ଧାମନଗର ଉପନିର୍ବାଚନ: ସିନିୟର ଲିଡ଼ରଙ୍କୁ ଆଉଟ କରି ସୁରଜଙ୍କ ଭାର ନେଇଛନ୍ତି ଧର୍ମେନ୍ଦ୍ର, ପରାଜୟ ହେଲେ ସିସିଆର ରେ ଲାଗିବ ଦାଗ

Dhamnagar bypolls

ଓଡ଼ିଆ ଗସିପ ବ୍ୟୁରୋ: ଧାମନଗରରେ ଫୁଲ ଆକ୍ଟିଭ ମୋଡ଼ରେ ରହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଫେଲ ମାରିଲେ ଅପରାଜିତା ଷଡ଼ଙ୍ଗୀ । ଏଥର ଧର୍ମେନ୍ଦ୍ରଙ୍କ ପାଳି । ଧର୍ମେନ୍ଦ୍ରଙ୍କ ଭବିଷ୍ୟତ ନିର୍ଭର କରେ କି ଧାମନଗରରେ ?

ଧାମନଗରରୁ ୨୪ ରାସ୍ତା ଖୋଜୁଛନ୍ତି ଧର୍ମେନ୍ଦ୍ର । ପାସ ହେଲେ ରାଜ୍ୟ ବିଜେପିର ଧରିବେ ମଙ୍ଗ । ପୁଣି ଥରେ ରାଜ୍ୟ ବିଜେପିର କମାଣ୍ଡ ଧର୍ମେନ୍ଦ୍ରଙ୍କ ହାତକୁ ଆସିବାକୁ ଯାଉଛି । ଧର୍ମେନ୍ଦ୍ର ପୁଣି ଥରେ ଫ୍ରଣ୍ଟ ଫୁଟକୁ ଆସିଛନ୍ତି । ପୁରୁଣା ସ୍ଥିତିକୁ ଫେରିଛନ୍ତି ଧର୍ମେନ୍ଦ୍ର । ୨୦୧୯ ପୂର୍ବରୁ ଯେଉଁଭଳି ଧର୍ମେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲେ । ସେହିଭଳି ଭାବେ ଧାମନଗର ନିର୍ବାଚନରେ ଆକ୍ରାମକ ହୋଇଉଠିଛନ୍ତି ଧର୍ମେନ୍ଦ୍ର ।

ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

ପଂଚାୟତ ଓ ପୌର ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ଏଭଳି ଆକ୍ରାମକ ଢଙ୍ଗୀରେ ସରକାରକୁ ଘେରିବା ଦେଖିବାକୁ ମିଳିନଥିଲା । ଖାଲି ଏତିକି ନୁହେଁ ପୂର୍ବରୁ ଯେତିକି ନିର୍ବାଚନ ଯାଇଛି ସେଥିରେ ଧର୍ମେନ୍ଦ୍ରଙ୍କୁ ସରକାରଙ୍କ ବିରୋଧରେ ଏପରି ଆକ୍ରାମକ ଦେଖିବାକୁ ମିଳୁନଥିଲା । କିନ୍ତୁ ଏଥର ଧାମନଗରରେ ଆକ୍ରାମକ ହୋଇଉଠିଛନ୍ତି ଧର୍ମେନ୍ଦ୍ର ।

ପଂଚାୟତ ଓ ପୌର ନିର୍ବାଚନରେ ଅନୁପସ୍ଥିତି ରହିବ ଯୋଗୁଁ ଧର୍ମେନ୍ଦ୍ରଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏଥିପାଇଁ ଦଳ ନିର୍ବାଚନରେ ଶୋଚନୀୟ ପରାଜୟ ଘଟିଥିଲା । ଦଳିୟ କର୍ମୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ପର୍ଯ୍ୟନ୍ତ ସମସ୍ତେ ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିଥିଲେ ।

ଏପରିକି ଅପରାଜିତା ଧର୍ମେନ୍ଦ୍ରଙ୍କୁ ପରୋକ୍ଷରେ ନିର୍ବାଚନରେ ଅନୁପସ୍ଥିତ ରହିବା ନେଇ ଟାର୍ଗେଟ କରିଥିଲେ । ଏବେ ୨୪ ନିର୍ବାଚନ ପୂର୍ବରୁ ଧାମନଗର ନିର୍ବାଚନ ଧର୍ମେନ୍ଦ୍ରଙ୍କ ପାଇଁ ଏକ ପ୍ରକାର ସୁଯୋଗ ତିଆରି କରିଛି । ଆଉ ସେ ସୁଯୋଗକୁ ହାତ ଛାଡିବାକୁ ଚାହୁଁନାହାନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ରଙ୍କ ବିନା ନିଜ ଦଳକୁ ବିଜୟୀ କରି ମୋଦୀ ଶାହାଙ୍କ ମନ ଜିଣିବାକୁ ଚେଷ୍ଟା କରିଥିଲେ ଅପରାଜିତା । ଏପରିକି ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲ୍ଲା ବୁଲି ଦଳ ବିକଳ୍ପ ଭାବେ ନିଜକୁ ପ୍ରସ୍ତୁତ କରିବାରେ ବିଫଳ ହେଲେ । କିନ୍ତୁ ଏଥିରେ ଭୁବନେଶ୍ୱର ସାଂସଦ ସେଥିରେ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି । ନିଜ ସଂସଦୀୟ କ୍ଷେତ୍ରକୁ ମଧ୍ୟ ଜିତାଇବାରେ ବିଫଳ ହେଲେ ।

ତେବେ ଏଭଳି ପରିସ୍ଥିତିରେ ରାଜ୍ୟ ବିଜେପିର କମାଣ୍ଡ ଧର୍ମେନ୍ଦ୍ରଙ୍କୁ ମିଳିବା ଖବର ଚର୍ଚ୍ଚା ହେଉଛି । ଧାମନଗର ପାଇଁ ୨୦୨୪ ରାସ୍ତା ତିଆରି କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନଙ୍କ ଅନୁପସ୍ଥିତି ଯୋଗୁଁ ପଂଚାୟତ ନିର୍ବାଚନରେ ଦଳର ବିପର୍ଯ୍ୟୟ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ତାଙ୍କ ତତ୍ୱାବଧାନରେ ଯୋଗୀଙ୍କର ଐତିହାସିକ ବିଜୟ ସମ୍ଭବ ହୋଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ନେତାମାନେ ଧର୍ମେନ୍ଦ୍ରଙ୍କୁ ଓଡିଶା ବିଜେପିର ଦାୟିତ୍ୱ ଦେବାକୁ ଚିନ୍ତା କରିଛନ୍ତି ।

Share this story