ଉଦ୍ଧବଙ୍କ ‘ସେନା’ରେ ସୁନ୍ଦରୀ ଉର୍ମିଳା: ଅଧା ବାଟରେ ‘ହାତ’ ଛାଡ଼ିଦେଲେ

ଓଡ଼ିଆ ଗସିପ୍ ବ୍ୟୁରୋ: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଏବେ ଆଉ ଗୋଟିଏ ନୂଆ ରାଜନୀତିକ ଦଳକୁ ବାଛିଛନ୍ତି । ଅନେକ ଦିନର କଳ୍ପନା ଜଳ୍ପନା ଭିତରେ ସୋମବାର ବଲିଉଡ୍ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଶିବସେନାରେ ଯୋଗ ଦେଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି ।
୨୦୧୯ ସେପ୍ଟେମ୍ବରରୁ ୩୦ ନଭେମ୍ବର ପର୍ଯ୍ଯନ୍ତ ୪୬ ବର୍ଷୀୟ ଉର୍ମିଳା ଶିବସେନାରେ ମିଶିବେ ନାହିଁ ବୋଲି କହୁଥିଲେ । ଶିବସେନା ସହିତ ସାମିଲ ହେବାର କୌଣସି ଯୋଜନା ନାହିଁ ବୋଲି ମଧ୍ୟ ସେ କହିଥିଲେ ।
nullअभिनेत्री @UrmilaMatondkar जी यांनी आज मातोश्री निवासस्थानी शिवसेना पक्षप्रमुख, मुख्यमंत्री उद्धव बाळासाहेब ठाकरे यांच्या उपस्थितीत आणि सौ. रश्मीताई ठाकरे यांच्या हस्ते शिवबंधन बांधून शिवसेनेत जाहीर प्रवेश केला. pic.twitter.com/lAv21HjbaH
— ShivSena - शिवसेना (@ShivSena) December 1, 2020
ସୂଚନା ଅନୁସାରେ, ମହାରାଷ୍ଟ୍ରର ଶିବସେନା ନେତୃତ୍ୱାଧୀନ ମିଳିତ ସରକାର ଉର୍ମିଳା ମାତୋଣ୍ଡକରଙ୍କୁ ବିଧାନ ପରିଷଦର ସଦସ୍ୟ କରିବାକୁ ସ୍ଥିର କରିଥିଲା । ସରକାର ତାଙ୍କ ନାମ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ନିକଟକୁ ପଠାଇଛନ୍ତି । ମହାରାଷ୍ଟ୍ରର ମହା ବିକାଶ ଆଗାଦୀ ସରକାର ରାଜ୍ୟପାଳଙ୍କ କୋଟା ଅନୁଯାୟୀ ବିଧାନ ପରିଷଦକୁ ପଠାଯିବାକୁ ଥିବା ୧୨ ନାମର ଏକ ତାଲିକା ପଠାଇଛନ୍ତି ।
୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ତାଙ୍କୁ ମୁମ୍ବାଇ ଉତ୍ତରରୁ ଟିକେଟ ଦେଇଥିଲା । ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ବିଜେପିର ଗୋପାଳ ଶେଟ୍ଟୀ ତାଙ୍କୁ ପରାସ୍ତ କରିଥିଲେ ।