ମାନହାନି ମକଦ୍ଦମାର ଚେତାବନୀ ଦେଲା ବିଜେଡ଼ି, ବିଜେଡ଼ି ଉପରକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ବିଜେପି ନିଜକୁ ଦେଖୁ

ମାନହାନି ମକଦ୍ଦମାର ଚେତାବନୀ ଦେଲା ବିଜେଡ଼ି, ବିଜେଡ଼ି ଉପରକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ବିଜେପି ନିଜକୁ ଦେଖୁ
ମାନହାନି ମକଦ୍ଦମାର ଚେତାବନୀ ଦେଲା ବିଜେଡ଼ି, ବିଜେଡ଼ି ଉପରକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ବିଜେପି ନିଜକୁ ଦେଖୁ

ଭୁବନେଶ୍ୱର: ନିର୍ବାଚନରେ ନିଶ୍ଚିତ ପରାଜୟ ଆଶଙ୍କାରେ ବିଜେପି ବିଚଳିତ ହୋଇପଡ଼ିଛି । ବିଭିନ୍ନ ପ୍ରସଙ୍ଗରେ ଡାହା ମିଛ, ଅମୂଳକ ମନ୍ତବ୍ୟ ଦେଉଥିବା ବିଜେପି ନେତାଙ୍କ ଏହା ହତାଶା ଭାବର ପ୍ରତିଫଳନ ବୋଲି ବିଜୁ ଜନତା ଦଳ ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପ୍ରାର୍ଥୀମାନଙ୍କ ଚରିତ୍ର ସଂହାର କରାଯିବା ଉଦ୍ୟମକୁ ଦଳ ପକ୍ଷରୁ ଦୃଢ଼ ସମାଲୋଚନା କରାଯାଇଛି । ବିଜେପି ଏଭଳି ମିଛ କହି ଚାଲିଲେ ସେମାନଙ୍କ ବିରୋଧରେ ମାନହାନି ମକଦ୍ଦମାର ଆଶ୍ରୟ ନେବାକୁ ବିଜେଡ଼ି ବାଧ୍ୟ ହେବ ବୋଲି ଦଳର ମୁଖପାତ୍ର ସୁଲତା ଦେଓ ଚେତାବନୀ ଦେଇଛନ୍ତି ।

ଶ୍ରୀମତୀ ଦେଓ କହିଛନ୍ତି, ବିଜେଡ଼ିକୁ ପ୍ରଶ୍ନ କରିବା ପୂର୍ବରୁ ବିଜେପି ସେମାନଙ୍କ ଦଳର ପ୍ରାର୍ଥୀମାନଙ୍କ ଅପରାଧିକ ଘଟଣାବଳୀ ସମ୍ପର୍କରେ ମୁହଁ ଖୋଲିବା ଦରକାର । ବିଜେପିର ଭଟଲି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲ୍ ଯାଇଥିଲେ । ସୋରଡ଼ା ପ୍ରାର୍ଥୀ ନୀଳ ବିଶୋୟୀଙ୍କ ନାଁରେ ୨୮ଟି ଅପରାଧିକ ମାମଲା ଅଛି । ତାଙ୍କ ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପରାଧିକ ଲିଙ୍କ୍ ଓଡ଼ିଶାବାସୀ ଜାଣିଛନ୍ତି ।

ଏହାଛଡା ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତ ବ୍ରଦର୍ସ, ଟିଟୋ ସହ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଖାଲି ସେତିକି ନୁହେଁ, କୋଇଲା ଆବଣ୍ଟନରେ ତାଙ୍କର ଭୂମିକା ପୂର୍ବତନ କେନ୍ଦ୍ର କୋଇଲା ସଚିବ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି । ବିଜେଡ଼ି ଉପରେ ଅଙ୍ଗୁଳି ଉଠାଇବା ପୂର୍ବରୁ ବିଜେପି ନିଜ ଦଳ ଭିତରେ ଥିବା ଅପରାଧିକ ବ୍ୟକ୍ତିଙ୍କୁ ଦେଖୁ ବୋଲି ଶ୍ରୀମତୀ ଦେଓ କହିଛନ୍ତି ।

Share this story