ଅପରାଜିତା କହିଲେ; କେଉଁଠି ନା କେଉଁଠି ତ୍ରୁଟି ରହିଗଲା

Naveen

ଓଡ଼ିଆ ଗସିପ ବ୍ୟୁରୋ: ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ବଡ ଝଟକା ଲାଗିଛି । ପ୍ରଥମ ୨ ଦିନର ଗଣତିରେ ଯଥେଷ୍ଟ ପଛରେ ଥିବା ବିଜେପି ତୃତୀୟ ଦିନର ଗଣତିରେ ବି ସମଦଶା ଭୋଗିଛି । ୨୦୧୭ ତୁଳନାରେ ବିଜେପିର ଏଭଳି ସ୍ଥିତି ପଛର କାରଣ ଖୋଜା ଚାଲିଛି।

ଏଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ଦଳ ଭଲ କରି ପାରିଥାନ୍ତା କିନ୍ତୁ ପାରିଲାନି । ଏଥିପାଇଁ ନିରାଶା ବୋଲି କହିଛନ୍ତି ଅପରାଜିତା।

ଏହା ପୂର୍ବରୁ ବୟାନ ଦେଇ ଦଳର ବରିଷ୍ଠ ନେତା ଖାରବେଳ ସ୍ୱାଇଁ କହିଛନ୍ତି ,ନେତୃତ୍ୱ ସଙ୍କଟ ପାଇଁ ହିଁ ବିଜେପିର ଏଭଳି ଶୋଚନୀୟ ପ୍ରଦର୍ଶନ ହୋଇଛି କହି ରାଜନୈତିକ ମାହୋଲକୁ ସରଗରମ କରିଛନ୍ତି ଖାରବେଳ ।

ବିଜେପିରେ ନେତୃତ୍ୱ ସଙ୍କଟ ରହିଛି, ସେଥିପାଇଁ ଦଳ ଏତେ ଖରାପ ପ୍ରଦର୍ଶନ କରିଛି । ବିଜେଡିକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ଜଣେ ନିର୍ଦ୍ଦିଷ୍ଟ ଚେହେରାଙ୍କୁ ଓଡ଼ିଶାରେ ବିଜେପିର ଶୀର୍ଷ ନେତୃତ୍ୱ ସାମ୍ନାକୁ ଆଣିବା ଦରକାର ।

ସ୍ଥାନୀୟ ନେତୃତ୍ୱଙ୍କୁ ତିଆରି ନକଲେ ଦଳ ଉଠି ପାରିବନି । ଏଭଳି କହି ବିଜେପିର ରାଜ୍ୟ ନେତୃତ୍ୱଙ୍କ ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଛିଡା କରିଛନ୍ତି ଖାରବେଳ ।

Share this story