ବଦ୍ରୀ, ବଦନାମ ଓ ବିଜେଡି: ପୁଅ ପାଇଁ ଦଳ ହେଲା ଅପମାନିତ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତ ମୁଖିଆ?

serious-allegation-against-bjd-mla-son

ଓଡ଼ିଆ ଗସିପ୍ ବ୍ୟୁରୋ: ନେତା ପୁଅ ବୋଲି ଭାରି ଭାଉ । ଭାବିଛନ୍ତି ଯାହା କରିବେ ସାତଖୁନ୍ ମାଫ । କିନ୍ତୁ ଆମ ଓଡ଼ିଶାରେ ଏମିତି ହୁଏନି । ଯେ ଭୁଲ୍ କରିବ ସେ ଶାସ୍ତି ପାଇବ । ସେ ଯିଏ ହେଉ ଥାଉନା କାହିଁକି ଆଉ ଯେତେ କ୍ଷମତାଶାଳୀ । ଆଇନ ତା ବାଟରେ ଯିବ ଆଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏବେ କେବଳ ଦେଖିବାକୁ ବାକି ରହିଲା ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ପାତ୍ରଙ୍କ ପୁଅଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗର କାର୍ଯ୍ୟାନୁଷ୍ଠାନ କଣ ହେବ । ବିଜେଡି ସୁପ୍ରିମ ଏନେଇ କଣ ଦଣ୍ଡବିଧାନ କରୁଛନ୍ତି । ଜାଣନ୍ତୁ କାହିଁକି ଓ କଣ ପାଇଁ ପୁଅ ଲାଗି ଉଭୟ ବଦ୍ରି ପାତ୍ର ଏବଂ ବିଜେଡି ବଦନାମ ।

ଯୁବତୀଙ୍କୁ ପ୍ରତାରଣା କରି ଜେଲ୍ ଯାଇଥିବା ଜଣେ ଯୁବକଙ୍କୁ ଘଣ୍ଟ ଘୋଡାଉଛନ୍ତି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ। ଏପରିକି ମାମଲାର ରଫାଦଫା ପାଇଁ ସେ ପୀଡ଼ିତାଙ୍କ ଉପରେ ଚାପ ପକାଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣି କେନ୍ଦୁଝର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ସମ୍ପୃକ୍ତ ପୀଡ଼ିତା।

ପୀଡ଼ିତାଙ୍କ ଅଭିଯୋଗ, ରାମଚନ୍ଦ୍ରପୁର ଥାନା ହରିହରପୁରର ସୁଜିତ ଜେନା ନାମକ ଜଣେ ଯୁବକ ନିଜକୁ ଅବିବାହିତ ଦର୍ଶାଇ ତାଙ୍କ ସହ ସମ୍ପର୍କ ରଖି ଆସୁଥିଲେ। ପରବର୍ତ୍ତୀ ସମୟରେ ସୁଜିତ ବିବାହିତ ବୋଲି ଜାଣିବା ପରେ ପୀଡ଼ିତା ତାଙ୍କ ଠାରୁ ନିଜକୁ ଦୂରେଇ ରଖିଥିଲେ।

ଏହାପରେ ପୀଡ଼ିତାଙ୍କୁ ହଇରାଣ କରୁଥିବା ସୁଜିତଙ୍କ ବିରୋଧରେ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଥିଲା ଏବଂ ପୋଲିସ ସୁଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

କିନ୍ତୁ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ଏହି ମାମଲାର ରଫାଦଫା ପାଇଁ ଉଦ୍ୟମ କରୁଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ସୁଜିତ ବିଜେଡି କର୍ମୀ ହୋଇଥିବାରୁ ମାମଲାର ରଫାଦଫା ପାଇଁ ଦେବାଶିଷ ପୀଡ଼ିତାଙ୍କ ଘରକୁ ଯାଇ ଏବଂ ଫୋନ୍ କରି ପୀଡ଼ିତାଙ୍କ ଉପରେ ଚାପ ପକାଉଛନ୍ତି ବୋଲି ଅଭିଯୋଗ ହୋଇଛି।

ଯାହାର ଏକ ଅଡିଓ ସମ୍ପର୍କରେ ମଧ୍ୟ ସମ୍ପୃକ୍ତ ପୀଡ଼ିତା ଏସ୍‌ପିଙ୍କୁ ଅବଗତ କରାଇଛନ୍ତି। ଏପରିକି ସେ ଘର ଉପରେ ଆକ୍ରମଣ କରିଥିବା ପୀଡ଼ିତା ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏସ୍‌ପିଙ୍କୁ ଭେଟି ସୁରକ୍ଷା ଦାବି କରିଛନ୍ତି ପୀଡ଼ିତା ଏବଂ ତାଙ୍କ ପରିବାର ଲୋକେ।

ବିଜେପି ମଧ୍ୟ ଏହି ପରିବାରକୁ ସୁରକ୍ଷା ଦେବାକୁ ଏସ୍‌ପିଙ୍କୁ ଭେଟି ନିବେଦନ କରିଛି।

ପୀଡିଡ଼ାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବା ସହ ପୀଡିଡ଼ା ଯାହାଙ୍କ ନାଁରେ ଅଭିଯୋଗ କରିଛନ୍ତି ତାର ତଦନ୍ତ କରାଯାଇ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

Share this story