ପଞ୍ଚାୟତ ନିର୍ବାଚନ: ବିଜେପି ହାରିବା ପଛରେ ରହିଛି ଏହି କାରଣ, ଟିପସ ଦେଲେ ସ୍ତମ୍ଭକାର

Bjp poll

ଓଡ଼ିଆ ଗସିପ ବ୍ୟୁରୋ:  ପଞ୍ଚାୟତ ନିର୍ବାଚନ କୁ ନେଇ ଏବେ ଗାଁ ଗାଁ ରେ ରାଜନୀତି ନୂଆ ସ୍ତର ଛୁଇଁଛି। ଆଜିଠୁ ଆରମ୍ଭ ହୋଇଛି ଭୋଟ ଗଣତି ପ୍ରକ୍ରିୟା । ଏହାରି  ମଧ୍ୟରେ ବିଜେପିର ନିର୍ବାଚନୀ ରେଜଲ୍ଟ ନୈରାଶ୍ୟ ଜନକ ରହିଛି। ଆଉ ଏଭଳି ସମୟରେ ବିଜେପି ପାଇଁ କିଛି ଟିପସ ଦେଇଛନ୍ତି ସ୍ତମ୍ଭକାର ଅମିତାଭ ସବ୍ୟସାଚୀ। 

ବିଜେପି ଉଧେଇବା ପାଇଁ କିଛି ଟିପ୍ସ:

* ଲେଖା ଓ ଗୋଲକଙ୍କୁ କମ୍ ଟିଭି ପରଦାକୁ ଛଡାଯାଉ, ବାଇଟ୍-ବାରଣ କରାଯାଉ, ସୋସିଆଲ ମିଡ଼ିଆ ପୋଷ୍ଟରେ ଶାଳୀନତା ରଖିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଉ !

 

* ଜୟ ନାରାୟଣଙ୍କୁ ବିରୋଧୀ ଦଳ ନେତା କରାଯାଉ !

* ଅପରାଜିତାଙ୍କ ଟ୍ରିକ୍ ଓ ଫର୍ମୁଲା ଫର୍ମାଟକୁ ପରୀକ୍ଷାମୂଳକ ଭାବେ ନେତାଏ ଗ୍ରହଣ କରନ୍ତୁ !

* ପାଞ୍ଚ ଗୋଷ୍ଠୀ ନ ହେଇ ସମସ୍ତେ ଗୋଟିଏ ଗୋଷ୍ଠୀ ହୁଅନ୍ତୁ !

* ଶଙ୍ଖ ସହ ଟୁରୁ ଲଭ୍  ଛାଡ଼ନ୍ତୁ !

* କଥା ଓ କାମ ସମାନ ରହୁ !

* ଅଯଥା ଗୁଜବ, ଫାଲତୁ ଜିନିଷକୁ ନେଇ ଡ୍ରାମା ବନ୍ଦ ହେଉ !

* ଦ୍ଵିତୀୟ ଓ ତୃତୀୟ ପିଢୀର ନେତାଏ ସୋସିଆଲ ମିଡିଆ ରାଜନୀତି ଛାଡ଼ି ଲୋକଙ୍କ ପାଖକୁ ଯାଆନ୍ତୁ, ଗ୍ରାଉଣ୍ଡ-ମନସ୍କ ହୁଅନ୍ତୁ !

Share this story