ଆଜିର ବଡ଼ ଖବର; ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦଳରୁ ବିଦା କଲା ବିଜେଡି

ଆଜିର ବଡ଼ ଖବର; ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦଳରୁ ବିଦା କଲା ବିଜେଡି

ଓଡ଼ିଆ ଗସିପ୍ ବ୍ୟୁରୋ: ଗତ ସପ୍ତାହେ ଧରି ଯେଉଁ ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ପ୍ରମାଣିତ ହୋଇଛି । ବିଜେଡିରୁ ବହିସ୍କାର ହୋଇଛନ୍ତି ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ । ଜନ ବିରୋଧୀ କାର୍ଯ୍ୟାକଳାପ ପାଇଁ ପ୍ରଦୀପଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ବିଦା କରାଯାଇଥିବା ସୂଚନା ଦେଇଛନ୍ତି ବିଜେଡିର ମିଡିଆ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।

ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହା ନିଆଁ ଭଳି ସାରା ଓଡ଼ିଶାରେ ବ୍ୟାପିଗଲା । ଏବେ ସବୁଠି ଚର୍ଚ୍ଚା , ଆସନ୍ତୁ ରାଜ୍ୟର ପ୍ରମୁଖ ଖବର କାଗଜ ଏବଂ ୱେବ୍ ପୋର୍ଟାଲ ଏହି ଖବରକୁ କେମିତି ପ୍ରସାରଣ ଓ ପ୍ରକାଶିତ କରିଛନ୍ତି ।

ପାଠକ ବାପା ଓ ପୁଅଙ୍କ ସହ ସମ୍ପର୍କକୁ ନେଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିବାଦରେ ଥିଲେ ବୋଲି ନିଜ ୱେବସାଇଟରେ ଖବର ପ୍ରକାଶ କରିଛି ଦୈନିକ ସମାଜ ।

ସାଧାରଣତଃ ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତାଙ୍କୁ ଦଳରୁ ନିଲମ୍ବନ ଅବା ବହିଷ୍କୃତ କରାଯାଏ। ଏଠି କିନ୍ତୁ, ‘ଜନ ବିରୋଧୀକାର୍ଯ୍ୟ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରାଯାଇଛି। ତେବେ ସେ କି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରିଥିଲେ, ସେ ସଂପର୍କରେ ଜାରି ହୋଇଥିବା ପ୍ରେସ୍ ରିଲିଜ୍‌ରେ କିଛି ସ୍ପଷ୍ଟ କରାଯାଇନି  ..ବୋଲି ଉଲ୍ଲେଖ କରିଛି ନୂଆଦିଲ୍ଲୀରୁ ପ୍ରକାଶିତ ଓ ପ୍ରସାରିତ ଓଡ଼ିଆ ଦୈନିକ ଓଡ଼ିଆ ପୁଅ।

ବିଧାୟକ ପ୍ରଦୀପ ପାଣିଗ୍ରାହୀ ତିନି ଥର ଗୋପାଳପୁରରୁ ବିଜେଡି ବିଧାୟକ ହୋଇଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ରେ ଗୋପାଳପୁରର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ଆକାଶ ପାଠକଙ୍କ ଏନ୍‌ଗେଜ୍‌ମେଣ୍ଟ ସରିଥିଲା । ଆସନ୍ତା ଡିସେମ୍ବର ୧୧ ତାରିଖରେ ହୋଇଥାନ୍ତା

Share this story