ବିଜେପିରୁ ଖୁବଶୀଘ୍ର ବିଦା ହେବେ ଭୁବନେଶ୍ୱର ସାଂସଦ ଅପରାଜିତା; ସାଥ ଦେଉନି ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ

APARAJITA

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟ ରାଜନୀତିରେ ବିଜେପିର ସ୍ଥିତି ଯାହା ରହିଛି ଲାଗୁଛିି ଆସନ୍ତା 10 ବର୍ଷ ଯାଏ ଓଡ଼ିଶା ପୋଖରୀରେ ପଦ୍ମ ଫୁଟିବନି । ଏଠି ଏମାନଙ୍କ ଗୋଷ୍ଠୀ କନ୍ଦଳ ବାଟରେ ପଡ଼ି ହାଟରେ ଗଡ଼ିଲାଣି । ବିଜେଡି ସହ ଏମାନେ ଲଢ଼େଇ କରିବେ କଣ ପଛଘୁଞ୍ଚା ଦେଇ ଡିଆଁ ମାରିବାରେ ଏମାନଙ୍କ ରେକର୍ଡ ରହିଛି । ଦଳ  ଭିତରେ ଏତେ ଗୋଷ୍ଠୀ କନ୍ଦଳ ଯେ, ନିର୍ବାଚିତ ସାଂସଦ ତାଙ୍କ ରାସ୍ତାରେ ସଂଗଠନ ଟିମ୍ ଆଉ ଗୋଟିଏ ବାଟରେ ରହୁଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ସାଂସଦଙ୍କୁ ଏତେ ବିରୋଧ ଯେ, ଅନେକ କୁହନ୍ତି ଦଳ ଏତେ ହଇରାଣ କରୁଛି ତାଙ୍କୁ ଦଳରୁ ନିଲମ୍ବନ କରିଦେଉନି କାହିଁକି ? ଅନେକ ଏହା ବି କହୁଛନ୍ତି ଯେ, ଅପରାଜିତା ଖୁବ ଶୀଘ୍ର ବିଜେପିର ବିରୋଧ ସହି ନ ପାରି ସେ ଆମ୍ ଆଦମୀ ପାର୍ଟିକୁ ଯାଇ ପାରନ୍ତି । କାହିଁକି ଏମିତି ହେଉଛି ବୋଲି ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଆଲେଖ୍ୟ ଉପରେ ଥରେ ନଜର ପକାନ୍ତୁ। 


ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନରେ ସାମିଲ ହେବା ଲାଗି ଆଜି ସକାଳୁ ପୁରୀ ଅଭୀମୁଖେ ବାହାରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ସଡ଼ଙ୍ଗୀ । ତାଙ୍କର ଏହି ଗସ୍ତକୁ ନେଇ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ଅପରାଜିତା ତାଙ୍କ ସମର୍ଥକଙ୍କ ସହିତ ୧୦୦ରୁ ଅଧିକ କାର୍ ରେ ପୁରୀ ଆସିଥିଲେ । ପ୍ରଥମେ ଚନ୍ଦନପୁରରେ ତାଙ୍କୁ ପୋଲିସ ଅଟକାଇଥିଲା । ସେଠାରୁ ସାଂସଦ ନିଜ ସମର୍ଥକଙ୍କ ସହିତ ଚାଲିଚାଲି ଆଗକୁ ବଢ଼ିଥିଲେ ।

ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନରେ ସାମିଲ ହେବା ଲାଗି ଆଜି ସକାଳୁ ପୁରୀ ଅଭୀମୁଖେ ବାହାରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ସଡ଼ଙ୍ଗୀ । ତାଙ୍କର ଏହି ଗସ୍ତକୁ ନେଇ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ଅପରାଜିତା ତାଙ୍କ ସମର୍ଥକଙ୍କ ସହିତ ୧୦୦ରୁ ଅଧିକ କାର୍ ରେ ପୁରୀ ଆସିଥିଲେ । ପ୍ରଥମେ ଚନ୍ଦନପୁରରେ ତାଙ୍କୁ ପୋଲିସ ଅଟକାଇଥିଲା । ସେଠାରୁ ସାଂସଦ ନିଜ ସମର୍ଥକଙ୍କ ସହିତ ଚାଲିଚାଲି ଆଗକୁ ବଢ଼ିଥିଲେ ।

ସବୁ ବାଧା ବିଘ୍ନକୁ ଏଡ଼ାଇ ସାଂସଦ ଅପରାଜିତା ସଡ଼ଙ୍ଗୀ ଶେଷରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ତାଙ୍କର ଏହି ହାଇଡ୍ରାମା ପ୍ରତିବାଦ ଯାତ୍ରା ମଧ୍ୟରେ ସେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ସାଷ୍ଟ୍ରାଙ୍ଗ ପ୍ରଣାମ କରିବା ପରେ କାନ୍ଦି ପକାଇଥିଲେ । ତାଙ୍କୁ ଜଗା ଦର୍ଶନ କରିବା ପାଇଁ ବାରମ୍ବାର ଅଟକାଇବା ପ୍ରୟାସ କରାଯାଇଛି ବୋଲି ସେ କହିଛନ୍ତି । ଅପରାଜିତାଙ୍କୁ ପ୍ରଥମେ ଚନ୍ଦନପୁରରେ ପୋଲିସ ଅଟକାଇଥିଲା । ସେଠାରୁ ସାଂସଦ ନିଜ ସମର୍ଥକଙ୍କ ସହିତ ଚାଲିଚାଲି ଆଗକୁ ବଢ଼ିଥିଲେ । ଏହା ପରେ ମାଳତିପାଟପୁରଠାରୁ ସମସ୍ତ ସମର୍ଥକଙ୍କ ସହିତ ତାଙ୍କୁ କାର୍ ରେ ପୁରୀ ଯିବାକୁ ଅନୁମତି ମିଳିଥିଲା ।

ଜଗା ଦର୍ଶନ କରିବା ପରେ ସଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଶ୍ରୀମନ୍ଦିରର ସୁରକ୍ଷା ସମସ୍ତଙ୍କର ଦାୟୀତ୍ୱ । ସେ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ସମର୍ଥନ କରନ୍ତି, କିନ୍ତୁ ସମସ୍ତ କାର୍ଯ୍ୟ ଆଇନ୍ ପରିସରରେ ରହି ହେବା ଉଚିତ୍ । ରାଜ୍ୟ ସରକାର କଣ ପାଇଁ ଏଏସଆଇ ଅନୁମତି ବିନା କାର୍ଯ୍ୟ ଆରମ୍ଭ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Share this story