ବିଜେଡିର ବଡ ବିଜୟ ପରେ ଆସିଲା ନବୀନଙ୍କ ପ୍ରଥମ ଝଲକ
ଓଡ଼ିଆ ଗସିପ୍ ବ୍ୟୁରୋ: ପୌର ନିର୍ବାଚନ ପରେ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ ଟ୍ୱିଟରରେ ଲେଖିଛନ୍ତି ଯେ, ପୌର ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ ଭଲପାଇବା ଦେଇଥିବାରୁ ଓଡ଼ିଶାବାସୀଙ୍କୁ ମୋର କୃତଜ୍ଞତା ଜଣାଉଛି। ଏହି ବିଜୟ ଆପଣମାନଙ୍କର ବିଜୟ। ଆପଣମାନଙ୍କ ଅକୁଣ୍ଠ ସମର୍ଥନ ଏକ ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମର ସଙ୍କଳ୍ପକୁ ଆହୁରି ଦୃଢ କରିଛି।
Thank all the people of #Odisha for the overwhelming support in #OdishaMunicipalElection. The win is a reflection of the outpouring of love for @bjd_odisha and untiring effort of thousands of party workers. #OdishaLovesBJD pic.twitter.com/ryyuZhVDg0
— Naveen Patnaik (@Naveen_Odisha) March 26, 2022
Thank all the people of #Odisha for the overwhelming support in #OdishaMunicipalElection. The win is a reflection of the outpouring of love for @bjd_odisha and untiring effort of thousands of party workers. #OdishaLovesBJD pic.twitter.com/ryyuZhVDg0
— Naveen Patnaik (@Naveen_Odisha) March 26, 2022
ଗାଁ ପରେ ସହରରେ ବି ବିଜେଡି ଉଡାଇଲା ବିଜୟ ପତାକା । ମାସେ ତଳେ ରାଜ୍ୟର ଅଧିକାଂଶ ପଞ୍ଚାୟତରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବେ ବିଜେଡି ପୌରରେ ବି ସମାନ ସଫଳତା ଦୋହରାଇଛନ୍ତି ନବୀନ ବ୍ରିଗେଡ । ବିଜେଡି ଖାତାକୁ ସର୍ବାଧିକ ୭୩ଟି ଅଧ୍ୟକ୍ଷ ପଦ ଯାଇଥିବା ବେଳେ ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ଅନ୍ୟମାନଙ୍କୁ ୯ଟି ଆସନ ମିଳିଛି । ୨୧ଟି ପୌରାଞ୍ଚଳରେ ବିଜେଡିର ଅଧିକ ସଦସ୍ୟ ବିଜୟୀ ହୋଇଥିଲେ ମଧ୍ୟ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ । ପରୋକ୍ଷ ନିର୍ବାଚନ ହୋଇଥିଲେ ଏସବୁ ପୌର ପରିଷଦର ଅଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଥାନ୍ତା ।
ପୌର ସିଟି ଫାଇଟ୍ରେ ବିଜେଡିକୁ ମିଳିଛି ବଡ଼ ବିଜୟ । ସହର ପରେ ସହର ଦଖଲ କରିଛି ବିଜେଡି । ଆଖପାଖରେ ନାହାନ୍ତି ବିରୋଧୀ । ୧୦୮ ପୌରାଞ୍ଚଳ ମଧ୍ୟରୁ ବିଜେଡି ସର୍ବାଧିକ ୭୩ଟି ଅଧ୍ୟକ୍ଷ ପଦ ହାତେଇଥିବା ବେଳେ ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ସ୍ବାଧୀନ ପ୍ରାର୍ଥୀ ୯ଟି ଆସନରେ କବ୍ଜା କରିଛନ୍ତି । ତେବେ ୯୫ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେଡି । କଂଗ୍ରେସ ୪ଟି, ବିଜେପି ୬ଟି ଓ ସ୍ବାଧୀନ ୩ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ପାଇଛନ୍ତି । ୮୮ ପ୍ରତିଶତ ଆସନରେ ବିଜେଡିକୁ ସଫଳତା ମିଳିଛି । କଂଗ୍ରେସକୁ ୩.୫ ପ୍ରତିଶତ, ବିଜେପି ୫.୫ ପ୍ରତିଶତ ଓ ସ୍ବାଧୀନ ୩ ପ୍ରତିଶତ ଆସନରେ ସଫଳତା ପାଇଛନ୍ତି । ସବୁଠୁ ବଡ଼ କଥା ହେଲା, ୩ଟି ଯାକ ମହାନଗର ନିଗମ ମେୟର ପଦକୁ ବିଜେଡି କବ୍ଜା କରିବା ସହ ସଂଖ୍ୟାଗରିଷ୍ଠତା ପାଇଛି ।
ପୌର ନିର୍ବାଚନରେ ମୋଟ୍ ୧୮୮୯ କାଉନସିଲର ଓ କର୍ପୋରେଟର ପଦ ପାଇଁ ନିର୍ବାଚନ ହୋଇଥିଲା । ୧୨ ଶହରୁ ଅଧିକ ଆସନରେ ବିଜୟୀ ହୋଇଛି ବିଜେଡି । ସେହିପରି ବିଜେପିକୁ ୩ଶହରୁ ଅଧିକ ଓ କଂଗ୍ରେସକୁ ୧୪୦ରୁ ଅଧିକ ଆସନ ମିଳିଛି । ୧୩୦ରୁ ଅଧିକ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡିର ଏହି ସଫଳତାକୁ ଐତିହାସିକ ବୋଲି କହିଛନ୍ତି ସମୀକ୍ଷକ ।
ପ୍ରତ୍ୟକ୍ଷ ନିର୍ବାଚନ ଗଣିତ ଅନୁସାରେ, ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ହାତେଇଥିବା ଅଧ୍ୟକ୍ଷ ପଦରୁ, ୨୧ଟି ପୌରାଞ୍ଚଳରେ ବିଜେଡି ଅଧିକ ସଂଖ୍ୟକ ଓ୍ବାର୍ଡ ଜିତିଛି । ପୂର୍ବ ପରି ପରୋକ୍ଷ ନିର୍ବାଚନ ହୋଇଥିଲେ, ଏସବୁ ପୌରାଞ୍ଚଳ ବି ବିଜେଡି ଦଖଲ କରିଥାନ୍ତା । ଅଧିକ ସଂଖ୍ୟକ କାଉନସିଲର ଥିବାରୁ ଏସବୁ ପୌରାଞ୍ଚଳରେ ବିଜେଡିର ଦବଦବା ରହିବ ।