କୁମ୍ଭୀର ପାଟିରେ ଗଲା ଜୀବନ, ନଦୀକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ମହିଳାଙ୍କୁ ନେଲା ଟାଣି

Woman dies as crocodile drags her into river in Odishas Jajpur
କୁମ୍ଭୀର ପାଟିରେ ଗଲା ଜୀବନ, ନଦୀକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ମହିଳାଙ୍କୁ ନେଲା ଟାଣି

ଓଡ଼ିଆ ଗସିପ୍ ବ୍ୟୁରୋ: କୁମ୍ଭୀର ପାଟିରେ ଗଲା ମହିଳାଙ୍କ ଜୀବନ। ବର୍ତ୍ତମାନ ରାଜ୍ୟରେ କୁମ୍ଭୀର ଆତଙ୍କ ଖେଳିଯାଇଛି । ପୁଣି ଜଣେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ନଦୀରେ ଲୁଗାପଟା ସଫା କରୁଥିବା ସମୟରେ କୁମ୍ଭୀର ଆସି ଟାଣିନେଲା । 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବରୀ ବ୍ଳକ ଅମଠପୁର ଦେଇ ପ୍ରବାହିତ ବିରୂପା ନଦୀରେ । ମୃତ ମହିଳା ହେଲେ ଅମଠପୁର ପଞ୍ଚାୟତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ବୋଲି ସୂଚନା ମିଳିଛି । ଏହି ଘଟଣାଟି ଆଜି ସକାଳ ୭ଟା ସମୟରେ ଘଟିଥିବା ଜଣାପଡିଛି ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ସେ ନଦୀ କୂଳରେ ବସି ଲୁଗା ସଫା କରୁଥିବା ସମୟରେ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ମହିଳାଙ୍କ ମୁଣ୍ଡ ଓ ଗୋଟିଏ ଗୋଡ଼ ବିହୀନ ମୃତ ଶରୀର ଉଦ୍ଧାର କରାଯାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share this story