ଓଟିଭି ପାଇଁ ଓକିଲାତି କରୁଛନ୍ତି କି ଅର୍ଣ୍ଣବଏବେ ଏହି ସରକାରଙ୍କ ଟାର୍ଗେଟରେ ରିପବ୍ଲିକ ଟିଭି

ଓଟିଭି ପାଇଁ ଓକିଲାତି କରୁଛନ୍ତି କି ଅର୍ଣ୍ଣବ! ଏବେ ଏହି ସରକାରଙ୍କ ଟାର୍ଗେଟରେ ରିପବ୍ଲିକ ଟିଭି

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରୁ ଯାଇ ଦେଶରେ ପହଞ୍ଚିଲାଣି ଓଟିଭି ବିବାଦ । ସେ ଜମି କେଳେଙ୍କାରୀ ହେଉ ଅବା ସାରୁଅ ଜମୀ ଦୁର୍ନୀତି ଅବା  ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ । ସବୁଠି ଏବେ ଏହି ଘଟଣାକୁ ନେଇ ତମ୍ବି ତୋଫାନ ତୀବ୍ର ହୋଇଛି । ବଡ଼ କଥା ହେଉଛି ପ୍ରଥମ ଥର ପାଇଁ ମିଡିଆ –ମିଡିଆ ମଧ୍ୟରେ ଡାର୍ଟି ୱାର ଦେଖିବାକୁ ପାଇଛନ୍ତି ଓଡ଼ିଆ ଦର୍ଶକ । ହେଲେ ଆଜିର ପ୍ରସଙ୍ଗ ଟିକେ ନିଆରା । ରେଜିଓନାଲ ମିଡିଆ ପଲିଟିକ୍ସରେ ମୁଣ୍ଡ ପୁରାଇ ବାହାବା ନେବାକୁ ଉଦ୍ୟମ କରିଛନ୍ତି ଜାତୀୟ ସ୍ତରର ଗଣମାଧ୍ୟମ ରିପବ୍ଲିକ ଭାରତ ଓ ରିପବ୍ଲିକ ଟିଭି ।

ଏକ ପୁରୁଣା ମାମଲାରେ କେନ୍ଦୁଝର ପୋଲିସ ଓଟିଭି ଅଫିସକୁ ତଦନ୍ତ ପାଇଁ ଆସିଥିଲେ ଆଉ ଏହା ପରେ ସ୍ଥିତି ଯାହା ସୃଷ୍ଟି ହୋଇଥିଲା ତାହା ସମସ୍ତେ ଜାଣିଛନ୍ତି । ଆଉ ଏଭଳି ସମୟରେ ଏହା ବିବାଦର ସବୁ ସୀମା ମଧ୍ୟ ପାର୍ କରିଥିଲା । ଲୋକେ ସତ କଣ ମିଛ କଣ ଜାଣିବାକୁ ଯେତିକି ଆଗ୍ରହ ଦେଖାଇନଥିଲେ ସେତିକି ମଜା ନେବା ସହ କଡ଼ା ଟିପ୍ପଣି କରିଥିଲେ । ଓଡ଼ିଆ ଦର୍ଶକଙ୍କ ରାଗର ଶିକାର ହୋଇଥିଲେ ରପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ କିଛି ଦିନ ତଳେ ଅର୍ଣ୍ଣବଙ୍କ ଇଂରାଜୀ ଚ୍ୟାନେଲରେ ଏକ ବିତର୍କ କାର୍ଯ୍ୟକ୍ରମ ପ୍ରସାରଣ ହୋଇଥିଲା । ଏଥିରେ ଓଟିଭି ପକ୍ଷରୁ ଏହାର ଅପରେସନ ହେଡ ଲିତିଶା ମଙ୍ଗତ ଭାଗ ନେଇଥିଲେ । ଓଡ଼ିଆ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହି ବିତର୍କରେ ଭାଗ ନେଇଥିଲେ । ଡିବେଟ ବାହାନାରେ ଓଟିଭି ରପବ୍ଲିକ କୁ ବ୍ୟବହାର କରି ଓଡ଼ିଶା ଓ ଓଡ଼ିଶା ସରକାରଙ୍କୁ ବୃଥା ଅପମାନ କରାଯାଉ ବୋଲି ଅନେକ ମତ ରଖିଛନ୍ତି ।

ଆପଣ ବି ଦେଖିନିଅନ୍ତୁ ସେହି ଡିବେଟର ଝଲକ  ...



 

Share this story