ହସୁଛି ବିଜେପି, କାନ୍ଦେ କଂଗ୍ରେସ; ବିଜେଡି କହୁଛି ରାଷ୍ଟ୍ରପତି ଆମର, ହେଲେ ବଦନାମ ହେଲା କଂଗ୍ରେସ କେଂ, କନ୍ଦଳ

Congress

ଓଡ଼ିଆ ଗସିପ ବ୍ୟୁରୋ: ବିଧିବଦ୍ଧ ରାଷ୍ଟ୍ରପତି ଘୋଷିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏନେଇ ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ସୂଚନା ଦେଇଛନ୍ତି । ମୋଟ ୪୭୫୪ ଭୋଟ ନିର୍ବାଚନ ପାଇଁ ପଡିଥିବା ବେଳେ ୪୭୦୧ ଭୋଟ ବୈଧ ହୋଇଥିଲା ଏବଂ ୫୩ ଅବୈଧ ଭୋଟ ପଡିଛି । ଏଥିରୁ ୨୮୨୪ ଖଣ୍ଡ ଭୋଟ ତାଙ୍କ ସପକ୍ଷରେ ପଡିଛି । ଏହାର ମୂଲ୍ୟ ୬ଲକ୍ଷ ୭୬ହଜାର ୮୦୩ । ସେହିଭଳି ଯଶୱନ୍ତ ସିହ୍ନାଙ୍କୁ ୧୮୭୭ ଖଣ୍ଡ ଭୋଟ ପାଇଛନ୍ତି ।

ତାଙ୍କ ଭୋଟର ମୂଲ୍ୟ ୩ ଲକ୍ଷ ୮୦ ହଜାର ୧୭୭ ରହିଛି । ତେବେ ଆସନ୍ତା ୨୫ ତାରିଖରେ ଭାରତର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ସେଥିପାଇଁ ସେଦିନର ରାଜ୍ୟସଭା ଅଧିବେସନର ସମୟ ପରିବର୍ତ୍ତନ କରାଯାଇଛି ବୋଲି ଗୃହକୁ ଜଣାଇଥିଲେ । ସସ୍ମିତ ଙ୍କ ଘୋଷଣା ଅନୁସାରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣକୁ ଗୃହର ସଦସ୍ୟମାନେ ଅଂଶ ଗ୍ରହଣ କରିବା ପାଇଁ ସେଦିନ ଅଧିବେସନ ସମୟ ପରିବର୍ତ୍ତନ କରାଯାଇଛି ।

ପ୍ରତିଦିନ ପରି ଗୃହ କାର‌୍ୟ୍ୟ ଦିନ ୧୧ ଟା ପରିବର୍ତ୍ତେ ସେହିଦିନ ଅପରାହ୍ନ ୨ ଟାରେ ଗୃହ କାଯ୍ୟ ଆରମ୍ଭ କରାଯିବ । ଏହି ଘୋଷଣା କରିଥିଲେ ଗୃହ ପରିଚାଳନା କରୁଥିବା ଓଡିଆ ପୁଅ ସସ୍ମିତ ପାତ୍ର । ଓଡିଆ ଝିଅ ରାଷ୍ଟ୍ରପତି ଭାବେ ଶପଥ ନେବେ, ଆଉ ରାଜ୍ୟସଭାରେ ଓଡିଆ ପୁଅ ଘୋଷଣା କରିବେ, ଏହା ଏକ ଭିନ୍ନ ସଂଯୋଗ ଥିଲା ବୋଲି କୁହାଯିବ ।

ତେବେ ଦ୍ରୌପଦୀଙ୍କ ପାଇଁ ଓଡିଶାରେ ଏକ ହୋଇ ଲଢିଲା ବିଜେପି ଓ ବିଜେଡି । ଓଡିଆ ଝିଅ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ସେଥିପାଇଁ ଦୁଇ ଦଳ ଏକ ହୋଇଗଲେ । ଏମିତି ବି ଦେଖିବାକୁ ଗଲେ ମୋଟ ବିଧାନସଭା ସିଟର ସିଂହ ଭାଗ ବିଜେଡି ହାତରେ ଥାଇ ବି ଦଳ ଆଖିବୁଜା ସମର୍ଥନ ଦେଲା । ହେଲେ କଂଗ୍ରେସ ନିଜ ଦଳରେ ସୀମିତ ରହିଲା । ତେବେ କିଏ ଦଳ କୁ ଅଧିକ ଗୁରୁତ୍ୱ ଦେଉଥିଲା ତ କିଏ ନିଜ ମାଟି କୁ ଅଧିକ ଗୁରୁତ୍ୱ ଦେଉଥିଲା ।

Share this story