୨୦୨୪ରେ ସଂସଦ ବାହାରେ ହେବ ବଡ଼ ଖେଳ; ମୋଦି ହାରିବେ ନା ଜିତିବେ? କଣ କହୁଛନ୍ତି ଆପଣ....

sansad

ଓଡ଼ିଆ ଗସିପ୍ ବ୍ୟୁରୋ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି (ଶୁକ୍ରବାର) ଦେଶର ୧୯ ପ୍ରମୁଖ ଅଣ ବିଜେପି ରାଜନୈତିକ ଦଳର ପ୍ରତିନିଧି (ତୁଙ୍ଗନେତା)ଙ୍କ ସହ ଭିଡିଓ କନଫରେନସିଂ ଯୋଗେ ଆଲୋଚନା କରିଛନ୍ତି । ଏହି ବୈଠକରେ ଚଳିତ ମୌସୁମୀ ଅଧିବେଶନରେ ଯେଉଁଭଳି ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିଲେ ତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଏହା ସହ ସୋନିଆ ଗାନ୍ଧି ଆଶା ରଖିଛନ୍ତି ଯେ, ସଂସଦର ଆଗାମୀ ଅଧିବେଶନ ଗୁଡ଼ିକରେ ମଧ୍ୟ ଠିକ୍ ଏମିତି ଭାବେ ବିରୋଧୀ ନେତାଙ୍କ ଏକତା ବଜାୟ ରହିବ । କିନ୍ତୁ ବ୍ଯାପକ ରାଜନୈତିକ ଲଢ଼େି ସଂସଦ ବାହାରେ ଲଢ଼ାଯିବ ବୋଲି କହିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଏହାର ଅର୍ଥ ୨୦୨୪ରେ ଯେନତେନ ପ୍ରକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୨୦୨୪ରେ ତୃତୀୟ ବାର କ୍ଷମତା ଦଖଲରୁ ଦୁରେଇ ରଖିବାକୁ ପଡ଼ିବ ।

ସୋନିଆ ଗାନ୍ଧି ଏହା ବି କହିଛନ୍ତି ଯେ, ଏହା ଏକ ଚୁନୌତି ଅର୍ଥାତ ଏକ ଚ୍ଯାଲେଞ୍ଜ ଓ ଆହ୍ବାନ । ଆମ ସମସ୍ତଙ୍କୁ ଏକାଠି ହୋଇ ଏହି ଚ୍ଯାଲେଞ୍ଜକୁ ଜିତିବାର ଅଛି । ଯେହେତୁ ଆମେ ଏକାଠି ହୋଇ କାମ କରିବା ବଦଳରେ ଅନ୍ଯ କିଛି ବିକଳ୍ପ ନାହିଁ ତେଣୁ ନିଜ ନିଜ ମଜବୁରୀ ବା ଅସହାୟତା ସତ୍ତ୍ୱେ ଆମ ସମସ୍ତଙ୍କୁ ରାଷ୍ଟ୍ରହିତ କାରଣରୁ ଏକାଠି ଉପରକୁ ଉଠି ଲଢ଼େଇ କରିବାର ଅଛି ।

ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ଆମ ସମସ୍ତଙ୍କୁ ବ୍ଯକ୍ତିଗତ ଏବଂ ସାମୁହିକ ସଂକଳ୍ପ ନେଇ ତାକୁ ରୂପ ଦେବାର ଏକ ମୁହୁର୍ତ୍ତ ବୋଲି କହିଛନ୍ତି ସୋନିଆ ଗାନ୍ଧି । ...

Share this story