ଏମ୍ସ ଭୁବନେଶ୍ୱରରେ ବିଶ୍ୱ ପରିବେଶ ଦିବସ ପାଳିତ; "ଏକ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ସର୍ବବ୍ୟାପୀ ଉତ୍ତମ ପରିବେଶର ଭୂମିକା ମହତ୍ତ୍ବପୂର୍ଣ୍ଣ"

World Environment Day celebrated at AIIMS Bhubaneswar

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର, ୦୫/୦୬/୨୦୨୬): ଏକ ସୁସ୍ଥ ପରିବେଶ ହେଉଛି ଏକ ସୁସ୍ଥ ସମାଜର ଚାବିକାଠି । ବିଶ୍ୱରେ ଘଟୁଥିବା ବିଭିନ୍ନ ରୋଗ ବୋଝର ପ୍ରାୟ ଏକ ଚତୁର୍ଥାଂଶ, ସୁସ୍ଥ ପରିବେଶ ମାଧ୍ୟମରେ ରୋକାଯାଇପାରିବା ନେଇ ମତପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ୱାସ ।

ଆଜି ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଡ. ବିଶ୍ୱାସ ଆମ ପରିବେଶର ସାମଗ୍ରୀକ ସ୍ୱାସ୍ଥ୍ୟ ଏବଂ ଆମର ନିଜସ୍ୱ ସ୍ବାସ୍ଥ୍ୟ ମଧ୍ୟରେ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଥିଲେ ।

ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଏମ୍ସ ଭୁବନେଶ୍ୱର ପରିସରରେ ଏକ ବୃକ୍ଷରୋପଣ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଡ. ବିଶ୍ୱାସ ସ୍ୱାସ୍ଥ୍ୟସେବା ହସ୍ପିଟାଲ ବାହାରେ ବିସ୍ତାରିତ, ଏକ ସ୍ୱଚ୍ଛ, ନିରାପଦ ଏବଂ ସ୍ଥାୟୀ ପରିବେଶ ସୁନିଶ୍ଚିତ କରିବାର ପ୍ରୟାସ। ପରିବେଶ ସଂରକ୍ଷଣ, ରୋଗ ନିବାରଣ ଏବଂ ସାମଗ୍ରିକ କଲ୍ୟାଣର ଏକ ଅବିଚ୍ଛେଦ୍ୟ ଉପାଦାନ ବୋଲି ସେ ଗୁରୁତ୍ବାରୋପ କରିଥିଲେ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ସମସ୍ତ ଅଂଶୀଦାରଙ୍କୁ ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରିବା ଏବଂ ପରିବେଶ ସୁରକ୍ଷାରେ ସକ୍ରିୟ ଭାବରେ ଯୋଗଦାନ କରିବାକୁ ଡ. ବିଶ୍ବାସ ଆହ୍ବାନ କରିଥିଲେ।

ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରୋପଣ ଅଭିଯାନରେ ମେଡିକାଲ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, ବରିଷ୍ଠ ଚିକିତ୍ସା ଅଧିକାରୀ ଏବଂ ଆୟୁଷ ମୁଖ୍ୟ ଡ. ପ୍ରଶାନ୍ତ କୁମାର ସାହୁ, ଲୋକସମ୍ପର୍କ ଅଧିକାରୀ (ପିଆରଓ) ରାଜ କିଶୋର ଦାଶ, ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Share this story