ବିଜେଡି ୨୧ଟି ଲୋକସଭା ଆସନରୁ ୨୧ଟି ଜିତିବ: ନବୀନ

ବିଜେଡି ୨୧ଟି ଲୋକସଭା ଆସନରୁ ୨୧ଟି ଜିତିବ: ନବୀନ
ବିଜେଡି ୨୧ଟି ଲୋକସଭା ଆସନରୁ ୨୧ଟି ଜିତିବ: ନବୀନ

ନୟାଗଡ: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୦୧୯ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ନୟାଗଡରେ ଏକ ବିଶାଳ ସମାବେଶରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଜୋର କରି କହିଛନ୍ତି ଯେ ଏଥର ବିଜେଡି ୨୧ଟି ଲୋକସଭା ଆସନରେ ସମ୍ପୂର୍ଣ ବିଜୟ ଲାଭ କରିବ । ମନେ ୨୧ଟି ଆସନରୁ ୨୧ଟି ଜିତିବ ବୋଲି ସେ ମତ ରଖିଛନ୍ତି । ସେଥିପାଇଁ ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ଆଶୀର୍ବାଦ ବିଜେଡି ଉପରେ ରହିବା ଦରକାର ବୋଲି ସେ କହିଛନ୍ତି ।

ଓଡିଶାବାସୀଙ୍କ ପାଇଁ ମୁଖ୍ୟତଃ ଗାଁ ଗଣ୍ଡାରେ ରହୁଥିବା ଲୋକଙ୍କ ପାଇଁ ସରକାର ବିଗତ ଦିନରେ ବହୁତ ଯୋଜନା କରିଛି । ସେ ସ୍ୱାସ୍ଥ୍ୟ ହେଉ ବା ଚାଷୀର ଉନ୍ନତି କଥା ହେଉ ବା ସେମାନଙ୍କ ପିଲାଙ୍କ ପାଠପଢା କଥା ହେଉ, ଏଥିପାଇଁ ସରକାର ବିଭିନ୍ନ ଯୋଜନା ତିଆରି କରିଛନ୍ତି । ଯାହାଦ୍ୱାରା ଲୋକେ ସହାୟକ ହୋଇପାରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି ।

ନିକଟରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା କାଳିଆ ଯୋଜନାରେ ବହୁ ଚାଷୀ ଉପକୃତ ହୋଇପାରିଛନ୍ତି । ୩୫ ଲକ୍ଷ ଚାଷୀଙ୍କ ଆକାଉଣ୍ଟ କୁ କାଳିଆ ଟଙ୍କା ଯାଇଛି । ପର୍ଯ୍ୟାୟ କ୍ରମେ ଆହୁରି ୨୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟ କୁ ବହୁତ ଜଲଦି ଟଙ୍କା ଯିବ ବୋଲି ସେ କହିଛନ୍ତି । ଏଥିସହ ଓଡିଶାକୁ ସ୍ପେଶାଲ କଟେଗୋରୀ ଷ୍ଟାଟସ ପାଇବାରେ କେନ୍ଦ୍ରର ଭୂମିକା ରହିବା ଦରକାର, ଯାହା କେନ୍ଦ୍ର ଅବହେଳା କରି ଆସୁଛି । ଏହାକୁ ପାଇବା ପାଇଁ ବିଜେଡି ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସଂସଦରେ ମହିଳାଙ୍କୁ ୩୩% ଦେବା ପାଇଁ ବିଜେଡି ଯେଉଁ ପ୍ରତିଶ୍ରୁତି ରଖିଥିଲା ତାହାକୁ ପାଳନ କରିଛି । ଗଂଜାମ ଆସ୍କାର ଶ୍ରୀମତୀ ପ୍ରମିଳା ବିଶୋଇଙ୍କୁ ଲୋକସଭା ପ୍ରାର୍ଥୀ ଟିକେଟ ଦିଆଯାଇଛି ଓ ବିଜେଡି ତାହାର ପ୍ରତିଶ୍ରୁତି ପାଳନ କରିଛି ।

ଆଜିର ଏହି ସମାବେଶରେ ଶତାଧିକ ଲୋକେ ଯୋଗ ଦେଇଥିଲେ । ଏହି ବିଶାଳ ସମାବେଶରେ ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ ବିଧାୟକ ଡ଼. ଅରୁଣ ସାହୁ, ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଓ ଟିକେଟ ପାଇଥିବା ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରମେଶ ବେହେରା ଓ ବହୁତ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଥିଲା ।

Share this story