ବିଜେପିର ମେୟର ପ୍ରାର୍ଥୀଙ୍କୁ ନବୀନଙ୍କ କଡା କଟାକ୍ଷ

Bjp candidate

ଓଡ଼ିଆ ଗସିପ ବ୍ୟୁରୋ: ଓଡ଼ିଶାରେ କାହିଁକି ଦ୍ଵନ୍ଦରେ ରହିଛି ରାଜ୍ୟ ବିଜେପି? ଏବେ ଏହି ପ୍ରଶ୍ନ ଭାରତୀୟ ଜନତା ପାର୍ଟି କୁ ପଚାରିଛନ୍ତି ନିର୍ଭୟ ସମ୍ପାଦକ ନବୀନ ଦାଶ। ବିଜେପିର ଯେଉଁ ନୈତିକ ମନବଳ ଭାଙ୍ଗିଛି ତାକୁ ନେଇ ଇଙ୍ଗିତ କରିଛନ୍ତି। ସେପଟେ ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ଯେଉଁ ଅଙ୍କ କଷା ଯାଉଛି ତାକୁ ନେଇ ମଧ୍ୟ ବର୍ଷିଛନ୍ତି ନବୀନ। ପ୍ରସଙ୍ଗ ହେଉଛି ଯେ, ରାଜ୍ୟରେ ବିଜେପିର ଖରାପ ସ୍ଥିତି ପାଇଁ ଉତ୍ତର ପ୍ରଦେଶ ଭଳି Dharmendra Pradhan ଓଡିଶା ବିଜେପିର ମୁଖିଆ ହୋଇ ମଙ୍ଗ ଧରିବେକି?

ଆପଣମାନେ ଜାଣିଛନ୍ତି ଯେ, ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ସାରି ପ୍ରାର୍ଥୀପତ୍ର ଦାଖଲ କରାଯାଇଛି।  ତେବେ ଭୁବନେଶ୍ୱର ମହାନଗର ନିଗମ କୁ ନେଇ ବିଜେପିର ଯେଉଁ ଆଭିମୁଖ୍ୟ ରହିଛି ତାକୁ ନେଇ ଦ୍ଵନ୍ଦ ରହିଛି । କାହିଁକି ଓ କଣ ସେହି ଦ୍ଵନ୍ଦ ଆସନ୍ତୁ ପ୍ରାଞ୍ଜଳ ଭାବେ ନବୀନ ଦାଶ ବୁଝାଇଛନ୍ତି ଦେଖିବା ।

ଚର୍ଚ୍ଚା ଏଥିପାଇଁ କାହିଁକି ନା ଅପରାଜିତାଙ୍କ ସୁନିତା କାର୍ଡ ଆଜି କାଲି ରାଜ୍ୟ ବିଜେପି ନେତୃମଣ୍ଡଳୀକୁ ନେଇ ଜୋର ଧରିଛି। ଯେଉଁ ସମୟରେ ବିଜେଡି ଆମଦାନୀ କରିଥିବା ନେତାଙ୍କୁ ପଦବୀ ବା ମେୟର ପ୍ରାର୍ଥୀ କରୁଛି ଆଉ ସେଥିପାଇଁ ନବୀନଙ୍କ ବିଜେଡି କୁ ସମାଲୋଚନା କରାଯାଉଛି। କିନ୍ତୁ ଏଥିରୁ ବାଦ ପଡିନି ବିଜେପି। ବିଜେପି କି ମାନଂଦଣ୍ଡରେ ସୁନିତ ମୁଣ୍ଡଙ୍କୁ ଯୋଗ୍ୟ ପ୍ରାର୍ଥୀ ବାଛିଲା ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। 

ଏହି ଚର୍ଚ୍ଚାକୁ ନେଇ ସେତେବେଳେ ବେଶ କୌତୁହଳ ପ୍ରକାଶ ପାଇଲା ଯେତେବେଳେ ନିଜେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଭାରତୀୟ  ଜନତା ପାର୍ଟିର ମେୟର ପ୍ରାର୍ଥୀ ସୁନିତ ମୁଣ୍ଡଙ୍କୁ ଯୋଗ୍ୟ ପ୍ରାର୍ଥୀ ଭାବେ ବିବେଚନା କରିବାକୁ ଯାଇ ତାଙ୍କର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ମତ  ରଖିଲେ। ତେବେ ଏଠି କୁହାଯାଇଛି ଯେ ବିଜେପିକୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ପାଇଁ କେହି ନ ମିଳିବାରୁ ବାଧ୍ୟ ହୋଇ ବାହାରୁ ହିଁ ନେତାଙ୍କୁ ଆମଦାନୀ କରିବାକୁ ପଡିଲା। 

Share this story