ନବୀନଙ୍କ ବାଣରେ ଧର୍ମେନ୍ଦ୍ର ଚିତପଟାଙ୍ଗ

Dp

ଓଡ଼ିଆ ଗସିପ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ହାର୍ ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିରିଜ୍ ଅଫ୍ ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ....

 

.

 

ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇବା ସହ ଆମ ଦଳର ନିର୍ବାଚିତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଉଛି । ଓଡ଼ିଶାର ୬୩ ଲକ୍ଷ ୨୩ ହଜାର ୭୪୬ ଭୋଟର ତଥା ମୋଟ୍ ୩୦.୦୭ ପ୍ରତିଶତ ମତଦାତା ଆମ ଦଳକୁ ସେମାନଙ୍କର ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି ।

Dp

ନିର୍ବାଚନ ଗଣତନ୍ତ୍ରରେ ଏକ ନିରନ୍ତର ପ୍ରକ୍ରିୟା । ଆମ ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ।

ପ୍ରଧାନମନ୍ତ୍ରୀ ଜୀଙ୍କ ପୂର୍ବ ଭାରତକୁ ଗୁରୁତ୍ୱ ତଥା ଗରିବ କଲ୍ୟାଣ ଯୋଜନାର ସର୍ବାଧିକ ଲାଭ ଓଡ଼ିଶାକୁ ଆସୁଛି । ଆମେ ଆମର ସଂଗଠନକୁ ସୁଦୃଢ଼ କରିବା ସହ “ସବକା ସାଥ-ସବକା ବିକାଶ”କୁ ମୂଳମନ୍ତ୍ର କରିଥିବା ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କ ପାଖକୁ ନେବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବୁ ।

Share this story