ରାଜଧାନୀ ଭୁବନେଶ୍ୱରରେ ରାସ୍ତାମଝିରେ ମହିଳାଙ୍କ ଉନ୍ମତ୍ତକାଣ୍ଡ, ଅଶୋଭନୀୟ ଆଚରଣ ଦେଖି ଜନସାଧାରଣଙ୍କ ମୁଣ୍ଡ ଟିଣ...

woman create nuisance in Bhubaneswar in drunken state

ଓଡ଼ିଆ ଗସିପ ବ୍ୟୁରୋ: ଦିନ ପ୍ରାୟ 10ଟା ପରେ ହେବ । ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ମହିଳା ଜଣଙ୍କ ଶିକ୍ଷିତ ଥିଲେ ମଧ୍ୟ ତାଙ୍କ ହାବଭାବ ଜଣେ ସ୍ମାର୍ଟ ନିଶାଡ଼ିଙ୍କ ଭଳି ଲାଗୁଥିଲା । ଯାହାଙ୍କ ପାଇଁ ଗତକାଲି ସାଧାରଣ ଲୋକେ ହଇରାଣ ହରକତ ହୋଇଥିବା ସୂଚନା ମିଳିଛି ।

ଖାଲି ଏତିକି ନୁହେଁ ଟ୍ରାଫିକ ସମସ୍ୟା ସହ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ଜନସାଧାରଣ ଏଥିରେ ପ୍ରଭାବିତ ହେଉଛନ୍ତି । ଏହି ଘଟଣା କିଛି ନୂଆ ନୁହେଁ ଏମିତି ଅନେକ ଘଟଣା ପୂର୍ବରୁ ମଧ୍ୟ ଘଟିସାରିଛି ଫଳରେ ଘଣ୍ଟାଘଣ୍ଟା ଧରି ନିଶାଡ଼ି ମହିଳାମାନେ ଉନ୍ମତ୍ତ କାଣ୍ଡ ଭିଆଇବା ସହ ଅପ୍ରୀତିକର କାଣ୍ଡ ଭିଆଉଛନ୍ତି । ଅଣାୟତ୍ତ ନିଶାଡିଙ୍କ ଉନ୍ମତ୍ତ କାଣ୍ଡରୁ ଦୂର କରିବା ପାଇଁ ପୁଲିସ ପ୍ରଶାସନ ନାକେଦମ ହୋଇଯାଉଛି ।

ଗତକାଲି ଏହି ଘଟଣା ଇନ୍ଫୋସିଟି ଥାନା ଅନ୍ତର୍ଗତ ଏକ ମଦ ଦୋକାନରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ନିଶାସକ୍ତ ମହିଳା ଅଣାୟତ୍ତ ହେବାସହ ଅଶୋଭନୀୟ ଭାଷାରେ ଗାଳିଗୁଲଜ କରିବା ସହ ବିଶୃଙ୍ଖଳା ସୃଷ୍ଟି କରିଥିଲେ ।

ଅଧିକ ପଢ଼ନ୍ତୁ : ବାଘ ଆତଙ୍କ, କାଲି ୮ ବର୍ଷର ଶିଶୁଙ୍କୁ ଝାମ୍ପିନେଲା, ଆଜି ଗୁହାଳରେ ପଶି ଗାଈକୁ ଝୁଣି ଖାଇଲା

ଖବର ନେବାରେ ଜଣାପଡ଼ିଛି ଯେ, ପଟିଆ ବିଗବଜାର ଛକଠାରୁ କିଛି ଦୂରରେ ନନ୍ଦନକାନନ ରାସ୍ତା କଡ଼ ପେଟ୍ରୋଲ ପମ୍ପ ନିକଟରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ଠାରେ ଜଣେ ମହିଳା ଅତ୍ୟଧିକ ନିଶାସେବନ କରି ଉନ୍ମତ୍ତ କାଣ୍ଡ ଘଟାଇଥିଲେ । ଫଳରେ ଯାତାୟାତ କରୁଥିବା ଲୋକ ଓ ସେଠାରେ ଥିବା ପରିବା ବେପାରୀ, କପଡ଼ା ଦୋକାନ, ଫୁଲ ଦୋକାନ, ବାର, ହୋଟେଲ ଆଦିକୁ ଆସିଥିବା ଲୋକମାନଙ୍କୁ ଅସୁବିଧାରେ ପକାଇଥିଲା ।

ନିଶାସକ୍ତ ମହିଳା ଜଣକ ଉପଦ୍ରଵ ଦିନ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୋଟ ୪ ଘଣ୍ଟା ଧରି ଏଭଳି ସ୍ଥିତି ଲାଗି ରହିଥିଲା । ଏଥିରେ ଟ୍ରାଫିକ ଜାମ ହୋଇଯିବାରୁ ବହୁ ସମୟଧରି ଗାଡ଼ିମାଟର ଯିବାଆସିବା ବନ୍ଦ ହୋଇଯାଇଥିଲା ।

ଅଧିକ ପଢ଼ନ୍ତୁ : ଆସୁଛି ବର୍ଷା, ଥରିବ ଓଡିଶା ! ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ହେବ ହାଲୁକା ବର୍ଷା, ଜାଣନ୍ତୁ କେବେ ?

ପୁଲିସ ପ୍ରଶାସନ ବହୁବାର ଆସି ମହିଳାଙ୍କୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ । ସେପଟେ ଦେଖଣାହାରୀଙ୍କ କହିବା ଅନୁସାରେ ମହିଳା ଜଣକ ୮ରୁ ୧୦ ବୋତଲ ବିଅର ମଦ ପିଇଥିଲେ । ଏତେ ନିଶାସକ୍ତ ଥିଲେ କି ଶରୀରରେ ନିଜର ପୋଷାକ ପରିପାଟୀ ମଧ୍ୟ ଠିକ ଭାବେ ରହୁ ନ ଥିଲା । ଏମିତକି ସର୍ବସାଧାରଣଙ୍କ ଯାତାୟତରେ ପରିସ୍ରା କରୁଥିଲେ । ତେବେ ଏହି ଘଟଣା ବହୁ ସମୟ ଚାଲିବା ପରେ ଶେଷରେ ମହିଳା ପୁଲିସ ଆସି ଉକ୍ତ ମହିଳାଙ୍କୁ କାବୁ କରି ଭ୍ୟାନରେ ବସାଇ ନେଇଥିଲେ ।

ଉପସ୍ଥିତ ଲୋକଙ୍କ ମଧ୍ୟରୁ ଜଣେ ଲୋକ ମହିଳାଙ୍କ ମୋବାଇଲ ଫୋନରୁ ତାଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ । ସେଥିରୁ ମହିଳା ଜଣକ ବିବାହିତା ଓ ତାଙ୍କର ଏକ ଝିଅ ଥିବା ଜଣାପଡ଼ିଥିଲା ।

Share this story