ରାଇସିନା ଲଢ଼େଇ; ଗାଦିରେ ବସିବେ କି ଓଡ଼ିଆ ଝିଅ? ଓଡ଼ିଶାର ବଢ଼ିବ ମାନ, କଣ କହୁଛି ଭୋଟ ଗଣିତ ଜାଣନ୍ତୁ...

ଟ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ରାଷ୍ଟ୍ରପତି ନିର୍ବାଚନ। NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ୟୁପିଏ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କ ମଧ୍ୟରେ ହେବ ଟକ୍କର। ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟ୍‌ ଗ୍ରହଣ କରାଯିବ। ମତଦାନ ପାଇଁ ସଂସଦ ଭବନ ଏବଂ ବିଧାନସଭାରେ ପ୍ରସ୍ତୁତି କରାଯାଇଛି। ଆଜି ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ପ୍ରଥମ ଦିନରେ ହିଁ ଭୋଟ୍ ଦେବେ ସାଂସଦ ଓ ବିଧାୟକମାନେ।ନିଜ ନିଜ ରାଜ୍ୟର ବିଧାନସଭାରେ ଭୋଟ୍ ଦେବେ।

 

NDA ସମେତ ବିଜେଡି, ଜେଏମ୍ଏମ୍, ଶିବସେନା, ଟିଡିପି, YSR କଂଗ୍ରେସ, ବିଏସ୍‌ପି, ଶିରୋମଣୀ ଅକାଳୀ ଦଳ, ଏଲ୍‌ଜେପି-ରାମବିଳାସ ପାର୍ଟି ଦ୍ରୌପଦୀଙ୍କୁ ସମର୍ଥନ ଜଣାଇଛନ୍ତି।ସେହିପରି ଯଶୱନ୍ତଙ୍କ ସମର୍ଥନରେ ରହିଛନ୍ତି କଂଗ୍ରେସ, ଟିଏମ୍‌ସି, ଏନ୍‌ସିପି, ସିପିଆଇ ଏବଂ ସିପିଏମ୍, ଡିଏମ୍‌କେ, ଆର୍‌ଜେଡି, ସମାଜବାଦୀ ପାର୍ଟି, ଆମ୍‌ ଆଦମୀ ପାର୍ଟି, ନ୍ୟାସନାଲ୍ କନଫରେନସ୍, ପିଡିପି, ରାଷ୍ଟ୍ରୀୟ ଲୋକ ଦଳ, ଆର୍‌ଏସ୍‌ପି, ଆଇୟୁଏଲଏଲ୍, ଟିଆର୍‌ଏସ୍‌ ଭଳି ରାଜନୈତିକ ଦଳ। ଜୁଲାଇ ୨୧ରେ ଗଣତି ହେବା ପରେ ନୂତନ ରାଷ୍ଟ୍ରପତି କିଏ ହେବ ସେ ନେଇ ସ୍ପଷ୍ଟ ହେବ।  ଏହାପରେ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ନେବେ।

 

ସେପଟେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ଆଜି ନାମାଙ୍କନ ପତ୍ର ଦାଖଲ କରିବେ। ଜଗଦୀପ ଧନଖଡ଼ଙ୍କୁ ବିଜେଡି ସମର୍ଥନ ଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଓ୍ୱାଇଏସଆର୍ କଂଗ୍ରେସ ମଧ୍ୟ ଧନଖଡ଼ଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିଛି। ଗତ ଶନିବାର ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ NDA ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା।

 

 

ବିପକ୍ଷଙ୍କ ପ୍ରାର୍ଥୀ ଭାବେ ମାର୍ଗାରେଟ୍ ଆଲ୍‌ଭାଙ୍କ ନାଁ ଘୋଷଣା କରିଥିଲେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାର। ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ମାର୍ଗାରେଟ୍ ଆଲ୍‌ଭା। ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେଉଛି। ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ଭୋଟ୍ ଗ୍ରହଣ ହେବ। 

Share this story