ବିଜେପିର ଗପ ଅଧିକ ହେଲେ କାମ କମ୍, ଏଭଳି ସଙ୍ଗୀନ ଅଭିଯୋଗ ଅଣିଲା ବିଜେଡି

ବିଜେପିର ଗପ ଅଧିକ ହେଲେ କାମ କମ୍, ଏଭଳି ସଙ୍ଗୀନ ଅଭିଯୋଗ ଅଣିଲା ବିଜେଡି
ବିଜେପିର ଗପ ଅଧିକ ହେଲେ କାମ କମ୍, ଏଭଳି ସଙ୍ଗୀନ ଅଭିଯୋଗ ଅଣିଲା ବିଜେଡି

ଭୁବନେଶ୍ୱର: ଭାରତୀୟ ଜନତା ପାଟି (ବିଜେପି) ବାସ୍ତବରେ ଗପ ଅଧିକ କୁହେ, ହେଲେ ଲୋକଙ୍କ ପାଇଁ କାମ କରିବା ସ୍ୱପ୍ନ ସଦୁର୍ଶ୍ୟ । ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ସହ ବିଜେପି ଉପରେ ବହୁ ବର୍ଷିଛନ୍ତି ଖୋଦ୍ ବିଜୁ ଜନତା ଦଳ (ବିଜେଡି)ର ଦୁଇ ନେତା ପ୍ରତାପ ଜେନା ଓ ସଂଜୟ କୁମାର ଦାସବର୍ମା । ସେମାନେ କହିଛନ୍ତି ୨୦୧୪ରେ ବିଜେପି ଦେଇଥିବା ନିର୍ବାଚନ ପ୍ରତିଶୃତି ଲୋକଙ୍କ ପାଇଁ ପ୍ରତାରଣା ଓ ଦୁଃଖ ଦେଇ ଆସିଛି ।

ଶ୍ରୀ ଜେନାଙ୍କ କହିବା ଅନୁଯାୟୀ, ବିଜେପି ସରକାର ୨୦୧୪ ନିର୍ବାଚନ ବେଳେ ଅନେକ ପ୍ରତିଶୃତି ଦେଇଥିଲା । ଯାହା କି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା, ପ୍ରତିବର୍ଷ ୨ କୋଟି ବେକାର ଯୁବକ ଓ ଯୁବତୀଙ୍କୁ ଚାକିରି, ୧୫ଲକ୍ଷ ଟଙ୍କା ପ୍ରତି ଆକାଉଣ୍ଟକୁ ଦେବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣ ବୃଦ୍ଧି, ବିଜେପିର ପ୍ରତିଶୃତି ସମାବେଶ ପ୍ରତିରଣା ଓ ପ୍ରହେଳିକାର ସମାବେଶ ଭଳି ସବୁ ପ୍ରତିଶୃତି ଖାଲି ଗୁଲିଗପ ପାଲଟିଛି । କୌଣସି ପ୍ରତିଶୃତି ବିଜେପି କାର୍ଯ୍ୟକାରୀ କରିନଥିବା ଶ୍ରୀ ଜେନା ଅଭିଯୋଗ ଆଣିଛନ୍ତି ।

ସେହିଭଳି ମହାନଦୀ, ପୋଲାଭରମ୍, କୋଷ୍ଟାଲ୍ ହାଇୱେ, ୩୩ଟି ଯୋଜନାର ଅର୍ଥକାଟ, ୮ଟି ଯୋଜନାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେବା ବିଜେପିର ପ୍ରତାରଣାର ମୁଖ୍ୟାଂଶ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।

ବିଜେପି ଅଚ୍ଛେଦିନର ଚାଷୀ, ମହିଳା, ଯୁବକ, ଛାତ୍ର, ଶ୍ରମିକ, ବରିଷ୍ଠ ନାଗରୀକ, କୃଶକ ଓ ଶିଶୁଙ୍କ ପାଇଁ ବୁରାଦିନ ସାବ୍ୟସ୍ତ ହୋଇଛି ବୋଲି ଶ୍ରୀ ଦାସବର୍ମା ବର୍ଷିଛନ୍ତି ।

Share this story