ଏବେ ଜଣା ପଡ଼ିଲା କାହିଁକି ହାରିଥିଲେ ସମ୍ବିତ ପାତ୍ର

ସମ୍ବିତ

ଓଡ଼ିଆ ଗସିପ ବ୍ୟୁରୋ: ପୁରୀରେ ଫେଲ୍ ମାରିଲା ସମ୍ବିତଙ୍କ ପଲିଟିକ୍ସ। ବାରମ୍ବାର ନିର୍ବାଚନୀ ପ୍ରଚାର ଏବଂ ଗଣମାଧ୍ୟମ ସମ୍ମୁଖରେ କହି ବୁଲୁଥିଲେ ଜଗନ୍ନାଥ ଡାକିଛନ୍ତି, ମୋଦି ପଠେଇଛନ୍ତି, ଏପରିକି ଏହି ବାକ୍ୟକୁ ଧରି ଦିଲ୍ଲୀର ଏସି ରୁମରୁ ପୁରୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । କେତେବେଳେ ଜଗନ୍ନାଥଙ୍କୁ ମୁଣ୍ଡ ଉପରେ ରଖି ଶୋଭାଯାତ୍ରା କଲେ ତ ପୁଣି କେତେବେଳେ ଭୋଟରଙ୍କ ଘରେ ରାତି କଟାଇଥିଲେ । ହେଲେ ଏହାର କୌଣସି ପ୍ରଭାବ ପଡ଼ିଲାନି ଶେଷରେ ପରାଜିତ ହେଲେ ବିଜେପି ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ଆଉ ଏହାପରେ ଚର୍ଚ୍ଚା ହେଉଛି କି, ଜଗନ୍ନାଥ ଚାହିଁଲେନି ସେ ଜିତିଲେନି ।

 

ଏଭଳି ଚର୍ଚ୍ଚା ମଧ୍ୟ ହେବା ସ୍ୱାଭାବିକ କାରଣ, ନିର୍ବାଚନ ପୂର୍ବରୁ ଯେତେବେଳେ ପୁରୀ ଲୋକସଭା କ୍ଷେତ୍ରର ମାଟି ମାଡ଼ିଥିଲେ ସମ୍ବିତ କହିଥିଲେ କି, ଖୋଦ୍ ମୋଦି ତାଙ୍କୁ ପଠେଇଛନ୍ତି । ଆଉ ଏହାସହ ଜଗତର ନାଥ ଜଗନ୍ନାଥ ଚାଁହୁଚନ୍ତି ସେ ଶ୍ରୀକ୍ଷେତ୍ର ଧାମରୁ ଲଢନ୍ତୁ ବୋଲି ପ୍ରଚାର ବି କରିଥିଲେ । ନିଜ ରାଜନୀତିରେ ବ୍ରାଣ୍ଡ୍ ଜଗନ୍ନାଥଙ୍କୁ ମଧ୍ୟ ବ୍ୟବହାର କରି ଜିତିବାକୁ ଚାହିଁଥିଲେ ହେଲେ ସମ୍ବିତଙ୍କ ସେ ଫର୍ମୁଲା କିଛି କାମ ଦେଲାନି । ଆଉ ସମ୍ବିତ ବିଜେଡି ଗଡ଼କୁ ଭେଦିବାରେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି ।

।।।

ଅବଶ୍ୟ ବିଜେଡିର ପୁରୁଖା ତଥା ହେଭିୱେଟ୍ ପିନାକୀ ମିଶ୍ରଙ୍କୁ କଡା ଟକ୍କର ଦେଇଥିଲେ ସମ୍ବିତ । ନିର୍ବାଚନର କିଛି ଦିନ ପୂର୍ବରୁ ଆସି ଲୋକଙ୍କ ପାଖକୁ ଯିବା ଆଉ ସମର୍ଥନ ଯୋଗାଡ଼ କରିବାରେ ବି କସରତ କରିଥିଲେ । ହେଲେ ପୁରୀ ବାସିନ୍ଦାଙ୍କ ମନୋଭାବକୁ ହୁଏତ ସମ୍ବିତ ବୁଝିବାରେ ଭୁଲ କରିଦେଲେ । କାରଣ ଯେଉଁ କାଳିଆ ସଆନ୍ତଙ୍କୁ ଭକ୍ତି ଆସ୍ଥା ଭାବେ ପୂଜୁଥିବା ପୁରୀ ବାସିନ୍ଦା ଜଗନ୍ନାଥଙ୍କୁ ନେଇ ରାଜନୀତି ବୋଧେ ପସନ୍ଦ କରିନାହାନ୍ତି ପୁରୀବାସି । ଯାହା ସମ୍ବିତଙ୍କ ପରାଜୟର କାରଣ ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି ।

Share this story