ବିଜେପି ଜିତିଲେ ଏମାନଙ୍କ ମଧ୍ୟରୁ କିଏ ହେବେ ମୁଖ୍ୟମନ୍ତ୍ରୀ? ଅପରାଜିତାଙ୍କ ସହ ମୁକୁ ବାବୁଙ୍କୁ ନେଇ ଏମିତି କହିଲେ ସମର୍ଥକ

Aparajita

ଓଡ଼ିଆ ଗସିପ ବ୍ୟୁରୋ: ଗତ କିଛି ଦିନ ଧରି ସାମାଜିକ ଗଣମାଧ୍ୟମ ରେ ଚର୍ଚ୍ଚା ଚାଲିଛି ଯେ ଆଗାମୀ ନିର୍ବାଚନ ରେ ବିଜେପି ର ମୁଖ୍ୟମନ୍ତ୍ରୀ ପାର୍ଥୀ କିଏ ଅପରାଜିତା ମ୍ୟାଡମ୍ ନା ଧର୍ମେନ୍ଦ୍ର ବାବୁ। କିଛି ଚାଟୁକାର ଗୋଡଟଣା ଲୋକ ମଧ୍ୟ ଏଥିରେ ନିଆଁ ରେ ଘିଅ ଢାଳିବା ପରି ଅତିରଞ୍ଜିତ କରି ଏସବୁ କଥା ପରିବେଷଣ କରୁଛନ୍ତି ବା ଉଲ୍ଲେଖ କରୁଛନ୍ତି କେବଳ ବିଜେପି ଦଳ ଓ କର୍ମୀ ମାନଙ୍କ ଭିତରେ ଫାଟ ସୃଷ୍ଟି କରିବା ପାଇଁ। ଭାରତୀୟ ଜନତା ପାର୍ଟି ଗୋଟେ ରାଷ୍ଟ୍ରବାଦୀ ଦଳ,ଦଳ ତ ନୁହଁ ସମସ୍ତ ଭାରତୀୟ ଜନତାଙ୍କ ପରିବାର ବୋଲି କହି ସୋସିଆଲ ମିଡିଆରେ ଭାଷଣ ମାରି ମୁଁହ ଟାଣ କରିଛନ୍ତି ବିଜେପି ନେତା ଓ ସେମାନଙ୍କ ସମର୍ଥକ। 

ଏଠାରେ ଅନ୍ୟ ଦଳ ପରି କୌଣସି ବ୍ୟକ୍ତି କି ନେତା ଏକପାଖିଆ ନିଷ୍ପତି ନିଅନ୍ତି ନାହିଁ। ଧର୍ମେନ୍ଦ୍ର ବାବୁ କେବେ ବି କହିନାହାନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଚେହେରା ବୋଲି କି ସମାନ କଥା ଅପରାଜିତା ମ୍ୟାଡମ୍ ମଧ୍ୟ କେବେ କହିନାହାନ୍ତି। ଧର୍ମେନ୍ଦ୍ରବାବୁ ବିଜେପି ର ଜଣେ ପୁରୁଖା ନେତା ଓ ମୂଳରୁ ସଂଘ ପରିବାର ର ଜଣେ ରାଷ୍ଟ୍ରବାଦୀ ସଦସ୍ୟ,ଉଭୟ ରାଜ୍ୟସଭା ଓ ଲୋକସଭା ଓ ଓଡ଼ିଶା  ବିଧାନସଭା ସଦସ୍ୟ ହୋଇ ସାରିଛନ୍ତି ,ଏକାଧିକ ଥର କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ଏବଂ ଅନେକ ରାଜ୍ୟର ପ୍ରଭାରୀ ଦାୟିତ୍ଵ ମଧ୍ଯ ସଫଳତାର ସହ ନିର୍ବାହ କରିଛନ୍ତି।

ସେହିପରି ଅପରାଜିତା ମ୍ୟାଡମ୍ ଜଣେ ଶିକ୍ଷିତ ମହିଳା, ପ୍ରାକ୍ତନ ଶ୍ରେଷ୍ଠ ପ୍ରଶାସକ, ଲୋକପ୍ରିୟ ସାଂସଦ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା। ଉଭୟ ନିଜ ନିଜ ସ୍ତରରେ ନିଜ କାର୍ଯ୍ୟ ଦ୍ଵାରା ସଫଳତା ହାସଲ କରିଛନ୍ତି।ଜଣେ ଓଡ଼ିଶା ର ହକ୍ ପାଇଁ ସବୁବେଳେ କେନ୍ଦ୍ରୀୟ ସ୍ତରରେ ଲଢି ଆସିଛନ୍ତି ଓ ଆଉ ଜଣେ ସାରା ଓଡ଼ିଶାରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଦୋଷ ଦୁର୍ବଳତା କୁ ଲୋକଲୋଚନକୁ ଆଣି ଲଢ଼ିଛନ୍ତି।

ଉଭୟଙ୍କ ସହଯୋଗ ବିନା ଓଡ଼ିଶା ବିଜେପି ର ସ୍ଥିତି କିଛି ନାହିଁ ଓ ଉଭୟଙ୍କ ମିଳିତ ସହଯୋଗ ବିନା ମଧ୍ୟ ରାଜ୍ୟରେ ଶାସନ କ୍ଷମତା ହାସଲ କରିବା କଷ୍ଟକର।ଅବଶ୍ୟ ପଣ୍ଡାବାବୁ,ବିଜୟ ବାବୁ, ପ୍ରତାପ ନନା ପରି ଅନେକ ଅଭିଜ୍ଞ ସାଂଗଠନିକ ଦାୟିତ୍ଵସମ୍ପନ୍ନ ନେତା ଙ୍କ ବିନା ଏ ଅଭିଯାନ ଅସମ୍ପୂର୍ଣ୍ଣ ଏକଥା ମଧ୍ୟ ମାନିବାକୁ ପଡ଼ିବ।ପ୍ରଥମେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ତୃଣମୂଳ ସ୍ତରରୁ ଦଳକୁ ମଜବୁତ୍ କରିବାକୁ ପଡ଼ିବ ,ସମସ୍ତଙ୍କୁ ଏକସାଥିରେ ନେଇ ଲଢ଼ିବାକୁ ପଡ଼ିବ ଏବଂ ପରେ ଉପଯୁକ୍ତ ସମୟରେ ବିଜେପି କେନ୍ଦ୍ରୀୟ ସିଲେକ୍ସନ୍ କମିଟି ସ୍ଥିତି ଦେଖି ଯାହାକୁ ମୋହର ମାରିବେ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପାର୍ଥୀ କରାଯିବ ତେବେ ଯାଇ ରାଜ୍ୟ ବିଜେପି କ୍ଷମତା ହାସଲ କରିପାରିବ ଏକଥା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମନେରଖିବାକୁ ପଡ଼ିବ।

Share this story