ବିଜୟଙ୍କ ବିସ୍ଫୋରକ ବୟାନ- ‘ମନ୍ତ୍ରୀ ନବ ଦାସ ହତ୍ୟା ପଛରେ ଦୁଇ ଅଣଓଡ଼ିଆ ଅଫିସର ଅଛନ୍ତି ମୁଖ୍ୟ ନାୟକ’, ତଦନ୍ତ ହେଉ...

Bijay Mohapatra alleged that two non odia officers ahve conspired to kill Naba Das

ଓଡ଼ିଆ ଗସିପ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଜେପି ନେତା ବିଜୟ ମହାପାତ୍ର ବଡ଼ ବିସ୍ଫୋରଣ କରିଛନ୍ତି । ଦୁଇ ଅଣଓଡ଼ିଆ ଅଫିସର ହିଁ ପରଦା ପଛର ମୁଖ୍ୟ ନାୟକ ବୋଲି ବିଜୟ କହିଛନ୍ତି ।

ସେ କହିଛନ୍ତି, ‘ଜଣେ ଆଇଏଏସ୍ ଓ ଜଣେ ଆଇପିଏସ୍ ଅଫିସର ହିଁ ମୁଖ୍ୟ ନାୟକ । ପୋଲିସ୍‌ କଥା ବୁଝୁଥିବା ଦୁଇ ଅଣଓଡ଼ିଆ ଅଫିସର ହିଁ ମୁଖ୍ୟ ନାୟକ । ସେ ଅଞ୍ଚଳର କିଛି ଜିଲ୍ଲା ପରିଷଦ ସଭ୍ୟଙ୍କୁ ଧମକ ଦିଆଯାଇଛି । ହତ୍ୟା ବିଷୟରେ କିଛି ନକହିବାକୁ ପୋଲିସ ସେମାନଙ୍କୁ ଧମକ ଦେଇଛି’ ।

ଆହୁରି ପଢ଼ନ୍ତୁ : ଗତକାଲି ହସି ହସି ଖେଳିଲେ ହୋଲି, ଦିନକ ପରେ ହଠାତ୍ ଚାଲିଗଲା ବଲିଉଡର ଏହି ବଶିଷ୍ଠ ଅଭିନେତାଙ୍କ ଜୀବନ

ରାଜ୍ୟରେ ପୋଲିସ ବ୍ୟବସ୍ଥା ପୁରା ବୁଡ଼ି ଗଲାଣି । ସମ୍ପୃକ୍ତ ଅଫିସରଙ୍କ ଅହଙ୍କାର ଚରମ ସୀମାରେ ପହଞ୍ଚି ଗଲାଣି ବୋଲି ବିଜୟ କହିଛନ୍ତି । ସେପଟେ ନବ ଦାସ ହତ୍ୟା ତଦନ୍ତକୁ ନେଇ ମଧ୍ୟ ବିଜୟ ମହାପାତ୍ର ବଡ଼ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, ‘ମାମଲାରେ କାହିଁକି ୧୨୦ ବି’ ଲଗାଯାଇନି ? ସାଧାରଣ ଛୋଟମୋଟ ଘଟଣାରେ ପୋଲିସ ୧୨୦ ବି ଲଗାଇ ଦେଉଛି । ୧୨୦ ବି ଲଗାଗଲେ, ଅପରାଧିକ ଷଡ଼ଯନ୍ତ୍ର ବିଷୟରେ ତଦନ୍ତ ହେବ । ଏହି ଘଟଣାରେ ଜାଣିଶୁଣି ୧୨୦ ବି ଲଗାଯାଇନି, ଷଡ଼ଯନ୍ତ୍ର ପାର୍ଟ ଅନ୍ଧାର ।’

‘ତଦନ୍ତ ଅଗ୍ରଗତି ନେଇ କିଛି କୁହାଯାଉନି, ସବୁ ଇନ୍ କ୍ୟାମେରା ଚାଲିଛି । ଖାମଖିଆଲି ଭାବେ ତଦନ୍ତକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚାଲିଛି । ଯେପର୍ଯ୍ୟନ୍ତ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ନଆସିବ, ସନ୍ଦେହ ହଟିବନି’ ବୋଲି ବିଜୟ କହିଛନ୍ତି ।

ଆହୁରି ପଢ଼ନ୍ତୁ : 'ନବ ଦାସ ହତ୍ୟାକାଣ୍ଡର ଗୁମର ଖୋଲୁଛି ବୋଲି ମୋ ବିରୁଦ୍ଧରେ ହେଉଛି ଷଡଯନ୍ତ୍ର, ବିଧାନସଭାରେ ପୁରା ଏକ୍ସପୋଜ କରିବି', ଏପରି କହିଲେ ଜୟନାରାୟଣ ମିଶ୍ର

ଏହାସହ FBI କୁଆଡ଼େ ଗଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ‘FBI ତଦନ୍ତ ହେବ ବୋଲି କହିଲେ, ଏବେ ସେସବୁ କୁଆଡ଼େ ଗଲା ? କହିଦେଇ ଏବେ ସେସବୁ ଭୁଲିଗଲେ । ଜଷ୍ଟିସ ଦାସ କ’ଣ ସୁପରଭାଇଜ୍ କରୁଛନ୍ତି ବୋଲି ମଧ୍ୟ ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ନବ ଦାସ ହତ୍ୟା ମାମଲାକୁ ନେଇ ‘କ୍ରାଇମବ୍ରାଞ୍ଚର ସବୁ ତଦନ୍ତ ଗୋପାଳ ପାଖରେ ହିଁ ଅଟକି ଯାଇଛି । କାହାକୁ ସୁରକ୍ଷା ଦେବାକୁ ତଦନ୍ତ ଏକପାଖିଆ କରାଯାଉଛି’ ବୋଲି ବିଜେପି ନେତା ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି । 

Share this story