ବିକଳିଆ ବିଧାୟକଙ୍କ କାର୍ ରେ କିଏ ସେହି ମହିଳା? ଚୁମା ଚାଟିର ଲାଇଭ ଚିତ୍ର ଦେଖିଲେ ଦେଖେଣାହାରୀ…

ବିକଳିଆ ବିଧାୟକଙ୍କ କାର୍ ରେ କିଏ ସେହି ମହିଳା? ଚୁମା ଚାଟିର ଲାଇଭ ଚିତ୍ର ଦେଖିଲେ ଦେଖେଣାହାରୀ…
ବିକଳିଆ ବିଧାୟକଙ୍କ କାର୍ ରେ କିଏ ସେହି ମହିଳା? ଚୁମା ଚାଟିର ଲାଇଭ ଚିତ୍ର ଦେଖିଲେ ଦେଖେଣାହାରୀ…

ଶୀତୁଆ ରାତି, ଅନ୍ଧାର ରାସ୍ତା ଆଉ ବିଳାସମୟ କାର୍ । କାର୍ ଭିତରେ ବିଧାୟକ ଓ ତାଙ୍କ ଇନସ୍ପେକ୍ଟର ପ୍ରେମିକାଙ୍କ ଡ୍ୟାନ୍ସିଂ ରୋମାନ୍ସ । ବାସ୍ ଆଉ ତା ପରେ ଯାହା ହେବା କଥା ସେୟା ହିଁ ହୋଇଛି । ଶାସକ ଦଳର ଯୁବ ବିଧାୟକଙ୍କ ବିକଳିଆ ପ୍ରେମର ଚର୍ଚ୍ଚା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି । ଭଲା କାର୍ ତାଙ୍କର, ଦେହ ତାଙ୍କର ମନ ତାଙ୍କର ଆଉ କାହାଣୀ ସେମାନଙ୍କର । ଆମେତ ଲେଖିବୁ ଗସିପ୍ କିନ୍ତୁ କଟୁ ସତ୍ୟ କହିବୁ । ଆଉ ଖୋଲିଦେବୁ ବିଧାୟକଙ୍କ ରାତି ଅଧିଆ କାର୍ ଭିତରର ରୋମାନ୍ସର ରାଜ୍ । ଏଥିପାଇଁ ପଢ଼ିବା ଜାରି ରଖନ୍ତୁ । …

ଏବେ ରାଜଧାନୀରେ ଗୋଟିଏ ଚର୍ଚ୍ଚା । ଡ୍ୟାନ୍ସସିଂ କାର୍ ର କିଏ ଲୋ ? ଶୀତର ସ୍ପର୍ଶରେ ରାଜଧାନୀ ମତୁଆଲା ହେବାକୁ ବସିଥିବା ବେଳେ ପୁରୀ ଜିଲ୍ଲାର ଏକ ପ୍ରମୁଖ ଓ ଗୁରୁତ୍ବପୂର୍ଣ୍ଣ ବିଧାନସଭା କ୍ଷେତ୍ରର ବିଧାୟକଙ୍କ ବିକିଳିଆ ପ୍ରେମକୁ ନେଇ ଭାରି ଚର୍ଚ୍ଚା । ଚର୍ଚ୍ଚା ଅଧିକ ହେବାର କାରଣ ବି ବେଶ୍ ରୋଚକ । କାହିଁକିନା ବିଧାୟକ ଯେଉଁ ସୁନ୍ଦରୀଙ୍କ ସହ ତା ଥେଇ ଥେଇ ହୋଇଥିଲେ ସେ ଜଣେ ପୋଲିସ ଇନସ୍ପେକ୍ଟର । ଲେଡି ଦବଙ୍ଗଙ୍କ ସହ ବିନ୍ଦାସ ବିଧାୟକଙ୍କ ଇଲୁ ଇଲୁ ର ଲାଇଭ୍ ଚିତ୍ର ଦେଖିଥିବା ରାଜଧାନୀବାସୀ କିନ୍ତୁ ପୁଣି ଥରେ ଏମିତି ଆଉ ଥରେ ଘଟନ୍ତାନି କି ବୋଲି କୁହାକୁହି ହେଉଥିବା କଥା ଶୁଣିବାକୁ ମିଳିଛି ।

ବଜାରକୁ ଗରମ କରିଥିବା ଏହି ଖବର ଏବେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଚର୍ଚ୍ଚା ସାଉଁଟିଛି । ସୂଚନା ଅନୁସାରେ ଗତ ଶୁକ୍ରବାର ଅର୍ଥାତ ନଭେମ୍ବର 28 ତାରିଖରେ ୟୁନିଟ୍ 2 ମାର୍କେଟ ବିଲ୍ଡିଂ ପଛପାଖ ଆହାର କେନ୍ଦ୍ରରେ ଏକ ବିଳାସମୟ କାର୍ ଭିତରୁ ଅଚାନକ ଉହୁ …ଆ..ଆହା…ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା କାର୍ ପାଖକୁ ଯାଇ ଯାହା ଦେଖିଲେ ତାହା ତୁଣ୍ଡରେ ଧରିବା ଯୋଗ୍ୟ ନୁହେଁ ବୋଲି ବି କୁହନ୍ତି ।

ସେମାନେ କହିବାକୁ ଚାହୁଁଥିଲେ ଯେ, ବିଧାୟକଙ୍କ ବାହୁ ବନ୍ଧନରେ ପୁସ୍ ବ୍ୟାକ ସିଟରେ ରହି କାମ କଳାରେ ଲିପ୍ତ ଥିବା ମହିଳା ଜଣଙ୍କ ଜଣେ ଉଚ୍ଚ rankର ଲେଡି ପୋଲିସ ଅଫିସର । ସୂତ୍ର କହୁଛି ସଂପୃକ୍ତ ମହିଳା ପୋଲିସ ଅଫିସର ଜଣଙ୍କ ଅନୁଗୁଳ ଜିଲ୍ଲାରେ ଏବେ କାର୍ଯ୍ୟରତ । ପୂର୍ବରୁ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟ କରିଛନ୍ତି ।

ଆଉ ସେଇଠି ଏହି ବିଧାୟକ ମହାଶୟଙ୍କ ସହ ଆରମ୍ଭ ହୋଇଥିଲା ରାସ ଲୀଲା। ବାବୁ ଜଣଙ୍କ ବି ସୁନ୍ଦରୀ ପୋଲିସ ଅଫିସରଙ୍କ ପ୍ରେମରେ କୁଆଡ଼େ ପାଗଳ । ଏବେ ଦୁହେଁ ଦୁହିଁଙ୍କ ଠାରୁ ବହୁ ଦୂରରେ ରହୁଥିବାରୁ କମ୍ ସମୟ ମିଳେ ରୋମାନ୍ସ ପାଇଁ । ଆଉ ଯେବେ ବି ରୋମାନ୍ସ ପାଇଁ ସମୟ ମିଳେ ସେମାନେ କୁଆଡ଼େ ଏମିତି ଶୈଳୀରେ ଦେହର ଭୋକ ମେଣ୍ଟାଇଥାନ୍ତି ।

ତେବେ ଲୋକଙ୍କ ଭିଡ଼ ଦେଖି ବାବୁ ଜଣଙ୍କ ସଂପୃକ୍ତ ଲେଡି ଅଫିସରକୁ ନେଇ ଫୁର୍ କରି ଉଡ଼ାଯାଇଥିବା କହିଛନ୍ତି ଦେଖେଣାହାରୀ । କଥାରେ କେତେ ସତ୍ୟତା ଅଛି ସେ ନେଇ ଆମ୍ ଟିମ୍ ଅନୁସନ୍ଧାନ ଜାରି ରଖିଛି । ଆଗକୁ ଏ ସମ୍ପର୍କରେ ଖବର ମଧ୍ୟ ଆପଣଙ୍କ ନିକଟରେ ଖୁବ୍ ଶୀଘ୍ର ପହଞ୍ଚାଇବୁ ।

Share this story