ନିର୍ଵାଚନୀ ମଇଦାନରେ କିନ୍ନର ପ୍ରାର୍ଥୀ

Kinnar

ଓଡ଼ିଆ ଗସିପ ବ୍ୟୁରୋ: ଲୋକଙ୍କ ଗହଣରେ ରହିବା ସହ ସାଧାରଣ ଜୀବନଯାପନ ପାଇଁ ଏମାନେ ମଧ୍ୟ ଇଚ୍ଛୁକ । ଅନେକ ସମୟରେ ଟାହିଟାପରାର ଶିକାର ହୁଅନ୍ତି । କିନ୍ତୁ ଏବେ ଏହି କିନ୍ନର ମାନେ ମଧ୍ୟ ସ୍ୱାବଲମ୍ବୀ ହେଲେଣି ଓ ଆତ୍ମନିର୍ଭରଶୀଳ ହୋଇ ସାଧାରଣ ଜୀବନ ଯାପନ ମଧ୍ୟ କଲେଣି ।

ଆଉ ଏବେ ନିର୍ବାଚନ ରେ ମଧ୍ୟ ପ୍ରାର୍ଥୀ ହେଲେଣି କିନ୍ନର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ୨୪ ନମ୍ବର ଜୋନରୁ ପ୍ରାର୍ଥୀ ହୋଇଛନ୍ତି ଲୋଟନ ସେଠୀ ଓରଫ ସ୍ୱପ୍ନା କିନ୍ନର । ସେ ଏଥର ଆମ ଆଦମୀ ପାର୍ଟିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି  ।

ନିଜ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ଏଥର ନିର୍ବାଚନକୁ ଆସିଥିବା କହିଛନ୍ତି । ତାଙ୍କ ପାଇଁ ଏଥର ପ୍ରଚାର କରୁଛନ୍ତି ଭଦ୍ରକ କିନ୍ନର ସଂଘର ସଦସ୍ୟ ।

ଲୋଟନଙ୍କୁ ସାଙ୍ଗରେ ନେଇ ଗାଁ ଗାଁ ବୁଲୁଛନ୍ତି କିନ୍ନର ମାନେ ଓ ଲୋକଙ୍କୁ ଭୋଟ ମାଗୁଛନ୍ତି । ଆଉ ସାଧାରଣ ପ୍ରାର୍ଥୀଙ୍କ ଭଳି ଜଣେ ତୃତୀୟ ଲିଙ୍ଗୀ ବା କିନ୍ନର ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟ କରିପାରିବେ ବୋଲି ମଧ୍ୟ କହିଛନ୍ତି ।

Share this story