ଅନ୍ୟ ଝିଅ ସହ ଅବୈଧ ସମ୍ପର୍କ ନା ଆଉ କିଛି, ବୋହୂକୁ ହତ୍ୟା ପରେ ସାଂଘାତିକ ଅଭିଯୋଗ ଆଣିଲେ ବାପା ଘର 
 

Women dead body found in Odisha's Bhubaneswar
ରାଜଧାନୀରେ ଯୌତୁକ ପାଇଁ ବଧୂହତ୍ୟା !
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ବଧୂହତ୍ୟା ଅଭିଯୋଗ। ଏୟାରଫିଲ୍‌ଡ ଥାନା ଅରବିନ୍ଦ ନଗରରେ ଗତକାଲି ପ୍ରିୟଙ୍କା ମିଶ୍ରଙ୍କ ମୃତଦେହ ମିଳିବା ପରେ ବାପଘରଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। 

ଅଧିକ ପଢନ୍ତୁ : ଆଶା ନିରାଶରେ ପରିଣତ ହେବା ସହ କଠିନ ପରିସ୍ଥିତିର ସାମ୍ନା କରିବେ, କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ

ଜ୍ବାଇଁ ସୁରଜ ଦାସଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିଲା। ଏହା ସହ ଶାଶୂ ଓ ଶ୍ବଶୁର ଅଧିକ ଯୌତୁକ ମାଗୁଥିଲେ। ବାପଘର ଟଙ୍କା ଦେଇ ନପାରିବାରୁ ମାରପିଟ କରୁଥିଲେ ଶାଶୂଘର ଲୋକ। ଏପରିକି ଗର୍ଭପାତ କରାଇବାକୁ କହୁଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି । ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିବା କହିଛନ୍ତି ମୃତକଙ୍କ ଭଉଣୀ।

ଅଧିକ ପଢନ୍ତୁ :ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ 

ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ବଶୁର ଘର ଲୋକ। ଶ୍ବଶୁର ପ୍ରଦୀପ ଦାସଙ୍କ କହିବା ମୁତାବକ, ବୋହୂର ଅନ୍ୟ ପୁଅ ସହ ପ୍ରେମ ସମ୍ପର୍କ ଥିଲା । ଏହାକୁ କେନ୍ଦ୍ର କରି ବୋହୂ ଆତ୍ମହତ୍ୟା କରିଥିବା କହିଛନ୍ତି ଶ୍ବଶୁର ।

ଅଧିକ ପଢନ୍ତୁ : ସୂର୍ଯ୍ୟ -ମଙ୍ଗଳ ଗୋଚର, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ

Share this story