ଚଳିତ ସପ୍ତାହରେ ମିଳିବ ସୁଭଦ୍ରା କିସ୍ତି, କିଛି ଏପରି ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ...

Women of Odisha to get their Subhadra Yojana amount soon said Deputy Chief Minister Pravati Parida

ଓଡ଼ିଆ ଗସିପ ବ୍ୟୁରୋ: ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି ଟଙ୍କା । ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ କରାଯାଇଛି ।

ସେମାନେ ବି ଏକା ବେଳକେ ପାଇବେ ଦୁଇଟି କିସ୍ତି । ବାଦ୍ ପଡ଼ିଥିବା ହିତାଧିକାରୀ ସମସ୍ତ କିସ୍ତି ଏକାଥରକେ ପାଇବେ । ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି । ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ।

-  ଚଳିତ ସପ୍ତାହରେ ମିଳିବ ସୁଭଦ୍ରା କିସ୍ତି

-  ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ପାଇବେ ସୁଭଦ୍ରା ଟଙ୍କା

-  ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧୀକାରୀଙ୍କୁ ମିଳିବ ୫ ହଜାର

-  ପୂର୍ବରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ପୁଣି ଥରେ ସାମିଲ୍ 

-  ବାଦ୍ ପଡ଼ିଥିବା ହିତାଧିକାରୀ ସମସ୍ତ କିସ୍ତି ଏକାଥରକେ ପାଇବେ

Share this story