ବେଣୁଧର ମନ ଜିଣିଲେ; ଟ୍ରମ୍ପ ହାରିଗଲେ

ବେଣୁଧର ମନ ଜିଣିଲେ; ଟ୍ରମ୍ପ ହାରିଗଲେ

ଓଡ଼ିଆ ଗସିପ୍ ବ୍ୟୁରୋ: ଇଏ ଏବେ ଏବେ ଆମେରିକା ନିର୍ବାଚନ ଶେଷ ହୋଇଛି । ଗଣତି ଚାଲିଛି, କିଏ ଜିତିବ ଆଉ କିଏ ହାରିବ ତାହା କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ । ଆମେରିକା ରାଷ୍ଟ୍ରପତି ନିର୍ବଚନର ଠିକ୍ କିଛି ଦିନ ପୂର୍ବରୁ ହିଁ ଓଡ଼ିଶାର ଦୁଇଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଯାହାର ଫଳାଫଳ ଆସନ୍ତା 10 ତାରିଖରେ ପ୍ରକାଶ ପାଇବ ।

ଆମେ ଏହି ଦୁଇ ନିର୍ବାଚନ ଓ ଦୁଇ ବ୍ୟକ୍ତିଙ୍କୁ ଏଥିପାଇଁ ଏକ କରିବାକୁ ଚିନ୍ତା କଲୁ କାହିଁକି ଆପଣ ଏ ପାଠ ପଢିଲା ମଧ୍ୟରେ ଜାଣିପାରିବେ ।

ଗୋଟିଏ ହେଉଛି ଆଞ୍ଚଳିକ ନିର୍ବାଚନ ଏବଂ ଅନ୍ୟଟି ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ନିର୍ବାଚିତ କରିବା ଲାଗି ମତଦାନ ।

ହଁ ଏବେ କଥା ହେଲା ଟ୍ରମ୍ପ ରାଷ୍ଟ୍ରପତି ରହିଛନ୍ତି । ଆଗକୁ ନିର୍ବାଚନ ଫଳାଫଳ ସ୍ଥିର କରିବ ସେ ଆଉ ଆଗକୁ ରାଷ୍ଟ୍ରପତି ରହିବେ ନା ନାହିଁ । ଏପଟେ କିନ୍ତୁ ବାଲେଶ୍ୱର ସଦର ନିର୍ବାଚନ ମଇଦାନରେ ଥିବା ବେଣୁଧର ବାରିକ । ଜଣେ ବାରିକ ଘରର ବୃଦ୍ଧ ।

ହାତରେ ଟଙ୍କା ନଥାଇ ବି ସେ ନିର୍ବାଚନ ଲଢ଼ିଛନ୍ତି । ଟ୍ରମ୍ପଙ୍କ ଭଳି ସେ ବି ନିର୍ବାଚନ ବିଜୟୀ ନେଇ ଆଶାବାଦୀ ରହିଛନ୍ତି । ଅବଶ୍ୟ ସେ ହାରିଲେ ବି ତାଙ୍କର କିଛି ଫରକ ପଡ଼ିବନି କାହିଁକିନା ସେ କେବେ ବିଜୟୀ ହିଁ ହେବେ ବୋଲି କଳ୍ପନା କରିନଥିଲେ । ସେ ଲୋକଙ୍କ ସେବା କରିବାକୁ ହିଁ ଆଗଭର । ଟ୍ରମ୍ପ କିନ୍ତୁ ବଡ଼ ବଡ଼ କଥା କହୁଥିବା ବେଳେ ତାକୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା କମିଥିବା ବେଳେ ବେଣୁ ମଉସାଙ୍କ କ୍ରେଜ୍ କିନ୍ତୁ ଦିନକୁ ଦିନ ବଢୁଛି । ଆଉ ବେଣୁ ମଉସା ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛନ୍ତି ।

Share this story