ରାସ୍ତା ପାର ହେବା ବେଳେ ବୃଦ୍ଧାଙ୍କ ଉପରେ ଚଢିଗଲା ବସ୍‌, ଛଟପଟ ହୋଇ ଚାଲିଗଲା ଜୀବନ 
 

Woman killed as a bus runs over her while crossing road at Bonth square in Bhadrak
ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଘରୋଇ ବସ୍
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭଦ୍ରକ ଟାଉନ ଥାନା ଅଧିନ ବନ୍ତ ଛକ ନିକଟରେ ଏକ ଦୁର୍ଘଟଣାରେ ଜଣେ ବୃଦ୍ଧା ଙ୍କ ଜୀବନ ଚାଲିଯାଇଛି। ରାସ୍ତା ପାର ହେବା ବେଳେ ବୃଦ୍ଧାଙ୍କ ଉପରେ ବସ୍‌ ଚଢି ଯିବାରୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବୃଦ୍ଧା ଜଣକ ହେଉଛନ୍ତି କନକ ଦାସ । 

କନକଙ୍କ ଘର ଆଗରପଡା ଥାନା ଅଧିନ ଵିଶଲପଟାରେ।ବୃଦ୍ଧାଜଣକ ନିଜ ଘରୁ ବସ୍‌ ଯୋଗେ ବନ୍ତରେ ପହଞ୍ଚିଥିଲ। ଏହାପରେ ସେ ଚାଲି ଚାଲି ରାସ୍ତା ପାର୍‌ ହେଉଥିଲେ। ଏହି ସମୟରେ ‘ସମ୍ପର୍କ’ ନାମକ ବସ୍‌ ତାଙ୍କ ଉପରେ ଚଢିଯାଇଥିଲା।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ

ମିଳିଥିବା ସୂଚନା ଅନୁସାରେ ବସଟି କେନ୍ଦୁଝରରୁ ଭଦ୍ରକ ଆସୁଥିଲା । ବନ୍ତ ଛକ ନିକଟ ରେ ବୃଦ୍ଧା ଜଣକ ରାସ୍ତା ପାର ହେଉଥିବା ବେଳେ ସଂପର୍କ ନାମକ ଏକ ଘରୋଇ ବସଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। 

ଏହାକୁ ନେଇ ବନ୍ତ ଛକରେ ଚାପା ଉତ୍ତେଜନା ଲାଗି ରହିଥିଲା। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ୍‌ ପହଞ୍ଚି ବସକୁ ଜବତ କରିଛି । ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!
 

Share this story