୨୦୨୪ ସାଧାରଣ ନିର୍ବାଚନରେ କିଏ କରିବ ଦିଲ୍ଲୀ ଦଖଲ? ବିରୋଧୀ ଟିମ୍ କୁ କିଏ କରିବ ଲିଡ, ଆଉ କିଏ ହେବ ପିଏମ୍? ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ନବୀନ

କିଏ ହେବ pm

ଓଡ଼ିଆ ଗସିପ ବ୍ୟୁରୋ :ଆଗକୁ ଆସୁଛି ୨୦୨୪ ଇଲେକ୍ସନ, ଆଉ ଏହା ପାଇଁ ଖାଲି ରାଜ୍ୟ ରାଜନୀତି ନୁହେଁ ଦେଶ ରାଜନୀତି ବି ସରଗରମ ହେବାରେ ଲାଗିଲାଣି। ସବୁ ଦଳ ମାନେ ୨୦୨୪ ପାଇଁ ନିଜ ନିଜର ଅଙ୍କ କଷିବାରେ ଲାଗିଗଲେଣି। ନୀତିଶ କୁମାର ଙ୍କ ଗୋଷ୍ଠୀ ପରିବର୍ତ୍ତନ ପରେ ପ୍ରଶ୍ନ ଉଠିବାରେ ଲାଗିଛି ଯେ ନରେନ୍ଦ୍ର ମୋଦିଙ୍କ ବିରୋଧରେ ୨୦୨୪ରେ ବିରୋଧୀଙ୍କ ଚେହେରା କିଏ ହେବେ?

 

 

ବିଜେପିର ବିଜୟ ରଥକୁ କିଏ ଅଟକାଇବାକୁ ସକ୍ଷମ ହେବେ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମ୍ୟାଜିକକୁ ଚ୍ୟାଲେଞ୍ଜ କରିବା ପାଇଁ ବିରୋଧୀଙ୍କ ତରଫରୁ କିଏ ଆଗକୁ ଆସିବେ । ନରେନ୍ଦ୍ର ମୋଦି ଙ୍କୁ ଚ୍ୟାଲେଞ୍ଜ କରିବାକୁ ଜଣେ ବଳିଷ୍ଠ ନେତାଙ୍କ ଅଭାବ ଗତ ଦୁଇଟି ଲୋକସଭା ନିର୍ବାଚନ ରେ ​​ତାଙ୍କ ରାସ୍ତାକୁ ସହଜ କରିଦେଇଥିଲା । ୨୦୨୪ରେ ସମାନ ଇତିହାସ ପୁନରାବୃତ୍ତି ହେବ ନା କୌଣସି ଚ୍ୟାଲେଞ୍ଜ ମିଳିବ, ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ।

ନୀତିଶ କୁମାର ମହାମେଣ୍ଟ ସହ ଆସିବା ପରେ ପ୍ରଶ୍ନ ଉଠିଛି ଯେ ୨୦୨୪ ଲୋକସଭା ନିର୍ବାଚନ ରେ ବିରୋଧୀ କାହାକୁ ଚେହେରା କରି ନିର୍ବାଚନୀ ମୈଦାନକୁ ଓହ୍ଲାଇବେ । ଏହି ଚେହେରା କଂଗ୍ରେସ ନେତା ରାହୁଲ ଗାନ୍ଧୀ କିମ୍ବା ନୀତିଶ କୁମାର ହେବେ କି? ନା ମମତା ବାନାର୍ଜୀ, ଶରଦ ପାୱାର ଙ୍କ ପରି ଅନ୍ୟ କେତେକ ବିରୋଧୀଦଳର ନେତାଙ୍କୁ ଆଗକୁ କରାଯିବ । କଂଗ୍ରେସ ବିରୋଧୀମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଦଳ ହେବାର ତର୍କ ଦେଇ ପ୍ରଧାନମନ୍ତ୍ରୀ ପଦର ଦାବି ଉପସ୍ଥାପନ କରିଆସୁଛି, କିନ୍ତୁ ନୀତିଶ କୁମାରଙ୍କ ଗୋଷ୍ଠୀ ପରିବର୍ତ୍ତନ ପରେ ଏହି ପ୍ରଶ୍ନ ଟିକେ ଜଟିଳ ହୋଇପଡ଼ିଛି । ନୀତିଶ କୁମାରଙ୍କ ଅଭିଜ୍ଞତାକୁ ପ୍ରଶଂସା କରି ତେଜସ୍ୱୀ ଯାଦବ ମାମଲାକୁ ଅଧିକ ଜଟିଳ କରିଦେଇଛନ୍ତି ।ଏହି ପ୍ରସଙ୍ଗରେ କଂଗ୍ରେସ ଭାବିଚିନ୍ତି ଆଗକୁ ବଢ଼ୁଛି।

କିଛି ନେତା ଖୋଲାଖୋଲି ଭାବେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ବୋଲି କହୁଛନ୍ତି, କିନ୍ତୁ ସେମାନେ ଛୋଟ ସ୍ତରର ନେତା । ବଡ଼ ନେତାମାନେ ଏହି ପ୍ରସଙ୍ଗରେ ଭାବିଚିନ୍ତି ମନ୍ତବ୍ୟ ଦେଉଛନ୍ତି । ଏହା ପଛରେ ଏକ ଭୟ ରହିଛି ଯେ ‘ରାହୁଲ ରାଗ’ ଜପ କରିବାରୁ ବିରୋଧୀ ଦଳଗୁଡ଼ିକ ଅସନ୍ତୋଷ ପ୍ରକାଶ କରିପାରନ୍ତି ଓ ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିପାରେ । ସେଥିପାଇଁ ବଡ଼ ନେତାମାନେ ନିର୍ବାଚନ ପରେ ଏହି ନିଷ୍ପତ୍ତି ନିଆଯିବା ବିଷୟରେ କହୁଥିବାବେଳେ କିଛି ନେତା ସମୟ ଆସିଲେ ଚେହେରା ଦେବା ବିଷୟରେ କହି ଝଗଡ଼ାକୁ ବର୍ତ୍ତମାନ ସ୍ଥଗିତ ରଖିବାକୁ ଚାହୁଁଛନ୍ତି।

Share this story