କେନ୍ଦ୍ରକୁ ଆଣ୍ଠେଇ ଦେଲେ ଦିଦି; ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ମନ୍ତ୍ରୀଙ୍କୁ ମିଳିଲା ବେଲ୍

କେନ୍ଦ୍ରକୁ ଆଣ୍ଠେଇ ଦେଲେ ଦିଦି; ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ମନ୍ତ୍ରୀଙ୍କୁ ମିଳିଲା ବେଲ୍

ଓଡ଼ିଆ ଗସିପ୍ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇ ମୋଦି-ଶାହଙ୍କୁ ଢାଳେ ପାଣି ପିଆଇ ଦେଇଛନ୍ତି । ଆଉ ବଡ଼ ଧରଣର ଖେଳ କରି କେନ୍ଦ୍ରର ସିବିଆଇ ପଞ୍ଝାରୁ ନିଜର ମନ୍ତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ପଢ଼ନ୍ତୁ ପୁରା ଖବର...

ଯେମିତିକି ଆପଣମାନେ ଜାଣନ୍ତି, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ସରଗରମ ଥିବା ବେଳେ କୋଲକାତାରେ ଗତକାଲି ଅର୍ଥାତ ସମୋବାର ଆଉ ଏକ ନାଟକୀୟ ପରିସ୍ଥିତି ଦେଖିବାକୁ ମିଳିଛି ।

ସିବିଆଇ ଅଧିକାରୀମାନେ ଗତକାଲି ସକାଳେ କେନ୍ଦ୍ରୀୟ ଫୋର୍ସ ଧରି ମମତା ବାନାର୍ଜୀଙ୍କ ଦୁଇ ଜଣ ମନ୍ତ୍ରୀଙ୍କ ସମେତ ୪ ଜଣ ନେତାଙ୍କୁ ଗିରଫ କରିବାରୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଖବର ପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସରେ ପହଂଚିଥିଲେ । ତାଙ୍କର ମନ୍ତ୍ରୀଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ବୋଲି ଅଭିଯୋଗ କରି ଏହାର ପ୍ରତିବାଦ କରିଥିଲେ ।

ସିବିଆଇ ତାଙ୍କୁ ମଧ୍ୟ ଗିରଫ କରୁ ବୋଲି କହି ସେଠାରେ ୬ ଘଣ୍ଟା ଧରି ବସି ରହିଥିଲେ । ସିବିଆଇ ଅଫିସ ବାହାରେ ମମତାଙ୍କ ସମର୍ଥକ ବିକ୍ଷୋଭ କରିବା ସହିତ ଟେକାମାଡ଼ କରିଥଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ସନ୍ଧ୍ୟା ବେଳେ ଏହି ମନ୍ତ୍ରୀମାନଙ୍କୁ ଜାମିନ ମିଳିବା ପରେ ମମତା ସିବିଆଇ ଅଫିସ ଛାଡ଼ିଥିଲେ । 

Share this story