ଭୁବନେଶ୍ୱରରେ ଚାଞ୍ଚଲ୍ୟ : ଓୟୋ ରୁମ୍‌ରେ ପ୍ରେମିକା ଓଢ଼ଣୀରେ ଝୁଲିପଡିଲେ ପ୍ରେମିକ, ବାର୍ଥ ଡେ' ପାର୍ଟି ରୁ ସର୍ବନାଶ...

youth commits suicide inside OYO hotel room in Bhubaneswar

ଓଡ଼ିଆ ଗସିପ ବ୍ୟୁରୋ: ରାଜଧାନୀର ଏକ ଓୟୋ ହୋଟେଲରୁ ଯୁବକଙ୍କ ସନ୍ଧେହ ଜନକ ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରେମିକାର ଓଢ଼ଣୀରେ ଝୁଲି ଜଣେ ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜାଗମରାର ଏକ ଓୟ ରୁମ୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌ ।

ମୃତକ ଜଣକ ହେଉଛନ୍ତି ଦୁର୍ଗା ପ୍ରସାଦ ମିଶ୍ର । ଯୁବକଙ୍କ ଘଟ ନିଆଳି ଜଲାରପୁର ଗାଁରେ ହୋଇଥିବା ବେଳେ ଭୁବନେଶ୍ୱରରେ ଠିକାଦାର ପାଖରେ ଚାକିରୀ କରୁଥିଲେ ଦୁର୍ଗା ପ୍ରସାଦ । ତେବେ ଦୁର୍ଗା ପ୍ରସାଦଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଆହୁରି ପଢନ୍ତୁ : ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ୨ମୃତ, ୨୦ରୁ ଉର୍ଦ୍ଧ୍ବ ଆହତ

ସୂଚନାରୁ ପ୍ରକାଶ କି ଜନ୍ମଦିନ ପାଳିବା ପାଇଁ ସାଙ୍ଗମାନଙ୍କ ସହ ହୋଟେଲକୁ ଆସିଥିଲେ ଯୁବକ ଜଣକ । ଗତକାଲି ତାଙ୍କର କାଲି ୩ ସାଙ୍ଗ ମାନଙ୍କ ସହ ବାର୍ଥ ଡେ ମନାଇବା ପାଇଁ ସେ ଘରୁ ବାହାରିଥିଲେ । ଜାଗମରା ଅଞ୍ଚଳର ଏକ ଓୟୋ ହୋଟେଲରେ ପାର୍ଟିର ଆୟୋଜନ ହୋଇଥିଲା ।

ସେହି ପାର୍ଟିରେ ଯୁବକଙ୍କ ବାନ୍ଧବୀ ଓ ଅନ୍ୟ ଦୁଇ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ପାର୍ଟିରେ କ’ଣ ହେଲା କେଜାଣି ଆଜି ହୋଟେଲ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି ।

ଆହୁରି ପଢନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିରୋଧୀମାନଙ୍କ କୂଟଚକ୍ରାନ୍ତରେ ପଡ଼ିଯାଇପାରନ୍ତି

ତେବେ ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡିନି । ଏ ନେଇ ସାଙ୍ଗମାନଙ୍କୁ ପଚରା ଉଚରା କରୁଛି ପୁଲିସ । ମୃତ ଯୁବକଙ୍କ ମୋବାଇଲ୍‌କୁ ଜବତ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଭୁବନେଶ୍ବର ଡିସିପି ପ୍ରତିକ ସିଂ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି । ପରିବାରର ଅଭିଯୋଗ ଭିତ୍ତିରେ ତଦନ୍ତ କରିଛି ପୁଲିସ ।

ସବୁ ଦିଗକୁ ନେଇ ତଦନ୍ତ କରୁଛି ପୁଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ହୋଟେଲରେ ୨ଜଣ ପୁଅ ଓ ୨ଜଣ ଝିଅ ଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସିସିଟିଭି ଫୁଟେଜ ନେଇ ତଦନ୍ତ କରାଯାଉଛି । ହୋଟେଲରେ ଯୁବକଙ୍କ ସହ ଥିବା ଅନ୍ୟ ୩ ଜଣଙ୍କୁ ପଚରାଉଚୁରା କରାଯାଉଛି ।

Share this story

World Odia Language Conferene