World Odia Language Conferene

ସଙ୍ଗୀତ ଜଗତକୁ ଫେରିବେ ବାବୁଲ ସୁପ୍ରିୟୋ: ପୁଣି ଗାଇବେ ଓଡ଼ିଆ ଆଧୁନିକ ଗୀତ, ରାଜନୀତିରୁ ନେଇଛନ୍ତି ସନ୍ୟାସ

ବାବୁଲ ସୁପ୍ରିୟ
ଓଡ଼ିଆ ଗସିପ ବ୍ୟୁରୋ: ରାଜନୀତିରୁ ସନ୍ନ୍ୟାସ ନେଇଥିବା ବାବୁଲ ସୁପ୍ରିୟୋ ପୁଣି ଏକ ଫେସ୍‌ବୁକ୍‌ ପୋଷ୍ଟ ଲେଖିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଙ୍ଗଲ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏବଂ ଟିଏମସିର କୃଣାଲ ଘୋଷଙ୍କୁ ଟାର୍ଗେଟ କରିଛନ୍ତି ।

ବେଙ୍ଗଲୀରେ ଲେଖିଥିବା ଏହି ପୋଷ୍ଟରେ ବାବୁଲ ଦିଲ୍ଲୀପ ଘୋଷ ଏବଂ କୃଣାଲ ଘୋଷଙ୍କ କମେଣ୍ଟର ସ୍କ୍ରିନ୍‌ସଟ୍‌ ଆଟାଚ୍‌ କରିଛନ୍ତି । ରାଜନୀତି ଛାଡ଼ିବା ପରେ ଆଉ ଏମିତି ଟିପ୍ପଣୀ ଶୁଣିବାକୁ ମିଳିବନି ବୋଲି ଲେଖିଛନ୍ତି ସୁପ୍ରିୟୋ । ଏହା ଦ୍ବାରା ପଜିଟିଭ୍‌ ଏନର୍ଜୀ ଖର୍ଚ୍ଚ ହେବ ନାହିଁ ଏବଂ ଭଲ କାମ କରିପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି ।

କାଲିର ଫଇସଲା ଉପରେ ଦିଲ୍ଲୀପ ଏବଂ କୃଣାଲ ଟିପ୍ପଣୀ କରିଥିଲେ । ସୁପ୍ରିୟୋ ଲେଖିଛନ୍ତି, ‘ମୋ ଘୋଷଣା ଉପରେ ଯେ କେହି କମେଣ୍ଟ କରୁଛନ୍ତି । ନିଜ ହିସାବରେ ଭାଷାର ପ୍ରୟୋଗ କରୁଛନ୍ତି। ମୁଁ ଏହାକୁ କାମରେ କରି ଦେଖାଇବି। କାମ କରିବାକୁ ସାଂସଦ ଏବଂ ମନ୍ତ୍ରୀ ହେବା ଜରୁରୀ କି ?

ଏବେ ମୁଁ ଗୀତ ଏବଂ ଶୋ ଉପରେ ଫୋକସ୍‌ କରିବି । ଏବେ ମୋ ପାଖରେ ବହୁତ ସମୟ ରହିଛି। ଏବେ ଆହୁରି  ଅଧିକ ସମୟ ରହିବ । ବହୁତ ପଜିଟିଭ୍‌ ଏନର୍ଜି ମଧ୍ୟ ବଞ୍ଚିବ। ଏହି ଉର୍ଜାକୁ ମୁଁ ଭଲ କାର୍ଯ୍ୟରେ ଲଗାଇବି ।’

Share this story