ଏମିତି ବି ଆସେ ମୃତ୍ୟୁ ! ସ୍ବାମୀଙ୍କ ଶବ ଆଗରେ କାନ୍ଦି କାନ୍ଦି ଆଖି ବୁଜିଲେ ସ୍ତ୍ରୀ, ଏକାଠି ଜଳିଲା ଚିତା
ଓଡ଼ିଆ ଗସିପ୍ ବ୍ୟୁରୋ: ଅଗ୍ନିକୁ ସାଖୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସାତ ଜନ୍ମ ସାଙ୍ଗରେ ବଞ୍ଚିବା ପାଇଁ ଦୁହେଁ ଶପଥ ନେଇଥିଲେ। ଏଠି ସ୍ବାମୀଙ୍କ ମୃତଦେହକୁ ଦେଖି ଦୁଃଖକୁ ସହ୍ୟ କରିନପାରି ଶେଷରେ ଆଖି ବୁଜିଛନ୍ତି ସ୍ତ୍ରୀ। ହୃଦଘାତରେ ଚାଲିଗଲେ ସ୍ୱାମୀ । ଜୀବନ ସାଥୀଙ୍କ ମୃତ୍ୟୁକୁ ସହି ପାରିଲେନି ସ୍ତ୍ରୀ । ଆଉ ସ୍ୱାମୀଙ୍କ ମୃତ୍ୟୁର ଘଣ୍ଟାଏ ପରେ ତାଙ୍କର ମଧ୍ୟ ଜୀବନ ଚାଲିଗଲା ।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ବାଳିମେଳାରେ । ବାଳିମେଳା ଏନଏସିର ୧୨ ନମ୍ବର ୱାର୍ଡରେ ରହୁଥିବା ହରି କୁଳଦୀପ ଦିନ ମଜୁରିଆ ଭାବେ କାମ କରି ଗୁଜରାଣ ମେଣ୍ଟାଉଥିଲେ । ଆଜି ସକାଳ ସେ ହୃଦଘାତରେ ପ୍ରାଣ ହରାଇଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ସ୍ତ୍ରୀ କମଳା ।
ଅଧିକ ପଢନ୍ତୁ: କର୍ମ ଚାପ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସହ ଦେଖାଦେବ ମାନସିକ ଅବସାଦ! ପଢନ୍ତୁ ଆଜିର ରାଶିଫଳ
ସ୍ୱାମୀଙ୍କ ମୃତଦେହକୁ ବାହୁନି ବାହୁନି କାନ୍ଦୁଥିବା ବେଳେ ଅଚେତ ହୋଇପଡିଥିଲେ । ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ ହିଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀଙ୍କ ବିୟୋଗକୁ ସହି ନ ପାରି ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ତେବେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ପରେ ସାରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ଉଭୟଙ୍କ ମୃତଦେହକୁ ଏକାଠି ସଂସ୍କାର କରାଯାଇଛି ।
ଅଧିକ ପଢନ୍ତୁ :ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ କ'ଣ କହୁଛି IMD