ଆଉ ନିଜ ମାଲିକାନାରେ OPCC ରଖିବେନି ନିରଞ୍ଜନ ପଟ୍ଟନାୟକ

Nira
ଓଡ଼ିଆ ଗସିପ ବ୍ୟୁରୋ:ଆଗରୁ ବି କହୁଥିଲେ ଆଉ ଏବେ ବି କହୁଛନ୍ତି ଯେ, ସେ ଆଉ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖିଆ ହୋଇ ରହିବାକୁ ଚାହୁଁନାହାନ୍ତି । ସେ କାଲି କହୁଥିଲେ ଆଉ ଆଜି ବି କହୁଛନ୍ତି ସେ ଇସ୍ତଫା ଦେବାକୁ ଚାହୁଁଛନ୍ତି କିନ୍ତୁ କେନ୍ଦ୍ରୀୟ ନେତୃତ୍ବ ଚାହୁଁଛନ୍ତି ସେ ଅର୍ଥାତ ନିଜେ ନିରଞ୍ଜନ ପଟ୍ଟନାୟକ ଓପିସିସି ଦାୟିତ୍ୱରେ ରୁହନ୍ତୁ । ଏଭଳି ସମୟରେ ହଠାତ ନିରଞ୍ଜନଙ୍କୁ ନେଇ ଚର୍ଚ୍ଚା ହେବାର କାରଣ ଆଜି ସେ ଦୈନିକ ସମ୍ବାଦ ରେ ଏକ ଆଲେଖ୍ୟ ଲେଖିଛନ୍ତି ଯେଉଁଥିରେ ସେ ନିଜ ମନର କଥା ଉଲ୍ଲେଖ କରିଛନ୍ତି  । କହିଛନ୍ତି, ରାଜ୍ୟରେ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ, କଂଗ୍ରେସ ଦଳକୁ ସୁଦୃଢ଼ କରିବାକୁ ହେବ ଓ ସେଥିପାଇଁ ବୌଦ୍ଧିକ ସ୍ତରରେ ‘ନାରେଟିଭ’ ବା ମତ ବଦଳିବା ଏକାନ୍ତ ଆବଶ୍ୟକ। ଆଜିର "ସମ୍ବାଦ" ଖବରକାଗଜରେ ପ୍ରକାଶିତ ମୋର ଆଲେଖ୍ୟ "ନିର୍ବାଚନ ବିଜୟ ବନାମ ବିପର୍ଯ୍ୟସ୍ତ ଗଣତନ୍ତ୍ର"।ଦୟାକରି ପଢ଼ନ୍ତୁ ବୋଲି ମଧ୍ୟ ସେ ଅନୁରୋଧର କରିଛନ୍ତି ।

ଏହାର ବହୁ ପୂର୍ବରୁ ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ରାଜନୀତିରୁ ମୁଁ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । ମୁଁ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ । ଶରୀରରେ ଶକ୍ତି ଥିବା ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ଆଦର୍ଶରେ କାମ କରିବି । କୌଣସି ପଦପଦବୀରେ ରହିପାରେ ବା ନରହିପାରେ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ ବା ନକରିପାରେ । କିନ୍ତୁ ଶକ୍ତି ଥିବା ଯାଏଁ କାର୍ଯ୍ୟ କରିଚାଲିବି ।ପଦପଦବୀରେ ରୁହେ ବା ନରୁହେ । ଶରୀରରେ ଶକ୍ତି ଥିବା ଯାଏଁ ରାଜନୀତିରେ ରହିବି, ଗାନ୍ଧିଜୀଙ୍କ ଆଦର୍ଶରେ କାମ କରିବି  ବୋଲି କହିଥିଲେ ।

ଆଉ ଏବେ ଯେବେ ପାଞ୍ଚ ରାଜ୍ୟରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ସମସ୍ତ ପରାଜିତ ରାଜ୍ୟର ପିସିସି ସଭାପତିଙ୍କୁ ସୋନିଆ ଗାନ୍ଧି ଇସ୍ତଫା ମାଗିଛନ୍ତି ଏହି କ୍ରମରେ ଓପିସିସି ପଦରୁ ନିରଞ୍ଜନ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Share this story