ଚିଲିକାରେ ମାନସ ମଙ୍ଗରାଜଙ୍କୁ ଭବ୍ୟ ସ୍ୱାଗତ

ଚିଲିକାରେ ମାନସ ମଙ୍ଗରାଜଙ୍କୁ ଭବ୍ୟ ସ୍ୱାଗତ
ଚିଲିକାରେ ମାନସ ମଙ୍ଗରାଜଙ୍କୁ ଭବ୍ୟ ସ୍ୱାଗତ

ଚିଲିକା: ଚିଲିକାରେ ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ବିପୁଳ ସ୍ୱାଗତ । ଗତକାଲି ବିଜେଡିର ଦଳୀୟ ନେତା ଓ କର୍ମୀମାନଙ୍କ ପକ୍ଷରୁ ନବନିଯୁକ୍ତ ରାଜ୍ୟ ବିଜେଡି ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କୁ ଏକ ଶୋଭାଯାତ୍ରାରେ ନିଆଯିବା ସହ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ଦିଆଯାଇଛି ।

ବିଜେଡି ପକ୍ଷରୁ ମାନସଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଚିଲିକା ନିର୍ବାଚନ ମଣ୍ତଳୀର କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । କାଲି ପ୍ରଥମେ ଶ୍ରୀ ମଙ୍ଗରାଜଙ୍କୁ ନାଚୁଣୀସ୍ଥିତ ହରିପୁର ଛକରେ ବହୁ ସଂଖ୍ୟାରେ ବିଜୁ ଜନତା ଦଳର ସମର୍ଥକମାନେ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ଏହାପରେ ଏକ ବିରାଟ ବାଇକ୍‌ ରାଲିରେ ବହୁସଂଖ୍ୟାରେ କର୍ମୀ ତାଙ୍କୁ ବାଲୁଗାଁ, ବାଣପୁର ଆଦି ଅଞ୍ଚଳ ପରିକ୍ରମା କରାଇଥିଲେ । କର୍ମୀମାନେ ଶ୍ରୀ ମାନସ ମଙ୍ଗରାଜଙ୍କ ନାମରେ ଜିନ୍ଦାବାଦ ପକାଇ ସହର କମ୍ପାଇଥିଲେ ।

ସେହିପରି ରାସ୍ତାରେ ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ଶ୍ରୀ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ନାଚୁଣୀ ନିକଟସ୍ଥ ଜୀବନଦେଇପୁର ଗ୍ରାମରେ ଏକ ସଭାଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଦଳୀୟ ନେତା ଓ ସର୍ମଥକମାନେ ଶ୍ରୀ ମଙ୍ଗାରାଜଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ମାନସଙ୍କୁ ସ୍ଥାନୀୟ ଲୋକେ ନିଜର ଲୋକ ପ୍ରତିନିଧି ଭାବେ ଦେଖିବାକୁ ଚାହାଁନ୍ତି ବୋଲି ବହୁ ବରିଷ୍ଠ ନାଗରିକ ମତ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସ୍ଥାନୀୟ ଲୋକେ ଧନ୍ୟବାଦ ଜଣାଇଛନ୍ତି ।

Share this story