ଡାକ୍ତରଙ୍କ ଅବହେଳା ଯୋଗୁଁ ଅସ୍ତ୍ରୋପଚାରପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ନ୍ୟାୟ ପାଇଁ ସ୍ୱର ଉଠେଇଲେ ପରିବାର ଲୋକେ...

wrong operation by doctors takes womans life in odisha

ଓଡ଼ିଆ ଗସିପ୍ ବ୍ୟୁରୋ: ଭୁଲ ପରିବାର ନିୟୋଜନ ଅପରେସନ ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ । ଭଦ୍ରକ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଭଦ୍ରକ ଆଗରପଡା ଅଞ୍ଚଳର ଜୟନ୍ତୀ ବେଜ ଭଦ୍ରକ ବରପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅପରେସନ କରିଥିଲେ ।

ଅସ୍ତ୍ରୋପ୍ରଚାର ପରେ ଜୟନ୍ତୀ ଘରକୁ ଫେରିଥିଲେ । କିନ୍ତୁ ସେବେଠୁ ତାଙ୍କ ପେଟ ଫୁଲିବା ସହ ଯନ୍ତ୍ରଣା ହେଉଥିଲା । ପ୍ରଥମେ ତାଙ୍କୁ ଭଦ୍ରକ ଓ ପରେ କଟକ ଏସସିବି ମେଡିକାଲ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି ।ମୃତା ମହିଳା ଜଣଙ୍କ ହେଲେ ଜୟନ୍ତୀ ବେଜ। ଜୟନ୍ତୀଙ୍କର ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୨୫ତାରିଖରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲା ।

ମୃତା ଜୟନ୍ତୀଙ୍କ ପିତା ହୃଷିକେଶ ବେଜଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ଜୟନ୍ତୀ ବେଜ ଓ ଜ୍ୱାଇଁ ଯଶୋବନ୍ତ ବାରିକ ଗତ ୧୬ ତାରିଖରେ ତାଙ୍କ ଘର ଆଗରପଡ଼ା ଥାନା ରାଉତରାପୁରକୁ ଆସିଥିଲେ । ଗତ ୨ବର୍ଷ ତଳେ ଜୟନ୍ତୀ ଏକମାତ୍ର ପୁତ୍ର ଅପରେସନ ଦ୍ୱାରା ଜନ୍ମ ହୋଇଥିଲା । ପୁଅ ସହିତ ଜୟନ୍ତୀ ତାଙ୍କ ରାଉତରାପୁର ଘରେ ଥିବା ବେଳେ ଆଶାକର୍ମୀ ସତ୍ୟଭାମା ମଲ୍ଲିକଙ୍କ ପରାମର୍ଶକ୍ରମେ ପରିବାର ନିୟନ୍ତ୍ରଣ ଅପରେସନ୍‌‌ ପାଇଁ ବରପଦା ଡାକ୍ତରଖାନାରେ ହୋଇଥିବା କ୍ୟାମ୍ପ୍‌‌କୁ ଗତ ୨୫ତାରିଖରେ ଯାଇଥିଲା ।

ଅଧିକ ପଢ଼ନ୍ତୁ : ଶନି ଦୋଷ ଦୂର କରିବାକୁ ଚାହୁଁଛନ୍ତି କି? କରନ୍ତୁ ଏହି ଗୋଟିଏ କାମ, ଦୂର ହେବ ୧୪ ବର୍ଷର ଶନି ଦୋଷ!

ସେଠାରେ ଅସ୍ତ୍ରୋପଚାର ପରେ ଜୟନ୍ତୀ ତାଙ୍କ ବାପାଙ୍କ ଘରେ ରହିଥିଲେ । ତେବେ ସେହିଦିନ ରାତିରେ ଜୟନ୍ତୀଙ୍କ ପେଟ ଫୁଲିବା, ବାନ୍ତି ହେବା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଗରପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଜୟନ୍ତୀଙ୍କ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଭଦ୍ରକରେ ପରିସ୍ରା ନାଡି କଟି ଯାଇଛି କହି ଡାକ୍ତର ମାଇନର ଅପରେସନ କରିଥିଲେ ।

ଜୟନ୍ତୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୭ ତାରିଖ ମଧ୍ୟାହ୍ନ ୧ ଟାରେ ଜୟନ୍ତୀଙ୍କ ମୃତ୍ୟୁ ହୋଇଯାଇଥିଲା । ଶବ ବ୍ୟବଚ୍ଛେଦ କରାଇବା ପରେ ଶୁକ୍ରବାର ସନ୍ଧ୍ୟାରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରହି ମୃତାଙ୍କ ପିତା ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ଓ ଖାମଖିଆଲ ନୀତି ଯୋଗୁଁ ତାଙ୍କ ଝିଅ ଜୟନ୍ତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ଓ ପୁଲିସ ଏହାର ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଏ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ମଧ୍ୟ ପିତା ହୃଷିକେଶ ବେଜ ଏତଲା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ଶୀତଲଙ୍କୁ ନେଇ ଲଭ୍ –ସେକ୍ସ – ଧୋକ୍କାର ଅପଡେଟ୍ କାହାଣୀ

ଏ ସର୍ମ୍ପକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ବରିଷ୍ଠ ମହିଳା ଓ ପ୍ରସୂତି ବିଶେଷଜ୍ଞ ଡା. ଜଗନ୍ନାଥ ପହି ଉକ୍ତ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିଲେ । ବରପଦାଠାରେ ହୋଇଥିବା କ୍ୟାମ୍ପ୍‌‌ରେ ୨୧ଜଣ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅପରେସନ ହୋଇଥିବା ସେ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ଗତ ଅପ୍ରେଲ ମାସ ୧ ରୁ ଅଦ୍ୟାବଧି ଆମେ ୩୫୦୦ଟି ପରିବାର ନିୟନ୍ତ୍ରଣ ଅପରେସନ କରିଥିବା ବେଳେ ସେଥିରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି । ତେବେ ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Share this story