିଥିଲେ, ନିଜେ ସଂକ୍ରମିତ ହୋଇଗଲେ

କରୋନାକୁ ଭଗେଇବାକୁ ବାହାରିଥିଲେ, ନିଜେ ସଂକ୍ରମିତ ହୋଇଗଲେ

ଓଡ଼ିଆ ଗସିପ୍ ବ୍ୟୁରୋ: କରୋନା ବିରୋଧୀ ଲଢ଼େଇରେ ସାମିଲ ହୋଇ ଗୋ-କରୋନା-ଗୋ ନାରା ଦେଇଥିବା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ରିପୋର୍ଟ ପଜିଟିଭ୍ ଆସିବା ପରେ ଆଠୱାଲେଙ୍କୁ ଚିକିତ୍ସା ପାଇଁ ବମ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଏନେଇ ସୂଚନା ଦିଆଯାଇଛି ।


 

ସେ ତାଙ୍କ ଦଳର ଏକ ମିଶ୍ରଣ ପର୍ବର ଯୋଗ ଦେଇ ଫେରିବା ପରେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି ।

ମନ୍ତ୍ରୀଙ୍କୁ କରୋନା ହୋଇଥିବା କଥା ପ୍ରଘଟ ହେବା ପରେ ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା । ସେ ଦେଇଥିବା ନାରା ଗୋ-କରୋନା-ଗୋକୁ ନେଇ ଅନେକ କାର୍ଟୁନ ଓ ମିମ୍ ସୋସିଆଲ ମିଡିଆରେ ଘୁରି ବୁଲିଛି ।

ସେପଟେ ଆଜି ଦେଶରେ  କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫୦୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୪୬ ହଜାର ୪୨୯କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୬ ଲକ୍ଷ ୨୫ ହଜାର ୮୫୭ ଜଣ ଚିକିତ୍ସିତ ହେଉଥିବା ବେଳେ ୭୨ ଲକ୍ଷ ୦୧ ହଜାର ୦୭୦ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Share this story