ଆଫଗାନିସ୍ତାନର ବିପତ୍ତି ବେଳେ ମଜାକ ଉଡାଇ ମୋଦିଙ୍କୁ ପ୍ରଶଂସା କଲେ ବବିତା ଫୋଗଟ

controversial

ଓଡ଼ିଆ ଗସିପ୍ ବ୍ୟୁରୋତାଲିବାନର ଆଫଗାନିସ୍ତାନ ଦଖଲକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ଏବେ ଆଫଗାନବାସୀ ଭୟରେ କାଳ କାଟୁଛନ୍ତି ।

୧୯୯୦ ଦଶକ ଶେଷରେ ଏହି ଦେଶ ତାଲିବାନ ଦ୍ୱାରା ଅଧିକୃତ ହୋଇଥିଲା ଏବଂ ବର୍ତ୍ତମାନ ପୁଣି ଥରେ ସେମାନଙ୍କ ନିୟନ୍ତ୍ରଣକୁ ଆସିଯାଇଛି । ଆଫଗାନିସ୍ତାନର ଏହି ଅବସ୍ଥାକୁ ନେଇ ସାରା ବିଶ୍ୱର ଲୋକମାନେ ନିଜର ଉଦବେଗ ପ୍ରକାଶ କରୁଛନ୍ତି ଏବଂ ଟ୍ୱିଟ୍ ମଧ୍ୟ କରୁଛନ୍ତି।

taliban

ତେବେ ଭାରତୀୟ କୁସ୍ତିଯୋଦ୍ଧା ବବିତା ଫୋଗଟ ମଧ୍ୟ ଆଫଗାନିସ୍ତାନର ପରିସ୍ଥିତି ସମ୍ପର୍କରେ ଏକ ଟୁଇଟ୍ କରିଛନ୍ତି ତେବେ ଏହି ଟ୍ୱିଟକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ବବିତା ଫୋଗଟ ଆଫଗାନିସ୍ତାନର ପରିସ୍ଥିତି ସମ୍ପର୍କରେ ଟୁଇଟ୍ କରି କହିଛନ୍ତି ଯେ ଆଫଗାନିସ୍ତାନରେ ଶସ୍ତା ପେଟ୍ରୋଲ, ଶସ୍ତା ଡିଜେଲ ଏବଂ ଶସ୍ତା ପିଆଜ ଥିଲା କିନ୍ତୁ ନରେନ୍ଦ୍ର ମୋଦୀଙ୍କ ଭଳି ନେତା ନଥିଲେ।

tweet

ସେ ନିଜ ଟ୍ଵିଟରେ ଯଦିଓ ମୋଦୀଙ୍କୁ ପ୍ରଶଂସା କରିଛନ୍ତି କିନ୍ତୁ ଏଭଳି ଦୁଃଖଦ ସ୍ଥିତିରେ ବବିତାଙ୍କ ଏଭଳି ଟ୍ଵିଟକୁ କିଛି ୟୁଜର୍ସ ନାପସନ୍ଦ କରିଛନ୍ତି ତାଙ୍କର ଏହି ଟୁଇଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

 

Share this story